କ୍ଷମା ମାଗିଲେ ଜେନେରାଲ ମିଲେ

ଓ୍ବାଶିଂଟନ,୧୩ା୬: କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁ ପରେ ଆମେରିକାରେ ନିଆଁ ଜଳୁଥିବାବେଳେ ଟପ୍‌ ଜେନେରାଲ ମାର୍କ ଏ. ମିଲେ ତାଙ୍କର ଏକ ଅବାଞ୍ଛତ୍ତ କାର୍ଯ୍ୟକୁ ନେଇ ଶେଷରେ କ୍ଷମା ମାଗିଛନ୍ତି। ଗତ ସପ୍ତାହରେ ହ୍ବାଇଟ୍‌ ହାଉସ୍‌ ବାହାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ଚାଲିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ସେନା ପୋଷାକରେ ଏକ ଚର୍ଚ୍ଚକୁ ପରିଦର୍ଶନରେ ଯାଇ ଫଟୋ ଉଠାଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏହି ପଦକ୍ଷେପକୁ ଜେନେରାଲ ମିଲେ ଭୁଲ ବୋଲି ସ୍ବୀକାର କରିଛନ୍ତି। ଏହାସହ ତାଙ୍କ ଉପସ୍ଥିତି ଯୋଗୁ ଆଭ୍ୟନ୍ତରୀଣ ରାଜନୀତିରେ ସେନାର ସମ୍ପୃକ୍ତି ନେଇ ସାଧାରଣରେ ଧାରଣା ସୃଷ୍ଟି ହୋଇଥିତ୍ବା କହିଛନ୍ତି।
୬୧ ବର୍ଷୀୟ ମାର୍କ ମିଲେ ହେଉଛନ୍ତି ଆମେରିକା ସେନାର ଜଣେ ଜେନେରାଲ ଏବଂ ସଶସ୍ତ୍ର ବଳର ବରିଷ୍ଠତମ ସାମରିକ ଅଧିକାରୀ। ସେ ଜଏଣ୍ଟ ଚିଫ୍‌ସ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଅଧ୍ୟକ୍ଷ (ଦେଶର ସର୍ବୋଚ୍ଚ ସାମରିକ) ପଦରେ ଅବସ୍ଥାପିତ। ଏଭଳି ଏକ ମର୍ଯ୍ୟାଦାଜନକ ପଦବୀରେ ଥାଇ ସେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେବା ଅନୁଚିତ। କିନ୍ତୁ ଜେନେରାଲ ମିଲେ ଗତ ୧ ତାରିଖରେ ଏକ ଭୁଲ କରିଥିଲେ। ସେହିଦିନ ହ୍ବାଇଟ୍‌ ହାଉସ୍‌ ବାହାରେ ବିକ୍ଷୋଭ ପ୍ରଦର୍ଶନକାରୀମାନେ ଏକତ୍ରିତ ହୋଇ ସ୍ଲୋଗାନ ଦେଉଥିବାବେଳେ ରାଷ୍ଟ୍ରପତି ଟ୍ରମ୍ପ୍‌ ସେମାନଙ୍କୁ ରୋକିବା ପାଇଁ ନ୍ୟାଶନାଲ ଗାର୍ଡ ମୁତୟନ ଲାଗି ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ନ୍ୟାଶନାଲ ଗାର୍ଡ ସୈନ୍ୟମାନେ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଲାଠିଚାର୍ଜ କରି ଭିଡ଼କୁ ଘଉଡ଼ାଇଦେଇଥିଲେ। ଏହାର କିଛି ସମୟ ପରେ ଟ୍ରମ୍ପ୍‌ ସେନା ଅଧିକାରୀମାନଙ୍କ ସହ ଲାଫାୟତ୍‌ ସ୍କୋୟାରସ୍ଥିତ ସେଣ୍ଟ ଜନ୍ସ ଚର୍ଚ୍ଚ ଆଡ଼କୁ ବଢ଼ିଥିଲେ। ଏହି ଚର୍ଚ୍ଚରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନକାରୀମାନେ ହୋହଲ୍ଲା କରୁଥିଲେ। ଟ୍ରମ୍ପ୍‌ ସ୍ଥିତି ପରଖିବା ପାଇଁ ପବିତ୍ର ସ୍ଥାନରେ ପହଞ୍ଚତ୍ଥିବା କୁହାଯାଉଥିଲେ ହେଁ ଏହାକୁ ତାଙ୍କର ଏକ ରାଜନୈତିକ ପଦକ୍ଷେପ ବୋଲି ବିଚାର କରାଯାଉଛି। ଜେନେରାଲ ମିଲେଙ୍କ ଭୁଲ ହେଲା ସେ ମଧ୍ୟ ସେନା ପୋଷାକରେ ଟ୍ରମ୍ପ୍‌ଙ୍କ ସହ ଉକ୍ତ ଚର୍ଚ୍ଚକୁ ଯାଇଥିଲେ। ସେଠାରେ ସେ ଫଟୋ ଅପର୍ଚୁନିଟି (ଫଟୋ ଉଠାଇବା ପାଇଁ ସୁଯୋଗ) ହାତେଇଥିଲେ। ଟ୍ରମ୍ପ୍‌ଙ୍କ ସହ ଜେନେରାଲ ମିଲେଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କର ଏହି କାର୍ଯ୍ୟକୁ ନିନ୍ଦା କରାଯାଇଛି। ଅନେକ ଆଇନପ୍ରଣେତା ଓ ପୂର୍ବତନ ସେନା ଅଧିକାରୀ ଏନେଇ କଡ଼ା ସମାଲୋଚନା କରିଛନ୍ତି। ମାର୍କ ମିଲେ ଏହି ପ୍ରସଙ୍ଗରେ ସେନାକୁ ମଧ୍ୟ ଘରୋଇ ରାଜନୀତି ଭିତରକୁ ଟାଣି ନେଇଥିବା ସେମାନେ କହିଛନ୍ତି।
ବିବାଦ ସୃଷ୍ଟି ହେବା ପରେ ଜେନେରାଲ ମିଲେ ନିଜ ଭୁଲ୍‌ ସ୍ବୀକାର କରିଛନ୍ତି। ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ଏକ ସମାରୋହରେ ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ କହିଛନ୍ତି, ଟ୍ରମ୍ପ୍‌ଙ୍କ ସହ ହ୍ବାଇଟ୍‌ ହାଉସ୍‌ରୁ ସେଣ୍ଟ ଜନ୍ସ ଚର୍ଚ୍ଚ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ସେନା ପୋଷାକରେ ଫଟୋ ଉଠାଇବା ତାଙ୍କର ଏକ ଭୁଲ୍‌ ଥିଲା। ତାଙ୍କର ସେଠାରେ ରହିବା ଉଚିତ ନ ଥିଲା। ସେହି କ୍ଷଣ ଓ ସେହି ପରିବେଶରେ ତାଙ୍କର ଉପସ୍ଥିତି ଘରୋଇ ରାଜନୀତିରେ ସେନା ସାମିଲ ଥିବା ନେଇ ଧାରଣା ସୃଷ୍ଟି କରିଛି। ଜଣେ କମିଶନ୍‌ଡ ୟୁନିଫର୍ମଡ ଅଫିସର ଭାବେ ହୋଇ ଏପରି ଅନୁଚିତ କାର୍ଯ୍ୟ କରିଥିବାରୁ ସେ ଅନୁତପ୍ତ। ଏଥିରୁ ସେ ଶିକ୍ଷାଲାଭ କରିଛନ୍ତି ଓ ସମସ୍ତେ ଶିଖିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଜେନେରାଲ ମିଲେ ଆହୁରି କହିଛନ୍ତି, ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ ସେ କ୍ଷୁବ୍ଧ। ଦେଶରେ ଆଫ୍ରିକୀୟ ଆମେରିକୀୟଙ୍କ ପ୍ରତି ଶହ ଶହ ବର୍ଷ ଧରି ଚାଲିଥିବା ଅନ୍ୟାୟର ପ୍ରତିବାଦରେ ଏହି ବିକ୍ଷୋଭକାରୀମାନେ ଆନ୍ଦୋଳନ କରୁଛନ୍ତି।
ପ୍ରକାଶ ଯେ, ମେ ୨୫ରେ ମିନେସୋଟା ରାଜ୍ୟର ମିନିଆପୋଲିସରେ ୨୦ ଡଲାର ଜାଲ ନୋଟକୁ ନେଇ କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କୁ ପୋଲିସ ଧରିଥିଲା। ଶ୍ୱେତାଙ୍କ ପୋଲିସ ଅଧିକାରୀ ଡେରେକ୍‌ ଶଉଭିନ୍‌ ଫ୍ଲୟଡ୍‌ଙ୍କୁ ନିଜ ଆଣ୍ଠୁରେ ଚାପି ରଖିବାରୁ ସେ ନିଃଶ୍ୱାସ ପ୍ରଶ୍ୱାସ ନେଇ ନ ପାରି ପ୍ରାଣ ହରାଇଥିଲେ। ସେତେବେଳ ଦୃଶ୍ୟର ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆମେରିକାରେ ମୁଣ୍ଡଟେକିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଅଦ୍ୟାବଧି ଦେଶର ୧୪୦ରୁ ଊର୍ଦ୍ଧ୍ୱ ସହରକୁ ଏହି ନିଆଁ ବ୍ୟାପିଛି। ବିଭିନ୍ନ ସ୍ଥାନରେ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଓ ଜଳାପୋଡ଼ା ଦେଖିବାକୁ ମିଳୁଛି। ଜର୍ଜ ଫ୍ଲୟଡ୍‌ ସମ୍ପ୍ରତି ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନର ପ୍ରତୀକ ପାଲଟିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri