Posted inଖେଳ

କ୍ଷତି ଭରଣା ପାଇଁ ବିସିସିଆଇର ଯୋଜନା

ନୂଆଦିଲ୍ଲୀ, ୨୭।୪-କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରେ ବିଶ୍ୱବ୍ୟାପୀ କ୍ରିକେଟ ବାତିଲ ହୋଇଛି। ଫଳରେ ସମସ୍ତ କ୍ରିକେଟ ବୋର୍ଡ କ୍ଷତି ସହିଛନ୍ତି। ସ୍ଥିତି ସ୍ବାଭାବିକ ହେଲେ ଏହାର ଭରଣା ପାଇଁ ବିଶ୍ୱ କ୍ରିକେଟରେ ସବୁଠାରୁ ବିିତ୍ତଶାଳୀ କ୍ରିକେଟ ବୋର୍ଡ ଭାବେ ପରିଚିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିିଆଇ) ଯୋଜନା ପ୍ରସ୍ତୁତ କରୁଛି। କ୍ଷତି ସହିଥିବା କ୍ରିକେଟ ବୋର୍ଡଗୁଡ଼ିକ କିପରି ଅଧିକ ଆୟ କରିପାରିବେ ସେ ସମ୍ପର୍କରେ ବିସିସିଆଇ ଚିନ୍ତା କରୁଥିବା ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ଏପରି କରିିବା ପାଇଁ ବିସିସିଆଇ ଛୋଟ ଦଳ ଗୁଡ଼ିକ ବିପକ୍ଷରେ ଅଧିକ ଦ୍ୱିପାକ୍ଷିକ ସିରିଜ ଖେଳିବ। ଏପରି ହେଲେ ସମ୍ପୃକ୍ତ କ୍ରିକେଟ ବୋର୍ଡ ରାଜସ୍ବ ପାଇପାରିବ। ଚଳିତ ବର୍ଷ ଶେଷରେ ୨୦୨୩-୨୦୩୨ ବର୍ଷ ପାଇଁ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ(ଏଫ୍‌ଟିପି) ଚୂଡ଼ାନ୍ତ ହେବ। ପୂର୍ବଭଳି ରାଜସ୍ବ ପାଇଁ ଆଇସିସି ବିସିସିଆଇ ଉପରେ ବହୁ ପରିମାଣରେ ନିର୍ଭର କରିବ।
ଆଗାମୀ ୧୨ ମାସ ମଧ୍ୟରେ ଭାରତୀୟ କ୍ରିକେଟ ଦଳ ୪ଟି ଦେଶକୁ ଟୁର୍‌ରେ ଯିବାର ଯୋଜନା ରହିଛି। ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାରେ ୬ଟି ଏକଦିବସୀୟ ମ୍ୟାଚ, ଅଷ୍ଟ୍ରେଲିଆରେ ୪ଟେଷ୍ଟ, ଜିମ୍ବାୱେରେ ୩ ଦିନିକିଆ ଏବଂ ଦକ୍ଷିଣ ଆଫ୍ରିକାରେ ୩ଟି ଟି୨୦ ମ୍ୟାଚ ଖେଳିବ। ଏହା ବ୍ୟତୀତ ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଟି୨୦ ବିଶ୍ୱକପ୍‌ ଅଛି। ତେବେ ଅନ୍ତର୍ଜାତୀୟ କ୍ରିକେଟ ସ୍ବାଭାବିକ ହେଲେ ଯାଇ ଏହା ସମ୍ଭବ ହୋଇପାରିବ। ଆଇସିସି କିନ୍ତୁ ଟି୨୦ ବିଶ୍ୱକପ ବାତିଲ କରିବା ପୂର୍ବରୁ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି। ତେବେ ଏହି ମେଗା ଇଭେଣ୍ଟ ଆୟୋଜନ ସମ୍ଭାବନା ଅତ୍ୟନ୍ତ କ୍ଷୀଣ ବୋଲି ସେ କହିଛନ୍ତି। ଅକ୍ଟୋବରରେ ବିଶ୍ୱକପ ହେଲେ ୮ଟି ଭେନ୍ୟୁ ଆବଶ୍ୟକ ହେବ। ଏଥିରେ ୧୬ଟି ଦଳ ଭାଗ ନେବାକୁ ଥିବାରୁ ସେହି ଦେଶର ସରକାର ଦଳ ଗୁଡ଼ିକୁ ବିଦେଶ ଯିବାପାଇଁ ଅନୁମତି ଦେବେ କି ନାହିଁ ତାହା ଏକ ପ୍ରଶ୍ନ। ଆସନ୍ତା ଡିସେମ୍ବରରେ ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ଗୋଟିଏ ଭେନ୍ୟୁରେ କରିବା ପାଇଁ ଚିନ୍ତା କରୁଛି। ଏପରିସ୍ଥଳେ ତା’ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବରରେ କିପରି ୮ଟି ଭେନ୍ୟୁ ପ୍ରସ୍ତୁତ କରିପାରିବ ବୋଲି ଉକ୍ତ କର୍ମକର୍ତ୍ତା ଜଣକ ପ୍ରଶ୍ନ ଉଠାଇଛନ୍ତି। ବିସିସିଆଇ ପାଇଁ ଟି୨୦ ବିଶ୍ୱକପ୍‌ କିିମ୍ବା ଏସିଆ କପ୍‌ ମୁଖ୍ୟ ନୁହେଁ। ୨୦୨୦-୨୧ ସିଜନରେ ଭାରତୀୟ ବୋର୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ୨୫୦୦ କୋଟି ଏବଂ ଦ୍ୱିପାକ୍ଷିକ କ୍ରିକେଟରୁ ୯୫୦ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଥିଲା। ଆଇସିସି ରାଜସ୍ବରୁ ଏହାର ଅଂଶ ବାବଦରେ ୩୮୦ କୋଟି (୮ବର୍ଷରେ ୪୦୫ମିଲିୟନ ଡଲାର) ଟଙ୍କା ଅର୍ଜନ କରିବ।
ଚଳିତ ୮ ବର୍ଷିଆ ଏଫ୍‌ଟିପି ଅନୁସାରେ ଇଂଲଣ୍ଡ କ୍ରିକେଟ ବୋର୍ଡ ଆଇସିସିଠାରୁ ୧୩୯ ମିଲିୟନ ଡଲାର ପାଇବ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ କ୍ରିକେଟ ବୋର୍ଡ ୧୨୮ ମିଲିୟନ ଡଲାର ଲେଖାଏ ଏବଂ ଜିମ୍ବାୱେ ବୋର୍ଡ ୯୪ ମିଲିୟନ ଡଲାର ପାଇବ। ବିସିସିଆଇକୁ ମିଶାଇ ଏହି ସମସ୍ତ କ୍ରିକେଟ ବୋର୍ଡ ୬୦ରୁ ୯୦ କୋଟି ଟଙ୍କା ଲେଖାଏ ଟି୨୦ ବିଶ୍ୱକପ୍‌ରୁ ପାଇବେ। ମାତ୍ର ପ୍ରସାରଣକାରୀ ସଂସ୍ଥା ଷ୍ଟାର ସହିତ ହୋଇଥିବା ଚୁକ୍ତି ଅନୁସାରେ ବିସିସିଆଇ ଗୋଟିଏ ଘରୋଇ ମ୍ୟାଚରୁ ୬୦ କୋଟି ଟଙ୍କା ପାଇବ। ତେଣୁ ବିସିସିଆଇ ଅଳ୍ପ ସମୟ ମଧ୍ୟରେ କେବଳ ବିଦେଶରେ ସିରିଜ ନ ଖେଳି କିିଛି ଘରୋଇ ମ୍ୟାଚ ମଧ୍ୟ ଆୟୋଜନ କରି ଅନ୍ୟ ବୋର୍ଡ ଗୁଡ଼ିକର କ୍ଷତି ଭରଣା କରିବାକୁ ଯୋଜନା ରଖିଛି। ଆଇପିଏଲ୍‌ ଆୟୋଜନ ହେଲେ କେବଳ ବିସିସିଆଇ ନୁହେଁ ସମସ୍ତ ବୋର୍ଡ ଲାଭବାନ ହୋଇଥାନ୍ତି। କାରଣ ସେମାନେ ସେମାନଙ୍କ ଖେଳାଳିଙ୍କୁ ଅନୁମତି ଦେବା(ରିଲିଜ୍‌ ଫି’) ବାବଦରେ ସେମାନେ ଆୟ କରୁଥିବା ଅର୍ଥର ୨୦ ପ୍ରତିଶତ ପାଇଥାନ୍ତି। ଯଦି ଆଇପିଏଲ୍‌ର ୧୩ତମ ସଂସ୍କରଣ ବାତିଲ ହୁଏ ତେବେ ବିଦେଶୀ ଖେଳାଳିମାନେ ପାଖାପାଖି ୨୪୦ କୋଟି ଟଙ୍କା ହରାଇବେ। ସେହି ଅନୁସାରେ ସେମାନଙ୍କ ବୋର୍ଡ ମଧ୍ୟ ଆର୍ଥିକ କ୍ଷତି ସହିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri