Posted inଖେଳ

କ୍ରୀଡ଼ା ପୁରସ୍କାର ଚୟନ ପଦ୍ଧତିରେ ପରିବର୍ତ୍ତନ ଅଣାଯାଉ: ପଙ୍ଘାଲ

ନୂଆଦିଲ୍ଲୀ,୧୬ା୫ (ପି.ଟି.)-ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ ପଦ୍ଧତିିରେ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କୁ ଅନୁରୋଧ କରିଛନ୍ତି ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟୀ ବକ୍ସର ଅମିତ୍‌ ପଙ୍ଘାଲ। ଅଜାଣତରେ ଡୋପ୍‌ ଅପରାଧରେ ଫସିଯାଇଥିବାରୁ ବାରମ୍ବାର ଅର୍ଜୁନ ପୁରସ୍କାର ପାଇବାରୁ ବଞ୍ଚତ୍ତ ହୋଇ ଆସୁଛନ୍ତି। ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ବର୍ତ୍ତମାନ ଯେଉଁ ଚୟନ ପ୍ରକ୍ରିୟା ଚାଲିଛି, ସେଥିରେ ବାଛବିଚାର ହେଉଛି ବୋଲି ପଙ୍ଘାଲ ଅଭିଯୋଗ କରିଛନ୍ତି। ଗତବର୍ଷ ବିଶ୍ୱ ଚାମ୍ପିୟନଶିପ୍‌ରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ଲାଭ କରିଥିବା ଏହି ବକ୍ସର ମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏକ ପୁରସ୍କାର ପାଇବା ଲାଗି ଜଣେ ଆଥଲେଟ୍‌ ନିଜକୁ ଯୋଗ୍ୟ ବୋଲି ଉପସ୍ଥାପନ କରିବା ଉଚିତ ନୁହେଁ। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ପୁରସ୍କାର ପାଇଁ ଜଣେ ଆଥଲେଟଙ୍କୁ ଦରଖାସ୍ତ କରିବାକୁ ହେଉଛି। ସିଲେକ୍ସନ କମିଟି ସେମାନଙ୍କ ଆବେଦନପତ୍ରକୁ ଭିତ୍ତି କରି ବିଜେତାଙ୍କ ନାମ ଘୋଷଣା କରୁଛନ୍ତି। ସ୍ପୋଟର୍‌ସ ସିଲେକ୍ସନ କମିଟିର ସଦସ୍ୟମାନେ ଉତ୍ତରଦାୟୀ ରହୁ ନ ଥିବାରୁ ଚୟନବେଳେ ବାଛବିଚାର ହେଉଥିବା ପଙ୍ଘାଲ ଅଭିଯୋଗ କରିଛନ୍ତି। ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ପଙ୍ଘାଲ ପୂର୍ବରୁ ଦୁଇଥର ଅର୍ଜୁନ ପୁରସ୍କାର ପାଇଁ ପ୍ରାର୍ଥୀ ହୋଇଛନ୍ତି। ମାତ୍ର ଅତୀତର ଡୋପ୍‌ ନିୟମ ଉଲ୍ଲଂଘନ ରେକର୍ଡ ଯୋଗୁ ତାଙ୍କ ନାମ ବିଚାରକୁ ନିଆଯାଇ ନାହିଁ। ପଙ୍ଘାଲ କହିଛନ୍ତି, ସେ ୨୦୧୨ରେ ହାଡ଼ଫୁଟିରେ ପୀଡ଼ିତ ଥିଲେ। ସେତେବେଳେ ସେ ଯେଉଁ ଔଷଧ ସେବନ କରିଥିଲେ ସେଥିରେ ନିଷିଦ୍ଧ ଦ୍ରବ୍ୟ (ଏକ ଆନାବୋଲିକ୍‌ ଷ୍ଟେରଏଡ୍‌) ରହିଥିଲା। ଫଳରେ ଡୋପ୍‌ ଟେଷ୍ଟରେ ଧରାପଡ଼ିଥିଲେ। ସେତେବେଳେ ତାଙ୍କର ଆଣ୍ଟି ଡୋପିଂ ନିୟମ ଉପରେ ସେତେଟା ଜ୍ଞାନ ନ ଥିଲା। ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦରଖାସ୍ତ କରିବାର ଶେଷ ତାରିଖ ଜୁନ୍‌ ୩ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri