Posted inଖେଳ

କ୍ରୀଡ଼ା ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ,୨୫।୫: ବଲବୀର ସିଂଙ୍କ ପରଲୋକରେ ସାରା କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ, ରେସଲର ବଜରଙ୍ଗ ପୁନିଆ, ତାରକା ବକ୍ସା ବଜେନ୍ଦର ସିଂ, ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ, ଶୁଟିଂ ଲିଜେଣ୍ଡ ଅଭିନବ ବିନ୍ଦ୍ରା ପ୍ରମୁଖ କ୍ରୀଡ଼ାବିତ୍‌ମାନେ ଶୋକ ଜାହିର କରିଛନ୍ତି। ହକି ଇଣ୍ଡିଆ ତରଫରୁ ମଧ୍ୟ ଶୋକବାର୍ତ୍ତା ପ୍ରଦାନ କରାଯାଇଛି। ସେହିପରି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କରେଣ ରିଜିଜୁ, ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ନରିନ୍ଦର ବାତ୍ରା ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।
କ୍ରୀଡ଼ାମନ୍ତ୍ରୀ ରିଜିଜୁ ମଧ୍ୟ ତାଙ୍କ ଦେହାନ୍ତରେ ବହୁତ ଦୁଃଖିତ ବୋଲି କହିଛନ୍ତି। ହୃଦୟରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଓ ତାଙ୍କ ଆତ୍ମାର ସଦ୍‌ଗତି ହେଉ ବୋଲି ରିଜିଜୁ କହିଛନ୍ତି। ବଲ୍‌ବୀର ସିଂଙ୍କ ଦେହାନ୍ତରେ ବେଶ୍‌ ଦୁଃଖିତ ବୋଲି କୋହଲି କହିଛନ୍ତି। ତାଙ୍କ ଆତ୍ମାର ସଦ୍‌ଗତି ହେଉ। ତାଙ୍କ ପରିବାର ଓ ଶୁଭଚିନ୍ତକଙ୍କୁ ସମବେଦନା ଜଣାଉଛି ବୋଲି କୋହଲି ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ବଲବୀର ଜଣେ କିମ୍ବଦନ୍ତୀ ହକି ଖେଳାଳି ଥିଲେ ବୋଲି ହକି ଇଣ୍ଡିଆ ଟୁଇଟ୍‌ କରି ଜଣାଇଛି। ଏଥିସହିତ ୧୯୮୪ ଅଲିମ୍ପିକ୍ସ ଖେଳିବା ନେଇ ବଲବୀରଙ୍କ ଏକ ବାର୍ତ୍ତାକୁ ମଧ୍ୟ ହକି ଇଣ୍ଡିଆ ଟୁଇଟ୍‌ କରିଛି। ଦେଶର ଦ୍ରୁତତମ ଧାବିକା ତଥା ମହିଳା ତାରକା ସ୍ପ୍ରିଣ୍ଟର ଦୂତୀ ‘ଏକ ଯୁଗର ଅନ୍ତ ଘଟିଲା’ ବୋଲି ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଜଣେ କିମ୍ବଦନ୍ତୀ ଖେଳାଳି ଥିଲେ ଓ ଏହି ଦୁଃଖ ସମୟରେ ତାଙ୍କ ପରିବାରକୁ ସମବେଦନା ଜଣାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ବଲବୀର ସବୁଦିନେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଅଲିମ୍ପିକ ପଦକ ବିଜେତା ବକ୍ସର ବିଜେନ୍ଦର ସିଂ ଟୁଇଟ୍‌ କରି ଜଣାଇଛନ୍ତି। ଆତ୍ମାର ସଦ୍‌ଗତି ହେଉ ଓ ତାଙ୍କ ପରିବାରକୁ ସମବେଦନା ଜଣାଉଛି ବୋଲି ସେ ଟୁଇଟ କରି ଉଲ୍ଲେଖ କରିଛନ୍ତି। ତାଙ୍କ ପରିବାରକୁ ସମବେଦନା ଜଣାଉଛି ବୋଲି କୁମ୍ବଲେ ଟୁଇଟ୍‌ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ବହୁତ ଦୁଃଖ ଦେଇଛି। ତାଙ୍କ ଆତ୍ମାର ସଦ୍‌ଗତି ହେଉ ବୋଲି ବଜରଙ୍ଗ ପୁନିଆ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ଭାରତର ଏକମାତ୍ର ବ୍ୟକ୍ତିଗତ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବଲବୀର ଜଣେ ବିରଳ ରୋଲ ମଡେଲ। ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ। ତାଙ୍କ ଦେହାନ୍ତ ଖବର ମୋ ପାଇଁ ବହୁତ ଦୁଃଖ ଆଣିଦେଇଛି ବୋଲି ବିନ୍ଦ୍ରା ଟୁଇଟ୍‌ କରିଛନ୍ତି। ସେ ଜଣେ ମହାନ୍‌ ଖେଳାଳି ଥିଲେ ଓ ବିଶ୍ୱର ବିଭିନ୍ନ ଦେଶର ଲୋକ ତାଙ୍କୁ ଭଲ ପାଉଥିଲେ। କ୍ରୀଡ଼ାଜଗତରେ ସେ ବଳିଷ୍ଠ ପରମ୍ପରା ଛାଡିଯାଇଛନ୍ତି ବୋଲି ନରିନ୍ଦର ବାତ୍ରା କହିଛନ୍ତି। ପୂର୍ବତନ ହକି ଅଧିନାୟକ ବୀରେନ ରାସକ୍ୱନା ଓ ସର୍ଦ୍ଦାର ସିଂ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ତାରକା ହକି ଗୋଲ କିପର ପି.ଆର. ଶ୍ରୀଜେସ ଓ ଭାରତୀୟ ହକି ଅଧିନାୟିକା ରାନୀ ରାମପାଲ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସ୍ପ୍ରିଣ୍ଟ ଲିଜେଣ୍ଡ ପି.ଟି. ଉଷା ମଧ୍ୟ ଶୋକ ଜାହିର କରିଛନ୍ତି। ଶୁଟର ହୀନା ସିଦ୍ଧୁ ସିପିଆଇ ନେତା ସୀତାରାମ ୟେଚୁରୀ ମଧ୍ୟ ଶୋକ ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri