Posted inଖେଳ

କ୍ରିକେଟରୁ ଦୁର୍ନୀତିର ମୂଳୋତ୍ପାଟନ: ମ୍ୟାଚ୍‌ ଫିକ୍ସିଂ ଆଇନ ପାଇଁ ପରାମର୍ଶ

ମୋହାଲି,୧୭ା୯ (ପି.ଟି.)-ଭାରତୀୟ କ୍ରିକେଟରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ହେଲେ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି। ଏକଥା କହିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁର୍ନୀତି ନିବାରଣ ଶାଖା (ଏସିୟୁ) ମୁଖ୍ୟ ଅଜିତ ସିଂ ଶେଖାଓ୍ବତ। ଏହାଛଡ଼ା ବେଟିଂକୁ ଆଇନସିଦ୍ଧ କରିବା ଲାଗି ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ୨୦୧୮ଏପ୍ରିଲରେ ବିସିସିଆଇର ଦୁର୍ନୀତି ନିବାରଣ ଶାଖାର ଦାୟିତ୍ୱ ନେବା ପୂର୍ବରୁ ଶୋଖାଓ୍ବତ ରାଜସ୍ଥାନର ପୋଲିସ ଡିଜି ଥିଲେ। ଗତବର୍ଷ ଜାତୀୟ ଓ ଅନ୍ତର୍ଜାତୀୟ ସମେତ ୧୨ ଜଣ କ୍ରିକେଟର ଦୁର୍ନୀତି କାର୍ଯ୍ୟକରିବା ଲାଗି ପ୍ରଲୋଭିତ କରାଯାଇଥିଲା। ତାମିଲନାଡୁ ପ୍ରିମିୟର ଲିଗ୍‌ରେ ମ୍ୟାଚ ଫିକ୍ସିଂ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହେବାପରେ ତାହା ଉପରେ ନଜର ରଖାଯାଇଛି। ଜଣେ ବୁକି ତାଙ୍କୁ ଆପ୍ରୋଚ କରିଥିବା ଜଣେ ମହିଳା କ୍ରିକେଟର ଇତିମଧ୍ୟରେ ରିପୋର୍ଟ କରିଛନ୍ତି। ଚଳିତବର୍ଷ ମୁମ୍ବାଇ, କର୍ନାଟକ ଓ ତାମିଲନାଡୁରେ ଛୋଟମୋଟ ଘଟଣା ନଜରକୁ ଆସିଛି। ଦେଶରେ ମ୍ୟାଚ ଫିକ୍ସିଂ ଏବଂ ସ୍ପଟ୍‌ ଫିକ୍ସିଂ ରୋକିବା ସହଜ ମନେ ହେଉ ନାହିଁ। ତେଣୁ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି, ଏକ୍ଷେତ୍ରରେ ପୋଲିସର ଭୂମିକା କ’ଣ ରହିବ ତାହା ମଧ୍ୟ ସ୍ପଷ୍ଟ ହେବା ଦରକାର। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ମ୍ୟାଚ ଫିକ୍ସିଂକୁ ଦେଶରେ ଏକ ଫୌଜଦାରୀ ଅପରାଧ ବିବେଚନା କରାଯିବା ଉଚିତ୍‌ ବୋଲି ଭାରତର ଲ’ କମିଶନ ଗତ ବର୍ଷ ମତବ୍ୟକ୍ତ କରି କହିଥିଲେ। ବେଟିଂକୁ ଯଦି ଅବା ଆଇନସିଦ୍ଧ କରାଯାଏ ତେବେ ଏହା ଉପରେ କିଛି ନିୟନ୍ତ୍ରଣ ରହିବା ଉଚିତ୍‌। ସରକାର ମଧ୍ୟ ଏଥିରୁ ମୋଟା ଅଙ୍କର ରାଜସ୍ବ ପାଇ ପାରିବେ ବୋଲି ଶେଖାଓ୍ବତ ପ୍ରକାଶ କରିଛନ୍ତି। ବେଟିଂ ଆଇନସିଦ୍ଧ ହେବାଦ୍ୱାରା କିଏ ବେଟିଂ କରୁଛି ଏବଂ ସେ କେତେ ଟଙ୍କାର ବେଟିଂ ଲଗାଇଛନ୍ତି ସେ ସମ୍ପର୍କରେ ଡାଟା ମିଳିଯିବ। ଏହାଦ୍ୱାରା ବେଆଇନ ବେଟିଂ ଚଳାଇବା କଷ୍ଟରକର ହୋଇ ପଡ଼ିବ। ବର୍ତ୍ତମାନ ବେଟିଂ ମାମଲାରେ ଧରାପଡ଼ିଲେ କେତେ ଶହ କିମ୍ବା କେତେ ହଜାର ଟଙ୍କା ଜରିମାନା ବଦଳରେ ଖସିଯାଇ ହେଉଛି। ପୁରୁଷ କ୍ରିକେଟରେ ଦୁର୍ନୀତି ନୂଆ କଥା ନୁହେଁ। କିନ୍ତୁ ଏବେ ମହିଳା କ୍ରିକେଟକୁ ଏହା ବ୍ୟାଧି ଗ୍ରାସ କଲାଣି। ଗତ ଫେବୃୟାରୀରେ ଜଣେ ବୁକି ଜଣେ ମ୍ୟାଚ ଫିକ୍ସିଂରେ ସାମିଲ ହେବା ଲାଗି ମହିଳା କ୍ରିକେଟରଙ୍କୁ ଆପ୍ରୋଚ କରିଥିବା ବିସିସିଆଇ ନିକଟରେ ରିପୋର୍ଟ ହୋଇଛି। ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ଏହାର ତଦନ୍ତ ହେବାକୁ ଥିବାବେଳେ ଏହି ବିଷୟରେ ଦୁଇଜଣଙ୍କ ବିରୋଧରେ ଥାନାରେ ଏତାଲା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୫।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…

ଗୋଟିଏ ଦିନରେ ୪୮ ଜୁଆ ଆଡ୍ଡାରେ ଚଢ଼ାଉ: ୨୮୭ ଜୁଆଡ଼ି ଗିରଫ, ୯ ଲକ୍ଷ ଟଙ୍କା ଜବତ

ଛତ୍ରପୁର,୨୫।୧୦(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପାର୍ବଣ ଋତୁରେ ଗଞ୍ଜାମ ଜିଲାରେ ଜୁଆ ଖେଳ ଉପରେ ପୋଲିସର ଚଢ଼ାଉ ଅଭିଯାନ ଜାରି ହୋଇଛି। ଗତ ୫ ଦିନ ମଧ୍ୟରେ ଗଞ୍ଜାମ…

କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ବଟେଶ୍ୱର ରାସ୍ତା ନିର୍ମାଣ ଦାବି ତେଜିଲା

ଗଞ୍ଜାମ,୨୫ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ବଟେଶ୍ୱର ପୀଠକୁ ହୁମାଠାରୁ ସଂଯୋଗ ରାସ୍ତା ଶୋଚନୀୟ ଅବସ୍ଥା ହୋଇପଡିଛି। କିଛି ଦିନ ପରେ…

ବୈଭବଙ୍କୁ ୩ ନମ୍ବରରେ ଖେଳାଇବା ନେଇ ଅଶ୍ୱିନଙ୍କ ପ୍ରଶ୍ନ, କହିଲେ ପାଣି ବାହାରେ ମାଛ…

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ଈଶାନ କିଶନ…

ଦୁର୍ଘଟଣାକୁ ନେଇ ତେଜିଲା ଅସନ୍ତୋଷ, କ୍ରସରରେ ତାଲା ପକାଇଲେ ଗ୍ରାମବାସୀ

ବଲାଙ୍ଗୀର,୨୫।୧୦(ସୁନିଲ କୁମାର ମହାନ୍ତି): ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ରସରରେ ତାଲା ପକାଇଲେ ଆନ୍ଦୋଳନ କରିଛନ୍ତି। ଏହି ଘଟଣା ଘଟିଛି…

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….

ଭୁବନେଶ୍ବର,୨୫।୧୦: ଜଟଣୀ ଇନ୍‌ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,…

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?