Posted inଖେଳ

କ୍ରିକେଟରୁ ଦୁର୍ନୀତିର ମୂଳୋତ୍ପାଟନ: ମ୍ୟାଚ୍‌ ଫିକ୍ସିଂ ଆଇନ ପାଇଁ ପରାମର୍ଶ

ମୋହାଲି,୧୭ା୯ (ପି.ଟି.)-ଭାରତୀୟ କ୍ରିକେଟରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ହେଲେ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି। ଏକଥା କହିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁର୍ନୀତି ନିବାରଣ ଶାଖା (ଏସିୟୁ) ମୁଖ୍ୟ ଅଜିତ ସିଂ ଶେଖାଓ୍ବତ। ଏହାଛଡ଼ା ବେଟିଂକୁ ଆଇନସିଦ୍ଧ କରିବା ଲାଗି ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ୨୦୧୮ଏପ୍ରିଲରେ ବିସିସିଆଇର ଦୁର୍ନୀତି ନିବାରଣ ଶାଖାର ଦାୟିତ୍ୱ ନେବା ପୂର୍ବରୁ ଶୋଖାଓ୍ବତ ରାଜସ୍ଥାନର ପୋଲିସ ଡିଜି ଥିଲେ। ଗତବର୍ଷ ଜାତୀୟ ଓ ଅନ୍ତର୍ଜାତୀୟ ସମେତ ୧୨ ଜଣ କ୍ରିକେଟର ଦୁର୍ନୀତି କାର୍ଯ୍ୟକରିବା ଲାଗି ପ୍ରଲୋଭିତ କରାଯାଇଥିଲା। ତାମିଲନାଡୁ ପ୍ରିମିୟର ଲିଗ୍‌ରେ ମ୍ୟାଚ ଫିକ୍ସିଂ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହେବାପରେ ତାହା ଉପରେ ନଜର ରଖାଯାଇଛି। ଜଣେ ବୁକି ତାଙ୍କୁ ଆପ୍ରୋଚ କରିଥିବା ଜଣେ ମହିଳା କ୍ରିକେଟର ଇତିମଧ୍ୟରେ ରିପୋର୍ଟ କରିଛନ୍ତି। ଚଳିତବର୍ଷ ମୁମ୍ବାଇ, କର୍ନାଟକ ଓ ତାମିଲନାଡୁରେ ଛୋଟମୋଟ ଘଟଣା ନଜରକୁ ଆସିଛି। ଦେଶରେ ମ୍ୟାଚ ଫିକ୍ସିଂ ଏବଂ ସ୍ପଟ୍‌ ଫିକ୍ସିଂ ରୋକିବା ସହଜ ମନେ ହେଉ ନାହିଁ। ତେଣୁ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି, ଏକ୍ଷେତ୍ରରେ ପୋଲିସର ଭୂମିକା କ’ଣ ରହିବ ତାହା ମଧ୍ୟ ସ୍ପଷ୍ଟ ହେବା ଦରକାର। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ମ୍ୟାଚ ଫିକ୍ସିଂକୁ ଦେଶରେ ଏକ ଫୌଜଦାରୀ ଅପରାଧ ବିବେଚନା କରାଯିବା ଉଚିତ୍‌ ବୋଲି ଭାରତର ଲ’ କମିଶନ ଗତ ବର୍ଷ ମତବ୍ୟକ୍ତ କରି କହିଥିଲେ। ବେଟିଂକୁ ଯଦି ଅବା ଆଇନସିଦ୍ଧ କରାଯାଏ ତେବେ ଏହା ଉପରେ କିଛି ନିୟନ୍ତ୍ରଣ ରହିବା ଉଚିତ୍‌। ସରକାର ମଧ୍ୟ ଏଥିରୁ ମୋଟା ଅଙ୍କର ରାଜସ୍ବ ପାଇ ପାରିବେ ବୋଲି ଶେଖାଓ୍ବତ ପ୍ରକାଶ କରିଛନ୍ତି। ବେଟିଂ ଆଇନସିଦ୍ଧ ହେବାଦ୍ୱାରା କିଏ ବେଟିଂ କରୁଛି ଏବଂ ସେ କେତେ ଟଙ୍କାର ବେଟିଂ ଲଗାଇଛନ୍ତି ସେ ସମ୍ପର୍କରେ ଡାଟା ମିଳିଯିବ। ଏହାଦ୍ୱାରା ବେଆଇନ ବେଟିଂ ଚଳାଇବା କଷ୍ଟରକର ହୋଇ ପଡ଼ିବ। ବର୍ତ୍ତମାନ ବେଟିଂ ମାମଲାରେ ଧରାପଡ଼ିଲେ କେତେ ଶହ କିମ୍ବା କେତେ ହଜାର ଟଙ୍କା ଜରିମାନା ବଦଳରେ ଖସିଯାଇ ହେଉଛି। ପୁରୁଷ କ୍ରିକେଟରେ ଦୁର୍ନୀତି ନୂଆ କଥା ନୁହେଁ। କିନ୍ତୁ ଏବେ ମହିଳା କ୍ରିକେଟକୁ ଏହା ବ୍ୟାଧି ଗ୍ରାସ କଲାଣି। ଗତ ଫେବୃୟାରୀରେ ଜଣେ ବୁକି ଜଣେ ମ୍ୟାଚ ଫିକ୍ସିଂରେ ସାମିଲ ହେବା ଲାଗି ମହିଳା କ୍ରିକେଟରଙ୍କୁ ଆପ୍ରୋଚ କରିଥିବା ବିସିସିଆଇ ନିକଟରେ ରିପୋର୍ଟ ହୋଇଛି। ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ଏହାର ତଦନ୍ତ ହେବାକୁ ଥିବାବେଳେ ଏହି ବିଷୟରେ ଦୁଇଜଣଙ୍କ ବିରୋଧରେ ଥାନାରେ ଏତାଲା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ ଉପରେ CBSEର ୟୁଟର୍ନ, ପ୍ରଥମେ ଖାରଜ ପରେ ଏବେ ତ୍ରୁଟି ସ୍ବୀକାର କଲା

ନୂଆଦିଲ୍ଲୀ,୩୧।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ଅନ୍-ସ୍କ୍ରିନ୍ ମାର୍କିଂ (OSM) ସିଷ୍ଟମକୁ ନେଇ ବିବାଦ ସମ୍ପର୍କରେ ଏକ ବଡ଼ ୟୁ-ଟର୍ଣ୍ଣ ନେଇଛି । ଉତ୍ତର…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

ବିଧାୟକଙ୍କୁ ପରିଗଣନା ଫର୍ମ ବାଣ୍ଟିଲେ ଭଞ୍ଜନଗର ଉପଜିଲାପାଳ, ବିଏଲଓମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଏସ ଆଇ ଆର କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ରବିବାର ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର…

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

ରାଉତିଆ ସମାଜକୁ ଅନୁସୂଚିତ ଜନଜାତି ମାନ୍ୟତା ଦାବି ତେଜିଲା

କୁତ୍ରା,୩୧ା୫(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗଝରିଆ ଗ୍ରାମରେ ରବିବାର ଅଖିଳ ଭାରତୀୟ ରାଉତିଆ ସମାଜର ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri