କୋର୍ଟରୁ ଫାଇଲ୍‌ ଚୋରି: ଅଭିଯୁକ୍ତ ଅଟକ, ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୨୧।୧୨: ବାଲେଶ୍ୱର ସିଭିଲ ଜଜ୍‌ ଜୁନିୟର ଡିଭିଜନ୍‌ (ମୁନସିଫ୍‌) କୋର୍ଟର ନିର୍ବାଚନ ମିସ୍‌ କେସ୍‌ (ନଂ. ୧୬/୧୭)ର ଫାଇଲ୍‌ ଚୋରି ହୋଇଯାଇଥିବା ଶନିବାର ଜଣାପଡ଼ିଥିଲା। ସିସିଟଭି ଫୁଟେଜ୍‌କୁ ଆଧାର କରି ଅଭିଯୁକ୍ତଙ୍କୁ ଆଇନଜୀବୀମାନେ ଅଟକାଇଥିଲେ। ଦୀର୍ଘସମୟ ପଚରାଉଚରା ପରେ ଅଭିଯୁକ୍ତ ଉକ୍ତ ଫାଇଲ୍‌କୁ ଚୋରାଇଥିବା ସ୍ବୀକାର କରିବା ସହ ତାଙ୍କୁ ପଠାଇଥିବା ୨ଜଣ ଲୋକ ଫାଇଲ୍‌ ନେଇଯାଇଥିବା କହିଛନ୍ତି। ଏହାପରେ ଜିଲା ଜଜ୍‌ ହିରଣ୍ମୟୀ ବିଶୋଇଙ୍କ ନିର୍ଦ୍ଦେଶରେ ସହଦେବଖୁଣ୍ଟା ମଡ଼େଲ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ ପହଞ୍ଚତ୍ ଅଟକ ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି।
୨୦୧୮ ପଞ୍ଚାୟତ ନିର୍ବାଚନ ସମୟରେ ଏକ ମାମଲା ରୁଜୁ କରାଯାଇ କୋର୍ଟରେ ବିଚାରାଧୀନ ଥିବା ବେଳେ ଗତ ଶୁକ୍ରବାର କୋର୍ଟରେ ତାରିଖ ଥିଲା। ରେମୁଣା ବ୍ଲକ ଆମ୍ବୁଡ଼ିଆସ୍ଥିତ ରବି ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜକୁ ଆଇନଜୀବୀର ପରିଚୟ ଦେଇ ଉକ୍ତ ଫାଇଲ୍‌କୁ ଦେଖିବା ପାଇଁ ମୁନସିଫ୍‌ ପେସ୍କାରଙ୍କୁ ଅନୁରୋଧ କରିଥିଲେ। ଜଜ୍‌ଙ୍କ ଡାକରାରେ ପେସ୍କାର ଉଠିଯାଇଥିବାବେଳେ ଆସି ଫାଇଲ୍‌ ଖୋଜି ପାଇ ନ ଥିଲେ। ପେସ୍କାର ରବିଙ୍କୁ ପଚାରିବାରୁ ସେ ମାନି ନ ଥିଲେ। ପରେ ସିସିଟିଭିର ସହାୟତା ନିଆଯାଇଥିଲା। ସିସି ଟିଭିରୁ ମିଳିଥିବା ତଥ୍ୟ ଅନୁସାରେ ରବି ଫାଇଲ୍‌ ଦେଖି ସାରି ଟେବୁଲ୍‌ରେ ରଖି ବାହାରେ ଦୁଇଜଣ ଲୋକଙ୍କ ସହ ଅପେକ୍ଷା କରିଥିଲେ। ଜଜ୍‌ଙ୍କ ଡାକରାରେ ପେସ୍କାର ସିଟ୍‌ରୁ ଉଠି ଯାଇଥିବାବେଳେ ରୁମ୍‌ ଭିତରେ ପଶି ଉକ୍ତ ଫାଇଲ୍‌କୁ ଆଣିଥିବା ପଲିଥିନ୍‌ରେ ପୂରାଇ ସହଯୋଗୀ ଦୁଇଜଣଙ୍କ ଦେଇଥିବା ପ୍ରମାଣ ମିଳିଥିଲା। ଶନିବାର ତାଙ୍କୁ ପଚାରିବାରୁ ପ୍ରଥମେ ସେ ମନା କରିଥିଲେ। ବାର୍‌ର ସମସ୍ତ ଆଇନ୍‌ଜୀବୀ ଏକାଠି ହୋଇ ଉକ୍ତ ଫାଇଲ୍‌ର ସନ୍ଧାନ ପାଇଁ ଚେଷ୍ଟା କରିଥିଲେ। ଦୀର୍ଘ ସମୟ ପଚରାଉଚରା ପରେ ଶେଷରେ ସେ ଫାଇଲ୍‌କୁ ନେଇଥିବା ସ୍ବୀକାର କରିଥିଲେ।
ଅପରାହ୍ନରେ ଆଇନଜୀବୀ ସଂଘର ପରାମର୍ଶଦାତା ଆଇନଜୀବୀ ରଘୁନାଥ ପ୍ରଧାନଙ୍କ ସଭାପତିତ୍ୱରେ ଜରୁରୀକାଳୀନ ବୈଠକ ଡକାଯାଇଥିଲା। ସମ୍ପାଦକ ଆଇନଜୀବୀ ସମ୍ବିତ ନନ୍ଦୀ, ସହସମ୍ପାଦକ ଆଇନଜୀବୀ ଦୀପକ କୁମାର ଦାସଙ୍କ ସମେତ ବହୁ ସଦସ୍ୟ ଏକାଠି ହୋଇ ଉକ୍ତ ଘଟଣାକୁ ଆଲୋଚନା କଲା ପରେ ରବି ମଲ୍ଲିକ କୌଣସି ଆଇନଜୀବୀ ନୁହେଁ କିମ୍ବା ବାର୍‌ ଆସୋସିଏଶନ୍‌ର ସଦସ୍ୟ ନୁହନ୍ତି ବୋଲି ଜଣାପଡ଼ିଥିଲା। ଦୀର୍ଘଦିନ ଧରି ଆଇନଜୀବୀମାନଙ୍କୁ ସହଯୋଗ କରିବା ଆଳରେ ନିଜକୁ ଆମତ୍ଘୋଷିତ ଆଇନଜୀବୀ ପରିଚୟରେ କାର୍ଯ୍ୟ କରିଆସୁଥିଲେ। ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିବା ପାଇଁ ଜିଲା ଜଜ୍‌ଙ୍କୁ ଅନୁରୋଧ କରିଥିଲେ। ଅନ୍ୟପଟେ ମକଦ୍ଦମାରେ ଅଭିଯୁକ୍ତଙ୍କ ସପକ୍ଷରେ କୌଣସି ଆଇନଜୀବୀ ନ ଲଢ଼ିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିବା ସହସମ୍ପାଦକ ଆଇନଜୀବୀ ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri