କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ନାଁରେ ଅଭିଯୋଗ

ମୁମ୍ବାଇ,୨୮।୧: କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ବିବାଦରେ ଫସିଯାଇଛନ୍ତି। ଅଶ୍ଳୀଳ ଭିଡିଓ ଦେଖାଇବା ଅଭିଯୋଗରେ ୩୩ ବର୍ଷୀୟ ମହିଳା ସହଯୋଗୀ କୋରିଓଗ୍ରାଫର ତାଙ୍କ ବିରୋଧରେ ମହାରାଷ୍ଟ୍ର ମହିଳା କମିଶନ ଓ ମୁମ୍ବାଇର ଅମ୍ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଯେତେବେଳେ ଗଣେଶ ଇଣ୍ଡିଆନ ଫିଲ୍ମ ଆଣ୍ଡ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏଶନର ଜେନେରାଲ ସେକ୍ରେଟାରୀ ଥିଲେ ସେତେବେଳୁ ହିଁ ସେ ଉକ୍ତ ମହିଳାଙ୍କୁ ହଇରାଣ କରୁଥିଲେ। ମହିଳା କୋରିଓଗ୍ରାଫର ତାଙ୍କ କଥା ନ ମାନିବାରୁ ଗଣେଶ ନିଜ ପଦର ଅସଦ୍‌ବ୍ୟବହାର କରି ତାଙ୍କର ଆସୋସିଏଶନ ସଦସ୍ୟତାକୁ ଶେଷ କରିଦେଇଥିଲେ। ଗଣେଶ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ବଞ୍ଚିତ କରିବା ସହ ତାଙ୍କଠାରୁ କମିଶନ ମାଗୁଥିଲେ ବୋଲି ସେ ଏହି ଅଭିଯୋଗରେ ଦର୍ଶାଇଛନ୍ତି। ଏଥିସହ ତାଙ୍କୁ ଅଶ୍ଳୀଳ ଭିଡିଓ ଦେଖିବା ପାଇଁ ଗଣେଶ ବାଧ୍ୟ କରୁଥିଲେ ବୋଲି ଉକ୍ତ ମହିଳା କୋରିଓଗ୍ରାଫର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ, ‘ଆଜି ଭାରତ ପରିବର୍ତ୍ତନର…’

ନୂଆଦିଲ୍ଲୀ,୧୪।୬:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମିଳିତ ଭାବରେ ଫ୍ରାନ୍ସର ନିସ୍‌ରେ ‘ଇଣ୍ଡିଆ ଇନୋଭେଟ୍ସ’ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଭାରତ,…

ଡାକ୍ତରଖାନା ପାଇଖାନାରେ ନବଜାତ ଶିଶୁକନ୍ୟାର ମୃତଦେହ, କିଏ ସେ ଅଜଣା ମହିଳା ଯିଏ…

ବଞ୍ଚୋ,୧୪ା୬(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ମହିଳା ଓ୍ବାର୍ଡ ପାଇଖାନା ଭିତରୁ ଏକ ସଦ୍ୟ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ଫାଇନାଲ ହେଲା ଡିଲ୍‌? ପରମାଣୁ ଅସ୍ତ୍ର ନିର୍ମାଣ କରିବ ନାହିଁ ଇରାନ; ତେଲ କଟକଣା ବି ପ୍ରତ୍ୟାହାର

ତେହରାନ,୧୪।୬: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ସମ୍ପର୍କରେ ବିଭିନ୍ନ ବିବରଣୀ ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ଇରାନୀ ଅଧିକାରୀ ଏକ ସମ୍ବାଦ ସଂସ୍ଥାକୁ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

ଚରୁଥିବାବେଳେ ବଜ୍ରପାତରେ ଜଳିଗଲେ ୧୨ ଛେଳି, କ୍ଷତିପୂରଣ ଦାବି କରି…

ଭଞ୍ଜନଗର,୧୪ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବାରଦଣ୍ଡା ଗ୍ରାମରେ ବଜ୍ରପାତ ମାରିବାରୁ ରବିବାର ଅପରାହ୍ନରେ ୧୨ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଏଥିରେ ଛେଳି ଚରାଳି…

Mobile Emergency Alert: ଆଉ ହଠାତ ଭାଇବ୍ରେଟ ହେବ ନାହିଁ ଆପଣଙ୍କ ମୋବାଇଲ, ଜାଣନ୍ତୁ କିଏ ବନ୍ଦ କଲା ଏହି ସେବା

ନୂଆଦିଲ୍ଲୀ,୧୪।୬: ସାରା ଦେଶରେ ମୋବାଇଲ ଫୋନକୁ ଜରୁରୀକାଳୀନ ସତର୍କତା ପଠାଉଥିବା ସେଲ ବ୍ରଡକାଷ୍ଟ ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA)…

ଓମାନ ଉପସାଗରରେ ବୁଡିଲା ୧୪ ଭାରତୀୟ ଯାତ୍ରା କରୁଥିବା ଡଙ୍ଗା, ଉଦ୍ଧାର କାର୍ଯ୍ୟରେ ସହାୟତା କଲା ଆମେରିକା

ମସ୍କଟ,୧୪।୬: ରବିବାର ଓମାନ ଉପକୂଳରେ ୧୪ ଜଣ ଭାରତୀୟ ନାଗରିକଙ୍କୁ ନେଇ ଏକ ଡଙ୍ଗା ବୁଡ଼ିବାକୁ ଆରମ୍ଭ କରିଥିଲା, ଏହି ସମୟରେ ଆମେରିକା ନୌସେନା, ଭାରତୀୟ ନୌସେନା…

ରଜରେ ଶିବମନ୍ଦିର ପରିସରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

କୋରାପୁଟ,୧୪ା୬(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠ ବଡ଼ ଚିନ୍ଦ୍ରି ଗୋପନଗରସ୍ଥିତ ଚନ୍ଦ୍ରଶେଖର ଶିବମନ୍ଦିର ପରିସରରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri