Odisha Elections 2024

କୋମାରେ ପ୍ରି-ପେଡ୍‌, ପିଙ୍କ୍‌ ଅଟୋ ସେବା

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଆସିବା ପରେ ଏବେ ଲୋକଙ୍କ ପ୍ରଥମ ପସନ୍ଦ ପାଲିଟିଛି ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବା ସାଧାରଣ ପରିବହନ ବ୍ୟବସ୍ଥା। ନିଜ ଗାଡ଼ି ଧରି ଯିବା ଅପେକ୍ଷା ଲୋକେ ବସ୍‌ କିମ୍ବା ଅଟୋ ଭଳି ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଯିବାକୁ ଉଚିତ ମଣୁଛନ୍ତି। ଯେଉଁଥିପାଇଁ ଫାଙ୍କା ପଡ଼ୁଥିବା ‘ମୋ ବସ୍‌’ ବି ଆଜିକାଲି ପୂରା ପୂରା ଲାଗୁଛି। ପ୍ରଥମଥର ପାଇଁ ମୋ ବସ୍‌ ଦୈନିକ ଯାତ୍ରୀସଂଖ୍ୟା ୯୦ ହଜାର ଟପି ରେକର୍ଡସ୍ତରରେ ପହଞ୍ଚିଛି। ଏପଟେ ଯାତ୍ରୀ ପାଇଁ ବାଡ଼ିଆପିଟା ହେଉଥିବା ଅଟୋ ଚାଳକଙ୍କୁ ମଧ୍ୟ ଭଲ ଯାତ୍ରୀ ମିଳୁଛନ୍ତି। ତେବେ କିଛି ଅଟୋଚାଳକଙ୍କ ଦୌରାମତ୍‌ୟ ଯୋଗୁ ଭୁବନେଶ୍ୱରରେ ଅଟୋରେ ଯାତ୍ରା କରିବା ବିଶେଷକରି ମହିଳାଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଅଟୋରେ ମାତ୍ରାଧିକ ଯାତ୍ରୀ ଯୋଗୁ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟିହେଉଛି। ଅନ୍ୟପଟେ ଯାତ୍ରୀଙ୍କ ସୁବିଧା ଏବଂ ମହିଳାଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ପ୍ରି-ପେଡ୍‌ ଓ ପିଙ୍କ୍‌ ଅଟୋସେବା ଏବେ କୋମାରେ ପଡ଼ିଛି। କମିଶନରେଟ୍‌ ପୋଲିସର ଦୁଇଟି ଯାକ ଅତ୍ୟାଧୁନିକ ଓ ବହୁଚର୍ଚ୍ଚିତ ସେବା ପାଇବାରୁ ସାଧାରଣ ଲୋକେ ବଞ୍ଚତ୍ତ ହେଉଥିବାବେଳେ ଏପଟେ ସୁରକ୍ଷା ଆଳରେ ହେଲ୍‌ମେଟ୍‌ ଚେକିଂରେ ମାତିଛି ପୋଲିସ।
କମିଶନରେଟ୍‌ ପୋଲିସ ପକ୍ଷରୁ ପ୍ରି-ପେଡ୍‌ ଓ ପିଙ୍କ୍‌ ଅଟୋସେବା ଆରମ୍ଭ ହେବାର ଇତିମଧ୍ୟରେ ବହୁବର୍ଷ ବିତିଯାଇଛି। ହେଲେ ଉଭୟ ସେବା ଏବେ ପ୍ରାୟତଃ ଅଚଳ ହୋଇପଡ଼ିଛି। ପ୍ରଚାର ପ୍ରସାର ଅଭାବରୁ ପ୍ରି-ପେଡ୍‌ ଅଟୋସେବା ସମ୍ପର୍କରେ ଅଧିକାଂଶ ଯାତ୍ରୀ ଏବେବି ଅଜଣା। ଏପଟେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୩ଟି କାଉଣ୍ଟର ଖୋଲାଯାଇଥିଲା ସେଥିରୁ ଗୋଟିଏ କାଉଣ୍ଟର ବନ୍ଦ ହୋଇପଡ଼ିଛି। ବରମୁଣ୍ଡା ଓ ମାଷ୍ଟରକ୍ୟାଣ୍ଟିନ୍‌ କାଉଣ୍ଟର ଚାଲୁଥିବାବେଳେ କିଟ୍‌ ଛକରେ ଥିବା କାଉଣ୍ଟର୍‌ ବନ୍ଦ ହୋଇଯାଇଛି। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଅଟୋ ଉପରେ ନିର୍ଭର କରି ଯାତାୟାତ କରୁଥିବାବେଳେ ଏହି ପ୍ରି-ପେଡ୍‌ ସେବା କିନ୍ତୁ କୌଣସି କାମରେ ଆସୁନି। ଯାତ୍ରୀମାନଙ୍କୁ କମ୍‌ ଭଡ଼ା ଓ ନିରାପଦରେ ଘରେ ପହଞ୍ଚାଇବା ସହ ବରିଷ୍ଠ ନାଗରିକ ଓ ମହିଳାମାନଙ୍କୁ ସୁରକ୍ଷା ଦେବାପାଇଁ କମିଶନରେଟ ପୋଲିସର ଏହି ବହୁଚର୍ଚ୍ଚିତ ସେବା ସମ୍ପର୍କରେ ଅଧିକାଂଶ ଯାତ୍ରୀ ଜାଣି ନ ଥିବାରୁ ପଞ୍ଜୀକୃତ ଅଟୋଚାଳକଙ୍କୁ ଯାତ୍ରୀ ମିଳୁନାହାନ୍ତି। ଏପରି କି ରାଜଧାନୀରେ ଏଭଳି ବ୍ୟବସ୍ଥା ଥିବା ଖୋଦ୍‌ ରାଜଧାନୀବାସୀଙ୍କୁ ମଧ୍ୟ ଜଣାନାହିଁ। ସେହିଭଳି ବୁକିଂ କାଉଣ୍ଟରରେ ଦୀର୍ଘ ସମୟ ଧରି ଲାଇନ୍‌ରେ ଛିଡ଼ାହୋଇ ଫର୍ମ ପୂରଣ କରି ଅଟୋରେ ଯିବା ପାଇଁ ବହୁ ଯାତ୍ରୀ ଅନିଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ମାଷ୍ଟରକ୍ୟାଣ୍ଟିନ୍‌ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବି ପ୍ରି-ପେଡ୍‌ ଅଟୋକୁ ୨୦ଜଣ ଯାତ୍ରୀ ମିଳିବା କଷ୍ଟକର ହୋଇପଡ଼ୁଛି। ଯାତ୍ରୀ ମିଳୁ ନଥିବାରୁ ଅଟୋଚାଳକମାନେ ମଧ୍ୟ ଏଥିରୁ ମୁହଁ ଫେରାଇ ନେଉଛନ୍ତି। ୨୪ଘଣ୍ଟା ସେବା ଯୋଗାଇବାର ବ୍ୟବସ୍ଥା ଥିଲେ ମଧ୍ୟ ସନ୍ଧ୍ୟାରେ କାଉଣ୍ଟର ବନ୍ଦ ରହୁଛି।
ଅନ୍ୟପକ୍ଷରେ ପିଙ୍କ୍‌ ଅଟୋରେ ଦେଖିବାକୁ ମିଳୁନାହାନ୍ତି ମହିଳା ଯାତ୍ରୀ। ମହିଳାଙ୍କ ପାଇଁ ଉଦ୍ଦିଷ୍ଚ ଅଟୋରେ ପୁରୁଷ ଯାତ୍ରୀ ଯାତାୟାତ କରୁଛନ୍ତି। ମହିଳାଙ୍କ ସୁରକ୍ଷା ଦିଗରେ ଆରମ୍ଭ ହୋଇଥିବା ଏହି ଅଟୋସେବା ବାଟବଣା ହୋଇଥିବାବେଳେ ରାଜଧାନୀରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅସଦାଚରଣ ବଢୁଥିବା ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ରୋଡ୍‌ ଶୋ’ କଲେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌...

Video: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଭିଡିଓ

ପୁରୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ପୁରୀରେ ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ବାଇଶି...

ମୋଦି ଯେତେ ଓଡ଼ିଶା ଆସିବେ କଂଗ୍ରେସ ସେତିକି ବଢ଼ିବ: ଅଜୟ

ଭୁବନେଶ୍ୱର,୨୦।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ତାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ବହୁ...

ଦାରିଙ୍ଗବାଡ଼ିରେ ମତଦାନ ଆରମ୍ଭ: ଭୋଟ୍‌ ଦେଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଦାରିଙ୍ଗବାଡ଼ି,୨୦ା୫(ଅରୁଣ ସାହୁ): ଗଣତନ୍ତ୍ରର ମହାନ ପର୍ବ ତଥା ସାଧାରଣ ନିର୍ବାଚନ ସକାଳ ୭ଟାରେ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଯାଇଛି। ଏହି କ୍ରମରେ କନ୍ଧମାଳ ଜିଲା...

ରାଜ୍ୟ ନେତାଙ୍କ ସହ ମୋଦିଙ୍କ ଆଲୋଚନା, ଦେଲେ ଗୁରୁମନ୍ତ୍ରଣା

ଭୁବନେଶ୍ୱର, ୧୯।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନରେ ରବିବାର ବିଜୁ ପଟ୍ଟନାୟକ...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି, କଣ୍ଟାବାଞ୍ଜି ଆସନରେ ହେବ ଆଜି ଭୋଟ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।...

ଆଜି ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ଜାଣନ୍ତୁ କେଉଁଠି ହେଉଛି ମତଦାନ…

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ଦେଶରେ ୫ମ ଏବଂ ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ୫ ଲୋକ ସଭା ଆସନ ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri