କୋଭିଡ୍‌-୧୯: ୫୦ ଲକ୍ଷ ଟଙ୍କା ଦାନ କଲେ ସଚିନ

ନୂଆଦିଲ୍ଲୀ,୨୭।୩(ପି.ଟି.): କୋଭିଡ-୧୯ ସଂକ୍ରମଣକୁ ରୋକିବା ତଥା କରୋନା ଭାଇରସ ବିରୋଧରେ ଲଢେଇ ପାଇଁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ଅର୍ଥକୁ ସଚିନ ସମାନ ଦୁଇଭାଗରେ ବିଭକ୍ତ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ଓ ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ୍ୟ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି।
ସଚିନଙ୍କ ଏହି ଆର୍ଥିକ ସହାୟତା ଭାରତୀୟ ତାରକା କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ସର୍ବାଧିକ ପରିମାଣର ସାବ୍ୟସ୍ତ ହୋଇଛି। ଏହି ମହାମାରୀକୁ ରୋକିବା ପାଇଁ ଅନ୍ୟ କ୍ରୀଡ଼ାବିତ୍‌ମାନେ ସେମାନଙ୍କ ଦରମା ଓ ଆଉ କେତେଜଣ ଚିକିତ୍ସା ଉପକରଣ ପ୍ରଦାନ କରିଛନ୍ତି। ଉଲ୍ଲେଖଥାଉ କି, ସଚିନ ପୂର୍ବରୁ ବିଭିନ୍ନ ଚାରିଟି ତଥା ସମାଜମଙ୍ଗଳ କାର୍ଯ୍ୟକ୍ରମରେ ଜଡିତ ରହିଆସିଛନ୍ତି। ସେ ଅନେକ ବାର ବିଭିନ୍ନ ସାମାଜିକ ସମସ୍ୟାରେ ଲୋକଙ୍କୁ ସହାୟତା କରିଆସିଛନ୍ତି। ତେବେ ଏ ସବୁକୁ ସେ କେବେ ଜନସାଧରଣଙ୍କ ନଜରକୁ ଆଣିନାହାନ୍ତି। ସେହିପରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣେ ପର୍ଯ୍ୟବେଷିତ ଏକ ଏନ୍‌ଜିଓ ମାଧ୍ୟମରେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ପୂର୍ବରୁ ଇର୍ଫାନ ଓ ୟୁସୁଫ୍‌ ପଠାନ ଲୋକଙ୍କ ପାଇଁ ବରୋଦା ପୋଲିସ୍‌ ଓ ସ୍ବାସ୍ଥ୍ୟ ବିଭାଗକୁ ୪,୦୦୦ ମାସ୍କ ପ୍ରଦାନ କରିଥିଲେ। ଅନ୍ୟ ଆଥଲେଟମାନଙ୍କ ମଧ୍ୟରେ ରେସଲର ବଜରଙ୍ଗ୍‌ ପୁନିଆ, ମହିଳା ସ୍ପ୍ରିଣ୍ଟର ହିମା ଦାସ ମଧ୍ୟ କରୋନା ଭାଇରସ ବିପକ୍ଷ ଲଢେଇ ପାଇଁ ସେମାନଙ୍କ ଦରମା ଦାନ କରିଛନ୍ତି। କେଭିଡ-୧୯ ପାଇଁ ସରା ଦେଶରେ କେନ୍ଦ୍ର ସରକାର ୨୧ ଦିନର ଲକ୍‌ ଡାଉନ ଜାରି କରିଛନ୍ତି। ଉଲ୍ଲେଖଥାଉ କି,ଏହି ଭାଇରସ୍‌ ଦ୍ୱାରା ଏପର୍ଯ୍ୟନ୍ତ ୧୭ ଜଣ ଭାରତୀୟଙ୍କ ଜୀବନ ଯାଇଥିବା ବେଳେ ସାରା ବିଶ୍ୱରେ ୨୪,୦୦୦ ଲୋକ ପ୍ରାଣ ହରାଇଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri