Posted inଖେଳ

କୋଭିଡ୍‌-୧୯ ପ୍ରଭାବ: କରୋନା ନିୟନ୍ତ୍ରଣକୁ ନ ଆସିଲେ ବାତିଲ ହେବ ଅଲିମ୍ପିକ୍ସ

ଟୋକିଓ, ୨୮।୪(ଏଏଫ୍‌ପି): କୋଭିଡ୍‌-୧୯ ମହାମାରୀ ଶେଷ ନ ହେଲେ ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସ ଶେଷରେ ବାତିଲ ହେବ। ଏକଥା କହିଛନ୍ତି ଟୋକିଓ ୨୦୨୦ ଅଧ୍ୟକ୍ଷ ୟୋସରୋ ମୋରି। କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା। ତେବେ ଯଦି ଏହି ମହାମାରୀ ନିୟନ୍ତ୍ରଣକୁ ନ ଆସେ ତାହାଲେ ଆସନ୍ତା ବର୍ଷ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ ବାତିଲ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ମହାମାରୀ କାରଣରୁ ଆଉଥରେ ସ୍ଥଗିତ ରଖିବା କିମ୍ବା ଘୁଞ୍ଚାଇବା ସମ୍ଭବ ନୁହଁ ବୋଲି ଜାପାନର ‘ନିକ୍କାନ ସ୍ପୋଟର୍‌ସ ଡେଲି’କୁ ସାକ୍ଷାତ୍‌କାର ଦେବା ଅବସରରେ ସେ ଏହି କଥା କହିଛନ୍ତି। ଯଦି ଏହି ଭାଇରସ୍‌ର ପ୍ରକୋପ ପୂର୍ବଭଳି ଆସନ୍ତାବର୍ଷ ବଜାୟ ରହେ ତା’ହେଲେ ଅଲିମ୍ପିକ୍ସକୁ ବାତିଲ କରିବା ଛଡ଼ା ଅନ୍ୟ ଉପାୟ ନାହିଁ। ପୂର୍ବରୁ ଅଲିମ୍ପିକ୍ସ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ବାତିଲ ହୋଇଥିଲା। ତେବେ ଏଥର ଏକ ଅଦୃଶ୍ୟ ଶତ୍ରୁ ବିରୋଧରେ ଲଢେଇ ଚାଲିଛି। ଯଦି ଏହି ଭୂତାଣୁ ନିୟନ୍ତ୍ରଣକୁ ଆସେ ତା’ହେଲେ ଅଲିମ୍ପିକ୍ସ ଆୟୋଜନ ହେବାରେ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।

ତେବେ ଅଲିମ୍ପିକ୍ସ ବାତିଲ ହେବା ସମ୍ପର୍କରେ ଟୋକିଓ ୨୦୨୦ ମୁଖପାତ୍ର ମାସା ଟାକାୟା କିଛି କହିବାକୁ ମନା କରିଦେଇଛନ୍ତି। ମୋରି ଦେଇଥିବା ମନ୍ତବ୍ୟ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ସେ କହିଛନ୍ତି। ପୂର୍ବରୁ ଆଥଲେଟ, ବିଭିନ୍ନ ଅନ୍ତର୍ଜାତୀୟ ସ୍ପୋଟର୍‌ସ ଫେଡେରେଶନଗୁଡିକର ଚାପ ଆଗରେ ମୁଣ୍ଡ ନୁଆଁଇ ଜାପାନ ଆୟୋଜକ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ (ଆଇଓସି) ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। କରୋନା ଭାଇରସ୍‌ ବିରୋଧରେ ଚାଲିଥିବା ଏହି ଲଢେଇରେ ବିଜୟୀ ହେବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଗୋଟିଏ ବର୍ଷ ପର୍ଯ୍ୟାପ୍ତ ହେବ କି ନା ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଭାଇରସ ପାଇଁ ଯଦି କୌଣସି ଭ୍ୟାକ୍‌ସିନ ବା ଟିକା ପ୍ରସ୍ତୁତ ନ କରାଯାଇପାରେ ତା’ହେଲେ ଆସନ୍ତାବର୍ଷ ଅଲିମ୍ପିକ୍ସ ଆୟୋଜନ କରିବା କଷ୍ଟକର ହୋଇପଡିବ ବୋଲି ଜାପାନ ମେଡିକାଲ ଆସୋସିଏଶନ ମୁଖ୍ୟ ୟୋଶିଟାକେ ୟୋକୋକୁରା କହିଛନ୍ତି। କରୋନା ଭାଇରସକୁ ନିୟନ୍ତ୍ରଣ କରିବାରେ ଜାପାନ ମଧ୍ୟ ଆଖିଦୃଶିଆ ସଫଳତା ହାସଲ କରିପାରି ନାହିଁ। ତେବେ ବର୍ତ୍ତମାନ ଏ ନେଇ ଆକଳନ କିମ୍ବା ଆଶଙ୍କା ପ୍ରକାଶ କରିବା ଠିକ୍‌ ହେବ ନାହିଁ ବୋଲି ଟୋକିଓ ୨୦୨୦ ମୁଖପାତ୍ର ଟାକାୟା କହିଛନ୍ତି।

ଖର୍ଚ୍ଚକାଟ ପାଇଁ ଆୟୋଜକମାନେ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସର ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବକୁ ମିଳିତ ଭାବେ ଆୟୋଜନ କରିବାକୁ ଆଲୋଚନା କରୁଛନ୍ତି। ଏହି ଯୋଜନା ଅନୁସାରେ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଜୁଲାଇ ୨୩ରେ ଆୟୋଜନ ହେବ। ସେହିପରି ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବ ସେପ୍ଟେମ୍ବରରେ ମିଳିତ ଭାବେ ଆୟୋଜନ ହେବ। ତେବେ ଏ ନେଇ ଆଇଓସି ଓ ପାରା ଅଲିମ୍ପିକ୍ସ କର୍ତ୍ତୃପକ୍ଷଙ୍କ ଆଲୋଚନା କରାଯାଇନାହିଁ। ଏହି ଭାଇରସ କାରଣରୁ ସାରା ବିଶ୍ୱରେ ମହାବିପତ୍ତି ଦେଖାଦେଇଛି। ଏହି ଭାଇରସ ବିରୋଧ ବିଜୟ ହାସଲ କରିବା ଆଦୌ ସହଜ ନୁହେଁ ବୋଲି ମୋରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri