କୋଭିଡ୍‌ କୋରଡ଼ା

ନୂଆଦିଲ୍ଲୀ,୩୦ା୪: ଭାରତରେ କରୋନା ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ବୁଧବାର ସଂକ୍ରମିତଙ୍କ ସଂଖ୍ୟା ୩୨,୮୯୧କୁ ବୃଦ୍ଧି ପାଇଥିବା ବେଳେ ୧,୦୭୭ ଜଣଙ୍କ ଜୀବନ ଗଲାଣି। ମହାରାଷ୍ଟ୍ର ଓ ଗୁଜରାଟରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଯଦିଓ ୮,୩୮୯ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥହୋଇ ଘରକୁ ଫେରିଛନ୍ତି, ତଥାପି ପ୍ରତିଦିନ ଶହ ଶହ ରୋଗୀ ସୃଷ୍ଟିହେବା ପରିସ୍ଥିତିକୁ ଗମ୍ଭୀର କରିପକାଇଛି।
ମହାରାଷ୍ଟ୍ରରେ ଏବେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୯,୯୧୫ରେ ପହଞ୍ଚିଛି। ଏଠାରେ ମୃତ୍ୟୁସଂଖ୍ୟା ୪୩୨କୁ ବୃଦ୍ଧିପାଇଛି। କେବଳ ବୁଧବାର ଏହି ରାଜ୍ୟରେ ପ୍ରାୟ ୬୦୦ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଏଠାରେ ୩୨ ମୁଣ୍ଡ ଗଡ଼ିଛି। ଗୁଜରାଟ ସ୍ଥିତି ପୂର୍ବାପେକ୍ଷା ଜଟିଳ ସ୍ଥିତିରେ ପହଞ୍ଚିଛି। ଗୋଟିଏ ଦିନରେ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦ ଉପରେ ରହିଛି। ରାଜ୍ୟରେ ଏବେ ମୋଟ ୪,୦୮୨ ରୋଗୀ ଥିବାବେଳେ ୧୯୭ ଜଣ ପ୍ରାଣ ହରାଇଲେଣି। ରାଜଧାନୀ ଦିଲ୍ଲୀରେ ୩,୩୧୪, ମଧ୍ୟପ୍ରଦେଶରେ ୨,୫୬୦, ରାଜସ୍ଥାନରେ ୨,୩୯୩, ତାମିଲନାଡ଼ୁରେ ୨,୧୬୨, ଉତ୍ତରପ୍ରଦେଶରେ ୨,୧୩୪, ଆନ୍ଧ୍ରପ୍ରଦେଶରେ ୧,୩୩୨, ତେଲଙ୍ଗାନାରେ ୧,୦୧୬ କରୋନା ପଜିଟିଭ ଥିବା ଜଣାପଡ଼ିଛି। ଏହି ପ୍ରାଣଘାତୀ ଭୂତାଣୁ ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ଅଦ୍ୟାବଧି ମଧ୍ୟପ୍ରଦେଶରେ ୧୩୦, ଦିଲ୍ଲୀରେ ୫୪, ତାମିଲନାଡ଼ୁରେ ୨୭, ରାଜସ୍ଥାନରେ ୫୫, ଉତ୍ତରପ୍ରଦେଶରେ ୩୯, ଆନ୍ଧ୍ରପ୍ରଦେଶରେ ୩୧, ତେଲଙ୍ଗାନାରେ ୨୫, ପଶ୍ଚିମବଙ୍ଗରେ ୨୨ ଲୋକଙ୍କ ପ୍ରାଣହାନି ଘଟିଛି। ବୁଧବାର କେବଳ ୧,୫୩୨ ନୂଆ ମାମଲା ସାମ୍ନାକୁ ଆସିଛି। କରୋନା ରୋଗୀଙ୍କ ଚିକିତ୍ସା ସରକାରଙ୍କ ଲାଗି ମୁଣ୍ଡବ୍ୟଥା ବଢ଼ାଇଦେଇଛି। ଏଭଳି ରୋଗୀସଂଖ୍ୟା ବଢ଼ିଚାଲିଲେ, ଆଗକୁ ପରିସ୍ଥିତି ବିଗିଡ଼ିଯିବାର ଆଶଙ୍କା ରହିଛି। ପ୍ରବାସୀମାନେ ଫେରିବା ପରେ ପୁଣି ସ୍ଥିତି ବିଗିଡ଼ିବା ସମ୍ଭାବନା ରହିଛି। ଏଥିଲାଗି ପ୍ରସ୍ତୁତି ଜୋର୍‌ ଧରିଥିବା ବେଳେ ଦିନକୁ ଦିନ ନୂଆ ରୋଗୀ ବାହାରିବା ଓ ଲୋକମାନେ ସଚେତନ ନ ହେବା ସମସ୍ୟା ସୃଷ୍ଟିକରିଛି। ସାମାଜିକ ଦୂରତ୍ୱ ରକ୍ଷାକରିବା ଛଡ଼ା ଅନ୍ୟ ଉପାୟ ନାହିଁ। କରୋନାର ସଫଳ ଚିକିତ୍ସା ଲାଗି ଅଦ୍ୟାବଧି କୌଣସି ଔଷଧ ବାହାରି ନ ଥିବାବେଳେ ସରକାରଙ୍କ ଚିନ୍ତା ବଢ଼ିଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri