କୋଭିଡ କେୟାର ହସ୍ପିଟାଲରେ ପରିଣତ ହେଲା ପାରଳା ଇଞ୍ଜିନିୟରିଂ, ଛତ୍ରପୁର କଲେଜ; ରହିଛି ମୋଟ ୬୦୦ ଶଯ୍ୟା

ଛତ୍ରପୁର, ୧୫।୫(ଡି.ଏନ.ଏ.): ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲାରେ ଏବେ ଗୋଟିଏ କୋଭିଡ ହସ୍ପିଟାଲ ରହିଛି। ଅପରପକ୍ଷରେ ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟକୁ କୋଭିଡ କେୟାର ସେଣ୍ଟରରେ ପରିଣତ କରାଯାଇଛି। ଏଥିରେ ଥିବା ଆଇସୋଲଶନ ୱାଡ୍‌ରେ ୧୦୦ ଶଯ୍ୟା ରହିଛି। ଛତ୍ରପୁର ହସ୍ପିଟାଲର ସୁପରିଡେଣ୍ଟ ଡାକ୍ତର କାହ୍ନୁଚରଣ ପାତ୍ର ଏହି କେୟାର ସେଣ୍ଟର ନୋଡାଲ ଅଫିସର ଅଛନ୍ତି। ସେହିପରି ଶିତଳାପଲି ନିକଟ ପାରଳା ମହାରାଜା ଇଂଜିନିୟରିଂ କଲେଜକୁ ୫୦୦ ଶଯ୍ୟାର କୋଭିଡ କେୟାର ସେଣ୍ଟରରେ ପରିଣତ କରାଯାଇଛି। ଏଠାରେ ମାଇଲଡ୍‌ ପଜିଟିଭ ବ୍ୟକ୍ତି ଭର୍ତି ହୋଇ ଚିକିତ୍ସିତ ହେବେ। କାହାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଲେ ଉକ୍ତ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲକୁ ପଠାଯିବ। ଡାକ୍ତର, ନର୍ସ, ଆଟେଣ୍ଡାଣ୍ଟ ଆଦି ବିଭିନ୍ନ ମେଡିକାଲରୁ ଡେପୁଟେଶନରେ ଯାଇ କୋଭିଡ କେୟାର ସେଣ୍ଟରରେ ରୋଗୀ ସେବା କରିବେ। ସେହିଭଳି ସୁଇପର, ସୁରକ୍ଷା କର୍ମୀ ମଧ୍ୟ ରହିବେ। ଫେଜ ୱାରୀ ଡାକ୍ତର, ନର୍ସ ଟିମ ଡେପୁଟେଶନରେ ଯିବେ। ଆମ୍ବୁଲାନ୍ସ ମଧ୍ୟ ସେଠାରେ ଉପସ୍ଥିତ ରହିବ। ଡାକ୍ତର, ନର୍ସ ଆଦି ଷ୍ଟାଫ ଓ ରୋଗୀ ମାନଙ୍କର ଖାଇବା ବ୍ୟବସ୍ଥା କରାଯିବ। ଛତ୍ରପୁର କୋଭିଡ କେୟାର ସେଣ୍ଟରରେ ଖାଇବା ଦାୟିତ୍ୱ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଡାକ୍ତର, ନର୍ସ ଆଦି ଷ୍ଟାଫ ଉକ୍ତ କୋଭିଡ କେୟାର ସେଣ୍ଟର ରେ ହିଁ ରହିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା...

କଥା ଦେଲେ ମୁଖ୍ୟମନ୍ତ୍ରୀ, ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ଆସିବେ କହିବା ପରେ…

ଦାରିଙ୍ଗବାଡ଼ି,୨୩ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଳନ ପାଇଁ ଦିନ ଯେତେ ନିକଟତର ହେଉଛି ସେତିକି ଉତ୍ସାହ ଦେଖାଯାଉଛି। ଆସନ୍ତା ୮ରୁ ୧୧...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ଭୁଶୁଡ଼ୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି,୨୩/୧୨(ଦୁଯ୍ୟୋଧନ ପାତ୍ର): ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ମାଲକାନଗିରିରେ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ପୋଲିସ ମହାନିର୍ଦ୍ଦେଶକଙ୍କ...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ: ପହଞ୍ଚିଗଲେ..

କଟକ,୨୩।୧୨: ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ। ହଠାତ୍‌ ହେଲା ଚଢ଼ାଉ। ଏଭଳି ଘଟଣା ଘଟିଛି କଟକରେ। କଟକର ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ଚଢାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri