ଷ୍ଟକ୍ହୋମ୍,୪ା୧୧:କ୍ଷମତାରେ ଥିବା ଲୋକେ ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟର ସମାଧାନକୁ ପ୍ରାଥମିକତା ଦେଉନାହାନ୍ତି। ତେଣୁ ଇଜିପ୍ଟରେ ହେବାକୁ ଥିବା କୋପ୍ ୨୭ରେ ଯୋଗଦେବେ ନାହିଁ ବୋଲି ସୁଇଡେନ୍ର ପରିବେଶ କର୍ମୀ ଗ୍ରେଟା ଥନ୍ବର୍ଗ କହିଛନ୍ତି।
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ୨୭ତମ ସମ୍ମିଳନୀ ନଭେମ୍ବର ୬ରେ ଆରମ୍ଭ ହେବ। ଇଜିପ୍ଟର ରେଡ୍ ସି ରିସର୍ଟ ଟାଉନ୍ ଶାର୍ମ ଏଲ୍-ଶେଖ୍ରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରାୟ ୨୦୦ ଦେଶର ପ୍ରତିନିଧି ଯୋଗଦେବେ। ଏନେଇ ଫ୍ରାଇଡେଜ୍ ଫର୍ ଫୁଚର ପ୍ରତିଷ୍ଠାତା ୧୯ ବର୍ଷୀୟ ଗ୍ରେଟା କହିଛନ୍ତି, ସେ କ୍ଲାଇମେଟ୍ ସମିଟ୍ରେ ସାମିଲ ହେବେ ନାହିଁ, ଯେଉଁଠି ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ପ୍ରତିନିଧିମାନେ ବିଶ୍ୱର କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ହ୍ରାସ ପାଇଁ ପଦକ୍ଷେପ ନେବା ନାମରେ ଯୋଗଦେବେ। ଏହା ସେମାନଙ୍କ ପାଇଁ କେବଳ ଦୃଷ୍ଟି ଆକର୍ଷଣର ଏକ ସୁଯୋଗ। କ୍ଷମତାସୀନ ଲୋକେ ବାସ୍ତବରେ ଜଳବାୟୁ ସଙ୍କଟକୁ ଗୁରୁତ୍ୱ ଦେଉନାହାନ୍ତି। ସେମାନଙ୍କ ପ୍ରାଥମିକତା ଅନ୍ୟ କୌଣସି ବିଷୟ ପ୍ରତି ରହିଥିବା ଏଥିରୁ ପ୍ରମାଣିତ ହୋଇଛି ବୋଲି ଗ୍ରେଟା କହିଛନ୍ତି। ଅନ୍ୟପକ୍ଷେ କିଏ ଯୋଗଦେବେ ଓ କିଏ ଅନୁପସ୍ଥିତ ରହିବେ ସେହି ନିଷ୍ପତ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ଅଧିକାର ବୋଲି ଜାତିସଂଘରେ ଆମେରିକାର ଜଳବାୟୁ ପ୍ରତିନିଧି ଜନ୍ କେରି କହିଛନ୍ତି।
Posted inHome, Home Left, ଅନ୍ତର୍ଜାତୀୟ View All
LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍କା!
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...
ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...
ଏଇ ଭାରତରେ
ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...
ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…
ଇସଲାମାବାଦ୍,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...
ବିଶ୍ୱ ଓ ବର୍ଷାନ୍ତର
ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...
ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …
ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...
ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ
ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...
ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ
ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...
Archives


