କୋଣାର୍କ ହେବ ନୂଆ ଡେଷ୍ଟିନେଶନ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ପ୍ରଥମେ କଚ୍ଛ୍‌ରେ ହେଉଥିବା ରାନ୍‌ ଉତ୍ସବ ଶୈଳୀରେ କୋଣାର୍କରେ ମାସିକିଆ ଉତ୍ସବ, ଆଉ ଏବେ ପର୍ଯ୍ୟଟକଙ୍କ ଲାଗି ଏକ ସ୍ଥାୟୀ ପ୍ରକଳ୍ପ। କୋଣାର୍କକୁ ଓଡ଼ିଶାର ଏକ ପ୍ରମୁଖ ଟୁରିଜମ୍‌ ଡେଷ୍ଟିନେଶନ ବା ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଉଭୟ ପୁରୀ ଓ କୋଣାର୍କକୁ ଯୁବ ପର୍ଯ୍ୟଟକଙ୍କ ଲାଗି ଏକ ଟୁରିଜମ୍‌ ହବ୍‌ରେ ପରିଣତ କରିବାକୁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ ହୋଇଛି। ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନରୁ ବାହାରି ଏହି ସ୍ଥାନକୁ କିଭଳି ଆଡ୍‌ଭେଞ୍ଚର୍‌, ଓ୍ବାଟର୍‌ ସ୍ପୋର୍ଟସ ଓ ଆମ୍ୟୁଜମେଣ୍ଟ ଟୁରିଜମ୍‌ ପାଇଁ ଲୋକପ୍ରିୟ କରିହେବ ତାହାକୁ ଗୁରୁତ୍ୱ ଦିଆଯାଇଛି। ପୁରୀରେ ଏକ ଓ୍ବାଟର୍‌ ସ୍ପୋର୍ଟ ପ୍ରକଳ୍ପକୁ ଅନୁମତି ମିଳିସାରିଥିବାବେଳେ କୋଣାର୍କ ଚନ୍ଦ୍ରଭାଗାରେ ପୁଣିଥରେ ସର୍ଫି ଫେଷ୍ଟିଭାଲ ଆରମ୍ଭ କରିବାକୁ ଯୋଜନା ହୋଇଛି। ବିଶ୍ୱପ୍ରସିଦ୍ଧ କୋଣାର୍କ କେବଳ ସୂର୍ଯ୍ୟ ମନ୍ଦିର ବ୍ୟତୀତ ଯେପରି ଆଡ୍‌ଭେଞ୍ଚର ଓ ଓ୍ବାଟର୍‌ ସ୍ପୋର୍ଟସ ଆକ୍ଟିଭିଟି ପାଇଁ ମଧ୍ୟ ପ୍ରସିଦ୍ଧି ଲାଭ କରିବ ତାହାକୁ ଦୃଷ୍ଟିରେ ରଖି ଏକ ନୂଆ ପ୍ରକଳ୍ପ ଆରମ୍ଭ ହେବ। ଦିନିକିଆ ଭ୍ରମଣ ପର୍ଯ୍ୟଟନସ୍ଥଳୀ ପରିବର୍ତ୍ତେ କୋଣାର୍କକୁ ରହଣି ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ୧ କିଲୋମିଟର ପରିମିତ ଅଞ୍ଚଳରେ ବିଭିନ୍ନ ସ୍ଥାୟୀ ପ୍ରକଳ୍ପ କରାଯିବ। ପର୍ଯ୍ୟଟକଙ୍କ ପାଇଁ ଆକ୍ଟିଭିଟି ଜୋନ୍‌ ସହ ଚିଲ୍‌ଡ୍ରେନ୍ସ ପାର୍କ ଏବଂ ସ୍ବତନ୍ତ୍ର ଭାବେ ଫୁଡ୍‌ ଆଣ୍ଡ୍‌ ବେଭରେଜ୍‌ ଜୋନ୍‌ ରହିବ। ଏଥିପାଇଁ ସ୍ଥାନ ଚିହ୍ନଟ ହୋଇସାରିଛି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟ ଆରମ୍ଭ ହେବ। ଏହାସହ ଚନ୍ଦ୍ରଭାଗାରେ ଆଗରୁ ହେଉଥିବା ସର୍ଫି ଫେଷ୍ଟିଭାଲ୍‌ ଆସନ୍ତା ବର୍ଷଠାରୁ ପୁଣିଥରେ ଆରମ୍ଭ ହେବ। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏହି ଫେଷ୍ଟିଭାଲ ମୁଖ୍ୟ ଭୂମିକା ଗ୍ରହଣ କରିବ। ସେହିଭଳି ପୁରୀରେ ଓ୍ବାଟର୍‌ ସ୍ପୋର୍ଟସର ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଏହା ମଧ୍ୟରେ ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିସାରିଥିବା ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ। ରାନ୍‌ ଅଫ୍‌ କଚ୍ଛ୍‌ ଫେଷ୍ଟିଭାଲ ଭଳି କୋଣାର୍କରେ ଅସ୍ଥାୟୀ ଟେଣ୍ଟ୍‌ ସହର ନିର୍ମାଣ କରାଯିବ। ଡିସେମ୍ବରରୁ ଜାନୁୟାରୀ ମଧ୍ୟରେ ହେବାକୁ ଥିବା ଏହି ଫେଷ୍ଟିଭାଲରେ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ପରିବେଷଣ ସହ ବିଭିନ୍ନ ଆକ୍ଟିଭିଟିର ଆୟୋଜନ କରାଯିବ। କୁମ୍ଭମେଳା ଓ ରାନ୍‌ ଫେଷ୍ଟିଭାଲ ଆୟୋଜନ କରୁଥିବା ସଂସ୍ଥା ଏହାର ଆୟୋଜନ କରିବ ବୋଲି ସଚିବ କହିଛନ୍ତି।

ସ୍ବର୍ଣ୍ଣ ତ୍ରିଭୁଜରେ ଟୁରିଷ୍ଟ ପୋଲିସକୁ ଗୁରୁତ୍ୱ
ପର୍ଯ୍ୟଟନ ଶିଳ୍ପରେ ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ର ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି। ଭିତ୍ତିଭୂମି ବିକାଶ ଆମର ପ୍ରାଥମିକତା ରହିବ ବୋଲି ପର୍ଯ୍ୟଟନ ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି। ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏକାଠି କରି ରାଜ୍ୟ ସରକାର ୯ଟି ଗୁରୁତ୍ୱପୂର୍ଣ୍ଣ ଟୁରିଜମ୍‌ ସର୍କିଟ୍‌ ପ୍ରସ୍ତୁତ କରିଛନ୍ତି। ଏହି ସ୍ଥାନଗୁଡ଼ିକର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯିବ। ଏହାସହ ବିଶ୍ୱ ବଜାରରେ ଏହି ସର୍କିଟକୁ ପ୍ରମୋଟ କରାଯିବ। ସ୍ବର୍ଣ୍ଣ ତ୍ରିଭୁଜରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୮ ଟୁରିଷ୍ଟ ପୋଲିସ ସେଲ୍‌ କାର୍ଯ୍ୟକ୍ଷମ କରାଯାଇଛି। ଭୁବନେଶ୍ୱର, ପୁରୀ, କୋଣାର୍କ ଏବଂ ଚିଲିକାରେ ଏହି ସେଲ୍‌ କାର୍ଯ୍ୟକ୍ଷମ ହୋଇଥିବାବେଳେ ପୋଲିସକୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri