Posted inଖେଳ

କେବେ ଆଥଲେଟ୍‌ ହେବାକୁ ଚାହୁଁ ନ ଥିବା ହିମା ୧୮ ଦିନ ଭିତରେ ଜିତିଲେଣି ୫ଟି ସ୍ବର୍ଣ୍ଣପଦକ

ନୋଭେ ମେଷ୍ଟୋ (ଚେକ ରିପବ୍ଲିକ), ୨୧।୭:ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ତାଙ୍କ ସ୍ବର୍ଣ୍ଣିମ ସଫଳତା ଧାରା ଜାରି ରଖିଛନ୍ତି। ଶନିବାର ଏଠାରେ ଅନୁଷ୍ଠିତ ଏକ ପ୍ରତିଯୋଗିତାର ୪୦୦ ମିଟର ରେସରେ ହିମା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୂରତାକୁ ହିମା ୫୨.୦୯ ସେକେଣ୍ଡରେ ଶେଷ କରି ଆଉ ଏକ ସ୍ବର୍ଣ୍ଣ ଜିତିଛନ୍ତି। ଗତ ୧୮ଦିନ ମଧ୍ୟରେ ହିମାଙ୍କର ଏହା ୫ମ ସ୍ବର୍ଣ୍ଣ ପଦକ। ପୂର୍ବରୁ ସେ ଜୁଲାଇ ୨ରେ ୟୁରୋପରେ ଅନୁଷ୍ଠିତ ପୋଜନାନ ଗ୍ରାଁପ୍ରି ସିଜନରେ ତାଙ୍କ ପ୍ରଥମ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସ ଥିଲା। ଏଥିରେ ସେ ୨୦୦ ମିଟରରେ (୨୩.୬୫) ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପରେ ଜୁଲାଇ ୭ରେ ପୋଲାଣ୍ଡରେ ହୋଇଥିବା କୁଣ୍ଟୋ ଆଥଲେଟିକ୍ସ ମିଟରେ ୨୦୦ ମିଟର ରେସକୁ ୨୩.୯୭ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଜୁଲାଇ ୧୩ରେ ଚେକ ରିପବ୍ଲିକରେ କ୍ଲାଡନୋ ଆଥଲେଟିକ୍ସ ମିଟ (୨୩.୪୩) ଓ ଗତ ବୁଧବାର ଅନୁଷ୍ଠିତ ଟାବୋର୍‌ ଆଥଲେଟିକ୍ସ ମିଟରେ ମଧ୍ୟ ପ୍ରଥମ ହୋଇଥିଲେ। ୨୦୧୮ରେ ଫିନଲାଣ୍ଡରେ ଅନୁଷ୍ଠିତ ୨୦ ବର୍ଷରୁ କମ ଅନ୍ତର୍ଜାତୀୟ ଆଥଲେଟିକ୍ସ ଚାମ୍ପିଆନସିପରେ ପ୍ରଥମ ଭାରତୀୟ ମହିଳା ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ୧୮ ବର୍ଷିୟ ହିମା ୪୦୦ ମିଟର ଦୌଡ ୫୧.୪୬ ସେକେଣ୍ଡରେ ପୁରା କରିଥିଲେ। ଏହାପରେ ହିମା ସାରା ଦେଶରେ ପରିଚିତ ହାସଲ କରିଥିଲେ।
ଆସାମ ନୌଗାଁରେ ହିମା ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୪ ଭାଇ ଭଉଣୀଙ୍କ ମଧ୍ୟରୁ ହିମା ବଡ ଥିଲେ। ପାଠରେ ଜଣେ ଉତ୍ତମ ଛାତ୍ରୀ ଭାବେ ଜଣାଶୁଣା ଥିଲେ ସେ। ପିଲାଙ୍କ ସହ ଫୁଟବଲ ଖେଳିବା ଥିଲା ତାଙ୍କ ସଉକ। ଭବିଷ୍ୟତରେ ଜଣେ ଆଥଲେଟ୍‌ ହେବେ କେବେ ସ୍ବପ୍ନରେ ସୁଦ୍ଧା କେବେ ଭାବି ନ ଥିଲେ ସେ। ଜଣେ ଫୁଟବଲ ଖେଳାଳି ହେବାକୁ ଇଚ୍ଛା କରିଥିବା ହିମା ଆଥଲେଟ ହେବାକୁ ଆଦୌ ଚାହୁଁ ନ ଥିଲେ। କିନ୍ତୁ ସ୍ଥାନୀୟ ଜଣେ କୋଚଙ୍କ ଉପଦେଶ ମାନି ଦୌଡିବା ଆରମ୍ଭ କରିଥିଲେ। ଶେଷରେ ତାଙ୍କୁ ସଫଳତା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri