କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜଣେ ଗିରଫ, ଅଭିଭାବକ ମହଲରେ ଅସନ୍ତୋଷ

ଆନନ୍ଦପୁର,୧୩। ୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରରେ ନୂତନକରି ଆରମ୍ଭ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟକୁ ନେଇ ଅସନ୍ତୋଷ ଲାଗିରହିଛି। ଛାତ୍ରୀଛାତ୍ରଙ୍କ ଆବେଦନ ଫର୍ମ ଚୟନ ଏବଂ ସିଲେକ୍ସନ୍‌କୁ ନେଇ ଅନିୟମିତତା ହୋଇଥିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା। ତେବେ ନାମଲେଖାରେ କୌଣସି ଅନିୟମିତତା ହୋଇ ନ ଥିବା ଅଧ୍ୟକ୍ଷ ସୁଶାନ୍ତ କୁମାର ସେଠୀ ସ୍ପଷ୍ଟିକରଣ ଦେଇଥିଲେ। ତେବେ ଗୁରୁବାର ଆନନ୍ଦପୁର ଅଞ୍ଚଳର ଜଣେ ଅଭିଭାବକ ଝିଅର ନାମଲେଖା ହୋଇପାରି ନ ଥିବାରୁ ଅସନ୍ତୋଷ ପ୍ରକାଶକରି ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଭୟଭୀତ ହୋଇ ଅଧ୍ୟକ୍ଷ ସେଠୀ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାରକରି ପୋଲିସ କେସ୍‌ ନଂ. ୧୬୯/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ପୋଲିସ ଅଭିଯୁକ୍ତ ଆନନ୍ଦପୁରର ବିଜୟ ମିଶ୍ରଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପରବର୍ତ୍ତୀ ସମୟରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଘଟଣାରେ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହେବା ସହ ପାଠପଢ଼ା ଆରମ୍ଭ ହୋଇଥିଲା। ତେବେ ଘଟଣାର ତଦନ୍ତ କରୁଥିବା ଆନନ୍ଦପୁର ପୋଲିସ ଘଟଣା ଦିନ କେନ୍ଦ୍ରୀୟ ବିଦ୍ୟାଳୟକୁ ଆସି ନ ଥିଲା। ଫଳରେ ବିଦ୍ୟାଳୟ କାର୍ଯ୍ୟାଳୟରେ ଅଭିଯୁକ୍ତ ବ୍ୟବହାର କରିଥିବା ମଦ ବୋତଲ ସେହିଭଳି ପଡିରହିଥିଲା। ଯାହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ତେବେ ବିଦ୍ୟାଳୟର ସ୍ବାଭାବିକ ଅବସ୍ଥା ଫେରିବା ପର୍ଯ୍ୟନ୍ତ ଜଣେ ପୋଲିସ କର୍ମଚାରୀ ବିଦ୍ୟାଳୟ ପରିସରରେ ନିୟୋଜିତ ରହିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri