Posted inରାଜ୍ୟ

କେନ୍ଦ୍ରୀୟ ଡେପୁଟେଶନରେ ଏସ୍‌.ଏନ. ଗିରିଶ, ଛୁଟିରେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ୨୦୦୨ ବ୍ୟାଚ ଆଇଏଏସ୍‌ ଅଧିକାରୀ ତଥା ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ସଚିବ ଏସ.ଏନ୍‌. ଗିରିଶ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିବା ସୂଚନା ମିଳିଛି। ସେହିପରି ୧୯୯୫ ବ୍ୟାଚ ଆଇଆରଏସ ଅଧିକାରୀ ସୋମନାଥ ହାଁସଦାଙ୍କୁ ଭୁବନେଶ୍ୱରରେ ନବରତ୍ନ କମ୍ପାନୀ ନାଲ୍‌କୋ ଚିଫ୍‌ ଭିଜିଲାନ୍ସ ଅଫିସର ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି। ଅନ୍ୟପଟେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ୧୫ ଦିନିଆ ଛୁଟିରେ ଯାଇଥିବା ଜଣାପଡ଼ିଛି। ବିଧାନସଭା ଚାଲିଥିବା ସମୟରେ ପାଢୀଙ୍କ ଛୁଟି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପାଢୀ ସୋମବାରଠାରୁ ଛୁଟିରେ ଯାଇଥିବା ବେଳେ ଅଗଷ୍ଟ ୫ତାରିଖରେ କାର୍ଯ୍ୟରେ ଯୋଗଦେବେ ବୋଲି କୁହାଯାଉଛି। ତାଙ୍କ ସ୍ଥାନରେ ଉନ୍ନୟନ କମିଶନର ଅସୀତ ତ୍ରିପାଠୀ ଅସ୍ଥାୟୀ ଭାବେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇବେ। ସେହିପରି ୧୯୮୭ ବ୍ୟାଚର ଆଇଏଏସ୍‌ ରାଜେଶ ବର୍ମା କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ପଦରେ ରହିଥିଲେ। ବର୍ମା ଯିବା ପରେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ମିଳିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି। ବିଧାନସଭା ଅଧିବେଶନ ଶେଷ ହେବା ପରେ ଆଇଏଏସ୍‌ ଏବଂ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହେବ ବୋଲି ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସଙ୍ଗରେ ଜବାବ ରଖିଲେ ନବୀନ-ପାଣ୍ଡିଆନ୍‌: ରାଜନୈତିକ ଉଦ୍ଦେଶ୍ୟ…

ଭୁବନେଶ୍ୱର,୨୪।୭(ତ୍ରିନାଥ ମହାନ୍ତି):ତତ୍କାଳୀନ ୫ଟି ସଚିବ ଥିବା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟରରେ ବୁଲିବା ଖର୍ଚ୍ଚ ମାମଲାରେ କୋର୍ଟରେ ଜବାବ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ।…

ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ରଙ୍କୁ ହାଜିରା ନୋଟିସ

ଭୁବନେଶ୍ୱର,୨୪।୭ (ସୁନିତ୍‌ ମିଶ୍ର):: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ…

ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ବାହୁଡ଼ିବେ ଦାରୁବିଗ୍ରହ

ପୁରୀ,୨୪ା୭(ଅଜିତ୍‌ କୁମାର ମହାନ୍ତି): ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ…

ସପ୍ତାହେ ଯାଏ ଛେଚିବ: ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୪ା୭ (ବନ୍ଦନା ସେଠୀ):ସମୁଦ୍ର ପତ୍ତନରେ ଜାରି ରହିଥିବା ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସମ୍ଭାବନା ରହିଛି। ସେହିପରି…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri