ଜୟପୁର,୧୨।୨(ନି.ପ୍ର.) – କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କୁ ସାକ୍ଷାତ କରିଛନ୍ତି କୋରାପୁଟ ଏମ୍ପି ସପ୍ତଗିରି ଉଲ୍ଲାକା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭି.କେ. ସିଂ ଓ ବିଜେଡି ଏମ୍ପିଙ୍କ ସହ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଅବସରରେ ଅନ୍ୟମାନେ ରାଜ୍ୟର ବିକାଶ କଥା ଉଠାଇଥିବା ବେଳେ ସପ୍ତଗିରି ନିଜ ସଂସଦୀୟ କ୍ଷେତ୍ରର ଦାବି କଥା ଜଣାଇଥିଲେ। ଗତ ଡିସେମ୍ବରରେ ସେ ଉକ୍ତ ଦାବି ସମ୍ପର୍କିତ ପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିଲେ ମଧ୍ୟ ଏଯାବତ୍ କିଛି ପଦକ୍ଷେପ ହୋଇ ନ ଥିବା ସେ ସାକ୍ଷାତ ଆଲୋଚନା ବେଳେ କହିଥିଲେ। ନିଜ ସଂସଦୀୟ କ୍ଷେତ୍ରରେ ଯୋଗାଯୋଗ ତଥା ଜାତୀୟ ରାଜପଥର ବିକାଶ ପାଇଁ ସେ ଦାବି ଜଣାଇଥିଲେ। ୨୬ ଓ ୩୨୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି ା ୨୬ ନଂ ଏନ୍ଏଚ୍ ବୋରିଗୁମ୍ମା, ଜୟପୁର, କୋରାପୁଟ, ପଟ୍ଟାଙ୍ଗି ଓ ସୁଙ୍କି ଦେଇ ଯାଇଥିବା ବେଳେ ପ୍ରାୟ ୧୫୦ କିମି ରାସ୍ତାରେ ଖାଲଖମା ଯୋଗୁ ନିତିଦିନ ଦୁର୍ଘଟଣା ଘଟୁଛି। ସେହିପରି ଜାତୀୟ ରାଜପଥ ୩୨୬ ଦୀର୍ଘ ୯ ବର୍ଷ ହେବ ନିର୍ମାଣ ଚାଲିଛି ା ରାୟଗଡ଼ା- ଆସିକା ଭାୟା ଗୁମୁଡ଼ା- ଅଡବା- ମୋହନା ଦେଇ ଏହା ଯାଇଛି। କିନ୍ତୁ ମୁକୁନ୍ଦପୁର ଅଞ୍ଚଳରେ କାମ ଧିମେଇଛି। ଏହି ଦୁଇଟି ରାଜପଥକୁ ୪ ଲାଇନ କଲେ ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ସେ ପ୍ରସ୍ତାବ ରଖିଛନ୍ତି। ସେହିପରି ରାଜପଥର ରାୟଗଡ଼ା, କୋରାପୁଟ, ଜୟପୁର, କାକିରିଗୁମ୍ମା ବାଇପାସ ତୁରନ୍ତ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି। କୋରାପୁଟ ଜିଲା ଲମତାପୁଟ ବ୍ଲକର ୬ଟି ପଞ୍ଚାୟତ କୋଲାବ ଜଳଭଣ୍ଡାର ଯୋଗୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ତେଣୁ କେନ୍ଦ୍ର ସରକାର ସିନ୍ଧିପୁଟରେ ୧୨ ଶହ ମିଟର ଜଳଭଣ୍ଡାର ଉପରେ ପୋଲ ନିର୍ମାଣ କରିବା ପାଇଁ ସପ୍ତଗିରି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
Posted inଆମ ଜିଲା ଖବର, କୋରାପୁଟ View All
ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ
ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...
୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା
ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...
ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…
ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...
ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ
କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...
ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା
ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...
ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…
କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...
ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…
ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...
ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…
ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...
Archives


