Posted inଜାତୀୟ

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୧୧ ନୂଆ ମୁହଁ:ବାଦ୍‌ ପଡ଼ିଲେ ୧୧ ମନ୍ତ୍ରୀ

ନୂଆଦିଲ୍ଲୀ,୩୧।୫:ନରେନ୍ଦ୍ର ମୋଦିଙ୍କ ପୂର୍ବ ସରକାରରେ ମନ୍ତ୍ରୀ ଥିବା କେତେଜଣ ନେତା ଏଥର ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡିଛନ୍ତି। ଏଥିସହିତ କେତେଜଣ ନୂଆ ମୁହଁକୁ ଦ୍ୱିତୀୟ ପାଳି ସରକାରରେ ସାମିଲ କରାଯାଇଛି। ବାଦ୍‌ ପଡିଥିବା ୧୦ ଜଣ ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଅରୁଣ ଜେଟ୍‌ଲୀ, ସୁଷମା ସ୍ବରାଜ, ସୁରେଶ ପ୍ରଭୁ, ରାଧାମୋହନ ସିଂ, ଜୁଏଲ ଓରାମ ମହେଶ ଶର୍ମା, ଜୟନ୍ତ ସିହ୍ନା, ମାନେକା ଗାନ୍ଧୀ, ଉମା ଭାରତୀ, ଅନୁପ୍ରିୟା ପଟେଲ ଏବଂ ରାଜ୍ୟବର୍ଦ୍ଧନ ସିଂ ରାଠୋର। ନୂଆ ମନ୍ତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚରେ ଏମାନେ ଉପସ୍ଥିତ ନ ଥିଲେ। ଅନ୍ୟପକ୍ଷରେ ପୂର୍ବତନ ବହିର୍ବ୍ୟାପାର ସଚିବ ଏସ୍‌. ଜୟଶଙ୍କର ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଏହା ବ୍ୟତୀତ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରଥମ ଥର ଲାଗି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ ମୁଣ୍ଡା, ରତନଲାଲ କଟାରିଆ, ରମେଶ ପୋଖରିୟାଲ ନିଶଙ୍କ, ପ୍ରହଲ୍ଲାଦ ଜୋଷୀ, ଅଙ୍ଗଦି ସୁରେଶ ଚାନ୍ନବସପ୍ପା, ରାମେଶ୍ୱର ତେଲି, କୈଳାସ ଚୌଧରୀ, ଦେବୋଶ୍ରୀ ଚୌଧରୀ, ପ୍ରତାପ ଷଡଙ୍ଗୀ ପ୍ରମୁଖ କେତେଜଣ ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିଛି।
୬୭ ବର୍ଷୀୟ ସୁଷମା ଦୀର୍ଘବର୍ଷ ଧରି ଦଳରେ ପ୍ରମୁଖ ଭୂମିକା ନିଭାଇବା ସହ ସରକାରରେ ଗୁରୁତ୍ୱପୂର୍ଣ୍ଣ ବହିର୍ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ଏଥର ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନାହିଁ। କ’ଣ ପାଇଁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲା ନାହିଁ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ବାଦ୍‌ ଦିଆଯାଇଥାଇପାରେ ବୋଲି କୁହାଯାଉଛି। ସ୍ବାସ୍ଥ୍ୟଗତ କାରଣରୁ ସେ ଏଥର ନିର୍ବାଚନ ଲଢ଼ି ନ ଥିଲେ କି ପ୍ରଚାରରେ ମଧ୍ୟ ସାମିଲ ହୋଇ ନ ଥିଲେ। ୨୦୦୪-୨୦୧୪ ଭାଜପା ବିରୋଧୀ ଦଳରେ ଥିଲାବେଳେ ସୁଷମା ଲୋକସଭାରେ ବିରୋଧି ଦଳ ନେତ୍ରୀ ଥିଲେ। ସେହିପରି ସୁରେଶ ପ୍ରଭୁ ମଧ୍ୟ ପୂର୍ବ ସରକାରରେ ଗୁରୁତ୍ୱପୂର୍ଣ୍ଣ ରେଲଓ୍ବେ ଏବଂ ପରେ ବାଣିଜ୍ୟ, ଶିଳ୍ପ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ସେହିପରି ପୂର୍ବ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ନଡ୍ଡା ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି। ପୂର୍ବତନ ଅଲିମ୍ପିଆନ ତଥା କ୍ରୀଡା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିବା ରାଠୋରଙ୍କୁ ମଧ୍ୟ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ। ପୂର୍ବତନ ପର୍ଯଟନ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri