କେନ୍ଦୁଝରରେ ୭୮.୧୬% ମତଦାନ: ମହିଳା ଭୋଟର ସଂଖ୍ୟା ଅଧିକ

କେନ୍ଦୁଝର,୨୫ା୪ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦୁଝର ଲୋକ ସଭା ନିର୍ବାଚନ ମଙ୍ଗଳବାର ଶେଷ ହୋଇଛି ା ଜିଲାରେ ମୋଟ ୭୮.୧୬ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ବିଭାଗ ତଥ୍ୟ ଅନୁଯାୟୀ, ଜିଲାରେ ମୋଟ ୧୫,୧୫,୬୪୧ ଭୋଟର ରହିଥିବା ବେଳେ ୧୧,୮୪,୬୯୭ ଜଣ ଭୋଟଦାନ କରିଛନ୍ତି। ସର୍ବାଧିକ ୫,୯୨,୯୨୮ ମହିଳା ଭୋଟର (୭୮.୬୫ ପ୍ରତିଶତ) ମତଦାନ କରିଥିବା ବେଳେ ୫,୯୧,୭୬୬ ( ୭୭.୭୮ ପ୍ରତିଶତ)  ପୁରୁଷ ଭୋଟର ମତସାବ୍ୟସ୍ତ କରିଛନ୍ତି। ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୩ (୨.୨୨ ପ୍ରତିଶତ) ବୋଲି ଜଣାପଡିଛି ା

ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀ(୨୦)ରେ ୧୭୮୮୯୮ ଜଣ ଭୋଟ ଦେଇଥିବା ବେଳେ ଭୋଟ୍‌ ହାର ୭୮.୫୨ ପ୍ରତିଶତ ରହିଛି ା ସେହିପରି ଘଷିପୁରା ନିର୍ବାଚନ ମଣ୍ଡଳୀ(୨୧)ରେ ୧୭୫୨୫୩ ଜଣ (ଭୋଟ ହାର ୭୯.୫୧ ପ୍ରତିଶତ) ଭୋଟଦାନ କରିଛନ୍ତି। ଆନନ୍ଦପୁର ନିର୍ବାଚନମଣ୍ଡଳୀ(୨୨)ରେ ୧୭୧୮୬୨ ଜଣ (୭୬ ପ୍ରତିଶତ), ପାଟଣା ନିର୍ବାଚନମଣ୍ଡଳୀ(୨୩)ରେ ୧୭୫୧୩୯ ଜଣ (୮୫.୭୫ ପ୍ରତିଶତ), କେନ୍ଦୁଝର ନିର୍ବାଚନମଣ୍ଡଳୀ(୨୪)ରେ ୧୭,୨୩୦୦ ଜଣ (୭୬.୧୩ ପ୍ରତିଶତ), ଚମ୍ପୁଆ ନିର୍ବାଚନ ମଣ୍ଡଳୀ(୨୫)ରେ ୧୬୮୪୦୬ ଜଣ (୭୪.୨୮ ପ୍ରତିଶତ) ଏବଂ କରଞ୍ଜିଆ ନିର୍ବାଚନମଣ୍ଡଳୀ(୩୦)ରେ ୧୪୪୮୩୯ ଜଣ ଭୋଟ (୭୭.୬୪ ପ୍ରତିଶତ) ଦେଇଥିବା ଜଣାପଡିଛି ା ୨୦୧୪ ନିର୍ବାଚନରେ ୮୦.୫୪ ପ୍ରତିଶତ ଭୋଟ ହୋଇଥିଲା ା ଚଳିତ ନିର୍ବାଚନରେ ଭୋଟ ହାର ହ୍ରାସ ପାଇ ୭୮.୧୬ ପ୍ରତିଶତ ହୋଇଥିବା ଜଣାପଡିଛି ା ଚମ୍ପୁଆା ନିର୍ବାଚନ ମଣ୍ଡଳୀରେ ବହୁ ଭୋଟର ସମୟସୀମା ଜାଣି ପାରିନଥିଲେ ା ଏଣୁ ବହୁ ଭୋଟର ଭୋଟ ଦେବାକୁ ଆସି ଫେରିଯାଇଥିଲେ ା ଉପଯୁକ୍ତ ପ୍ରଚାର ପ୍ରସାର ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି ା  ସେଠାରେ ଭୋଟଦାନ ସମୟ ସୀମା ୪ ଟା ଥିବା ବେଳେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ସମୟସୀମା ୬ ଟା ଥିଲା ା ସେହିପରି କଳାବେଶାଖୀ ବର୍ଷା, ଇଭିଏମ ତ୍ରୁଟି ଯୋଗୁଁ ବହୁ ଭୋଟର ଭୋଟଦେବାକୁ ଆସି ଫେରିଯାଇଥିଲେ ା  ା ବର୍ଷାପବନ ଯୋଗୁଁ ଅନ୍ଧାର ହୋଇଯିବା ଓ ଆଲୋକ ବ୍ୟବସ୍ଥା ନ ଥିବାରୁ ଶେଷ ସମୟରେ ବହୁ ଭୋଟର ଭୋଟଦେବାରେ ସମସ୍ୟା ଭୋଗିଥିଲେ ଏବଂ ଅନେକ ଭୋଟ ଦେବାକୁ ଆସିନଥିଲେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ 

ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ  ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍‌ ପକାଇ ହତ୍ୟା  ମାମଲାର  ଶୁକ୍ରବାର ରାୟ ପ୍ରକାଶ ପାଇଛି ।…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri