କେନ୍ଦୁଝରରେ ମୂଷଳ ଧାରାରେ ବର୍ଷା:ସାରା ସହର ଜଳାର୍ଣ୍ଣବ, ଲୋକଙ୍କ ଘରେ ପଶିଲା ପାଣି

କେନ୍ଦୁଝର ୧୫ା୯ (ସ୍ବ.ପ୍ର.)-କେନ୍ଦୁଝର ସହରରେ ରବିବାର ଅପରାହ୍ନରେ ମୂଷଳ ଧାରାରେ ବର୍ଷା ହେବା ଯୋଗୁ ସାରା ସହର ଜଳାର୍ଣ୍ଣବ ହୋଇପଡିଛି। ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ପ୍ରବଳତର ବର୍ଷା ହୋଇଥିଲା। ଚାହୁଁ ଚାହୁଁ ରାସ୍ତା ଘାଟରେ ବର୍ଷା ପାଣିର ସୁଅ ଛୁଟିଥିଲା। ସହରର ବିଭିନ୍ନ ଓ୍ବାର୍ଡରେ ବର୍ଷା ଜଳ ଲହଡ଼ି ଭାଙ୍ଗିଥିଲା। ଏଭଳି ଅଭୂତପୂର୍ବ ବର୍ଷା ପୂର୍ବରୁ କେବେ ହୋଇ ନ ଥିବା ସ୍ଥାନୀୟ ଲୋକ କହିଛନ୍ତି। କେହି କେହି ଏହାକୁ ବାଦଲଫଟା ବର୍ଷା ବୋଲି କହୁଛନ୍ତି। ପ୍ରଶାସନ ପକ୍ଷରୁ ଏହି ପ୍ରବଳ ବର୍ଷା ସମ୍ପର୍କରେ ଅଧିକ କିଛି ସୂଚନା ମିଳିନାହିଁ।
ଅପରାହ୍ନ ସମୟରେ ଆକାଶ ହଠାତ ମେଘାଚ୍ଛନ୍ନ ହୋଇ ବିଜୁଳି, ଘଡ଼ଘଡ଼ି ମାରି ବର୍ଷା ହୋଇଥିଲା। ଜୋରରେ ପବନ ବହିଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହେବା ଯୋଗୁ ସହର ଚର୍ତୁପାଶ୍ୱ ବର୍ଷା ପାଣିରେ ଉବୁଟୁବୁ ହୋଇ ଉଠିଥିଲା। କେନ୍ଦୁଝର ସହରର ପଶ୍ଚିମ ପଟେ ଜୁଡ଼ିଆ ପାହାଡ଼ ଥିବାରୁ ବର୍ଷା ଋତୁରେ ଏଠାରେ କେବେକେବେ ପ୍ରବଳ ବର୍ଷା ହୋଇଥାଏ। କିନ୍ତୁ ରବିବାର ହୋଇଥିବା ବର୍ଷା ଅଞ୍ଚଳବାସୀଙ୍କୁ ସ୍ତମ୍ଭୀଭୂତ କରିଛି। ବର୍ଷାରେ ଜଳ ନିଷ୍କାସିତ ହୋଇ ନ ପାରି ବିଭିନ୍ନ ଓ୍ବାର୍ଡରେ ଘରେ ଓ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡିଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡିଥିବା ବେଳେ ଯାତାୟାତ ବ୍ୟାହତ ହୋଇଛି। ପବିତ୍ରଡିହା ସାହିରେ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ଲୋକଙ୍କ ଘରବାଡିରେ ପଶି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ା ଅଣ୍ଟାଏ ପାଣିରେ ଗାଡିରେ ଲୋକ ମାନେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି ା ଚାରିଆଡେ ଘର ହୋଇଯାଇଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ନ ଥିବା ଏବଂ ଥିବା ଡ୍ରେନ ଗୁଡିକ ସଫେଇ ହଉନଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଏଭଳି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକ କହୁଛନ୍ତି। ସେହିପରି ପାର୍କଲାଇନ ରୋଡରେ ସେଟଲମେଣ୍ଟ କଲୋନୀରେ ହଠାତ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଘର ଭିତରେ ପାଣି ପଶି ଲହଡି ମାରୁଛି ା କର୍ମଚାରୀଙ୍କ ବିଭିନ୍ନ ସାମଗ୍ରୀ ପାଣିରେ ବୁଡି ଯାଇ ନଷ୍ଟ ହୋଇଯାଇଛି। ପାଣି ଘରେ ପଶିଥିବାରୁ ରହିବା ପାଇଁ ସ୍ଥାନ ନାହିଁ ା ତ୍ରୁଟିପୂର୍ଣ୍ଣ ଓ ଅସମ୍ପୂର୍ଣ୍ଣ ଡ୍ରେନ ଅନେକ ଅଞ୍ଚଳରେ ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଡ୍ରେନ ସଫେଇ ହେଉ ନ ଥିବା ଏବଂ ନିମ୍ନ ମାନର କାମ ଯୋଗୁ ଭାଂଗିଯାଇଥିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି ା ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଉଥିବା ପୌରପାଳିକା ନିର୍ବାହୀ ଅଧିକାରୀ ନିରଞ୍ଜନ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ୫ କୁଇଣ୍ଟାଲ ଗଞ୍ଜେଇ: ଜଣେ ଗିରଫ

ମୋହନା,୨୨।୨( ମନ୍ମଥ ମିଶ୍ର ): ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ…

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ…

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ବୈଠକ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ନଳକୂପ ମରାମତି ନହେଲେ….

ଭଞ୍ଜନଗର,୨୨।୨(ବାବୁଲା ପ୍ରଧାନ): ଫେବୃଆରୀ ମାସରୁ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି । ଏହାକୁ ଦେଖିଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶା…

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

୪ ବର୍ଷ ତଳେ ହୋଇଥିଲା ପୋଷ୍ଟିଂ, ଭଡ଼ା ଘରୁ ଉଦ୍ଧାର ହେଲା ପୋଷ୍ଟମ୍ୟାନଙ୍କ ମୃତଦେହ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଗୋଠଗାଁ ପୋଷ୍ଟମ୍ୟାନଙ୍କ ମୃତଦେହକୁ ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଛି। ମୃତ ପୋଷ୍ଟମ୍ୟାନ ଜଣଙ୍କ ହେଲେ ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri