କେନ୍ଦୁଝରରେ ଘନ ଘନ ବିଦ୍ୟୁତ୍‌ କାଟ: ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ବାଧାପ୍ରାପ୍ତ, ଶୀଘ୍ର ସମାଧାନ ଦାବି

କେନ୍ଦୁଝର,୧।୬( ସ୍ବ.ପ୍ର.): ଘନ ଘନ ବିଦ୍ୟୁତ୍‌ କାଟ ଯୋଗୁ ଶନିବାର କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ମେଡିକାଲରେ ଜେନେରେଟର ବ୍ୟବସ୍ଥା ଥିଲେ ସୁଦ୍ଧା ଆବଶ୍ୟକତା ପୂରଣ ହୋଇପାରୁନାହିଁ। ଫଳରେ ଗରମରେ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ବିଦ୍ୟୁତ୍‌ ଅଭାବରୁ ଏକ୍ସ-ରେ ମେଶିନ ଚାଲୁ ନ ଥିବାରୁ ରୋଗୀଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ସେହିପରି ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କାମ ହୋଇପାରୁନାହିଁ। ଚିକିତ୍ସା ପାଇଁ ଆସିଥିବା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀମାନେ ଚିକିତ୍ସା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଦ୍ୟୁତ୍‌ ଅଭାବରୁ ପାଣିପମ୍ପ ଚାଲୁ ନ ଥିବାରୁ ପାଣି ସମସ୍ୟା ଦେଖାଦେଇଛି। ପାଣି ଅଭାବରୁ ରକ୍ତ, ମଳ, ମୂତ୍ର ଆଦି ପରୀକ୍ଷା ହୋଇପାରୁ ନ ଥିବା ବେଳେ ଦାନ୍ତ ବିଭାଗରେ କାମ ବାଧାପ୍ରାପ୍ତ ହୋଇଛି। ଅସ୍ଥିଶଲ୍ୟ ବିଭାଗ ଓ୍ବାର୍ଡରେ ଆବଶ୍ୟକ ସଂଖ୍ୟକ ଫ୍ୟାନ୍‌ ନାହିଁ । ଏଣୁ ରୋଗୀ ଅସୁବିଧାରେ ରହୁଛନ୍ତି। ସେହିପରି ଆବଶ୍ୟକ କେମିକାଲ ନ ଥିବାରୁ କିଡ୍‌ନୀ ରୋଗୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। ରୋଗୀଙ୍କ ସମ୍ପର୍କୀୟମାନେ ଏହାର ତୁରନ୍ତ ସମାଧାନ ଦାବି କରିଛନ୍ତି। ତେବେ ଏ ନେଇ ପଚରାଯିବାରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏଡିଏମ୍‌ଓ ଡା. ଗୁରୁପ୍ରସାଦ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର…

ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…

ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି…

ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

ଧାମନଗର, ୧୮।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ…

ବର୍ଷାରେ ଭିଜି ରଥ ଟାଣିଲେ ଭକ୍ତ: ତିନି ଦିନ ପରେ ମାଉସୀମା ମନ୍ଦିରରେ ପହଞ୍ଚିଲେ ରାଜନଗର ଦଧିବାମନ ଜିଉ

ପାଟଣା, ୧୮।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ରାଜନଗର ସ୍ଥିତ ଶ୍ରୀ ଦଧିବାମନ ଜୀଉଙ୍କ ଘୋଷଯାତ୍ରାରେ ଘଟିଥିବା ରଥ ଅଘଟଣର ସଫଳ ସମାଧାନ…

ଭାଇ ସହ ହେଲା କଳି ଏମତି କାଣ୍ଡ କରିଦେଲେ ୧୩ ବର୍ଷର …

ଛତ୍ରପୁର, ୧୮।୭ (ଦିଲ୍ଲୀପ ସାମଲ): ଛତ୍ରପୁର ଅଞ୍ଚଳରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ମାଉଜର,ଗଞ୍ଜେଇ ସହ ୬ ଗିରଫ ପୋଲିସକୁ ଚକମା ଦେଇ ଖସିଯାଉଥିଲେ

ଭଞ୍ଜନଗର,୧୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଅପରାଧି ଦମନରେ ବିଗତ କିଛି ମାସ ହେବ ଲାଗିପଡ଼ିଛି। ଏହିଭଳି ଶନିବାର ପୋଲିସ ଦୁଇଟି ମାମଲାରେ ୬ ଜଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri