କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାଉଣ୍ଟର ଖୋଲୁ ଖୋଲୁ ରୋଗୀ ଦେଖା ପାଇଁ ଟିକେଟ ଶେଷ

ନ୍ଦୁଝର,୯।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଟିକେଟ କାଉଣ୍ଟର ଖୋଲୁ ଖୋଲୁ ସରି ଯାଉଛି। ଫଳରେ ଦୂର ଦୂରାନ୍ତରୁ ଆସୁଥିବା ଏବଂ ଲାଇନରେ ଦୀର୍ଘ ସମୟ ଧରି ଠିଆ ହେଉଥିବା ରୋଗୀଙ୍କୁ ଟିକେଟ ମିଳୁ ନ ଥିବାରୁ ନିରାଶ ହୋଇ ଫେରୁଛନ୍ତି। ଏଥିପାଇଁ ସେମାନଙ୍କୁ ପୁଣି ଆର ସପ୍ତାହକୁ ଅପେକ୍ଷା କରିବାକୁ ପଡୁଛି। ଏନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବ୍ଲାକରେ ଟିକେଟ ବିକ୍ରି କରାଯାଉଥିବା ସନ୍ଦେହ କରି ଏହାର ତଦନ୍ତ ଦାବି ହେଉଛି। ଭୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ମୁହଁ ଖୋଲି ଅଭିଯୋଗ କରି ପାରୁନାହାନ୍ତି। ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦିଲ୍ଲୀପ ସାହୁ , ସାମାଜିକ କର୍ମୀ ଦାବି କରିଛନ୍ତି। ବିଶେଷ କରି ବାହାରୁ ଆସୁଥିବା ସୁପର ସ୍ପେଶାଲିଷ୍ଟମାନଙ୍କ କ୍ଷେତ୍ରରେ ଏଭଳି ଅବ୍ୟବସ୍ଥା ଅଭିଯୋଗ ହେଉଛି।

ସୂଚନାଥାଉ କି, ୨ୟ ଓ ୪ର୍ଥ ମଙ୍ଗଳବାରରେ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅର୍ଥରେ ନିଯୁକ୍ତ ନ୍ୟୁରୋଲୋଜି ସୁପର ସ୍ପେଶାଲିଷ୍ଟ ରୋଗୀ ଦେଖିବାକୁ ଆସିଥାନ୍ତି। ପ୍ରତ୍ୟେକ ଥର ୬୦ ରୋଗୀ ଦେଖନ୍ତି କିନ୍ତୁ ଶହ ଶହ ରୋଗୀ ଫେରନ୍ତି। ୬୦ ଟିକେଟ ଆବଣ୍ଟନ ହୋଇଗଲେ ଆଉ ଟିକେଟ ଦିଆଯାଏ ନାହିଁ। ଜରୁରୀ ହେଲେ ବା ସମୟ ଥିଲେ ଟିକେଟ ନେଇ ଶେଷରେ ଦେଖାଇଥାନ୍ତି। ଏହି ସ୍ନାୟୁଗତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲା ଓ ବାହାର ଜିଲା ରାଜ୍ୟରୁ ମଧ୍ୟ ରୋଗୀ ଆସି ରାତି ଅଧାରୁ ଲାଇନରେ ଅପେକ୍ଷା କରିଥାନ୍ତି। ମଙ୍ଗଳବାର ସକାଳ ୮ଟା ପରେ ରୋଗୀ ପଞ୍ଜିକରଣ କାଉଣ୍ଟର ଖୋଲିବାବେଳେ ଅଳ୍ପ ଲୋକ ଥିଲେ ତେବେ ସଙ୍ଗେ ସଙ୍ଗେ ଲମ୍ବା ଲାଇନ ଲାଗିଲା ବେଳେ ୨/୩ ଜଣଙ୍କ ପଞ୍ଜିକରଣ କରିବା ପରେ ୬୦ ରୋଗୀ ପଞ୍ଜିକରଣ ହୋଇଗଲା ବୋଲି କୁହାଗଲା । ଫଳରେ ଅନେକ ଲାଇନ ରେ ଠିଆ ହୋଇଥିବା ରୋଗୀ ନିରାଶ ହୋଇ ଫେରିଗଲେ ବୋଲି ଶ୍ରୀ ସାହୁ କହିଛନ୍ତି। ଜଣେ ଯୁବକ କହିଲେ ସେ ଆରମ୍ଭ ବେଳେ ୩ନମ୍ବରରେ ଥିଲେ ହେଲେ କୁହାଗଲା ତୁମର ୫୫। ନମ୍ବର ସିରିଏଲ ଶେଷରେ ସିକ୍ୟୁରିଟି, ଏଥର ତୁମର ହେବ ନାହିଁ ଆର ଥର ଆସ କହି ଫେରାଇ ଦେଇଥିଲେ ବୋଲି ସେ କହିଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। ଏଣୁ ଜିଲାପାଳଙ୍କୁ ଏହାର ପ୍ରତିକାର କରିବାକୁ ଦାବି କରାଯାଇଛି। ଆଗୁଆ ରୋଗୀଙ୍କ ଠାରୁ ଦଲାଲମାନେ ପାଉଣା ନେଇ ଟିକେଟ କାଟି ରଖିଥିବା ଏବଂ ସରିଗଲା ବୋଲି ପ୍ରଚାର କରୁଥିବା ଅଭିଯୋଗ ହେଉଛି। ଏ ନେଇ ସେ ନିର୍ଦ୍ଦିଷ୍ଟ ଅଭିଯୋଗ ପାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡ଼ିଏମ ଓ ଡାକ୍ତର କେ. ସି. ପୃଷ୍ଟି କହିଛନ୍ତି। ଏଭଳି ଅବ୍ୟବସ୍ଥାର ପ୍ରତିକାର କରି ଉପଯୁକ୍ତ ପଦକ୍ଷେପ ନେଇ ସାଧାରଣ ରୋଗୀଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସୁନେଶ ଧିର, ଜିଲା ଯୁବ କଂଗ୍ରେସ ସଭାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri