Posted inଖେଳ

କେଉଁ ଭଳି ଆରମ୍ଭ ହୋଇଥିଲା ରଣଜୀ ଟ୍ରଫି

ରଣଜୀ ଟ୍ରଫି ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘରୋଇ କ୍ରିକେଟ ପ୍ରତିଯୋଗିତା। ଏଥିରୁ ହିଁ ଖେଳାଳିଙ୍କୁ ଭାରତୀୟ ଦଳ ପାଇଁ ଚୟନ କରାଯାଏ। କିନ୍ତୁ ଏହି ରଣ୍‌ଜୀ ଟ୍ରଫି ପ୍ରଥମେ କେଉଁ ଭଳି ଆରମ୍ଭ ହୋଇଥିଲା, ତାହା ପ୍ରାୟ ପ୍ରଶଂସକଙ୍କୁ ଜଣା ନ ଥିବ। ଇଂରେଜ ଶାସନ ଅମଳରେ ନଓ୍ବାନଗର ନାମକ ଏକ ରାଜ୍ୟ ଥିଲା। ଏବେ ତାହା ବିହାରର ଅଂଶବିଶେଷ। ସେତେବେଳେ ସେଠାରେ ସିହ୍ନାଜି ରାଜ ବଂଶ ରାଜୁତି କରୁଥିଲେ। ୧୮୭୨ ମସିହା ସେପ୍ଟେମ୍ବର ୧୦ ତାରିଖରେ ରାଜ ପରିବାରେ ଜନ୍ମଗ୍ରହଣ କରିଥିଲେ ରଣଜିତସିହ୍ନାଜି। ସେ ବେଙ୍ଗଲରେ ଶିକ୍ଷା ଗ୍ରହଣ କରୁଥିବାବେଳେ କଲେଜ ଅଧ୍ୟକ୍ଷଙ୍କଠାରୁ କ୍ରିକେଟ ବିଷୟରେ ଜାଣିବାକୁ ସୁଯୋଗ ପାଇଥିଲେ। ପରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସେ ସସେକ୍ସ ପାଇଁ ପଦାର୍ପଣ ଫାଷ୍ଟ କ୍ଲାସ ମ୍ୟାଚ୍‌ରେ ୭୭ ଓ ୧୫୦ ରନ୍‌ କରିଥିଲେ। କିଛି ଦିନ ପରେ ରଣଜିତସିହ୍ନାଜି ଇଂଲଣ୍ଡ ପାଇଁ ପଦାର୍ପଣ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ଅର୍ଦ୍ଧଶତକ ଓ ଶତକ ହାସଲ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ ଖେଳିବାରେ ସେ ପ୍ରଥମ ଭାରତୀୟ। ରାଜ୍ୟ ଶାସନ ଦାୟିତ୍ୱ ଥିବାରୁ କ୍ରିକେଟରେ ବଡ଼ କ୍ୟାରିୟର କରିପାରି ନ ଥିଲେ। କିନ୍ତୁ ଛୋଟିଆ କ୍ୟାରିୟରରେ ସେ ଇଂଲଣ୍ଡର ପ୍ରତିଷ୍ଠିତ ବ୍ୟାଟ୍ସମ୍ୟାନ ପାଲଟିଥିଲେ। ସେ ଆଧୁନିକ ବ୍ୟାଟ୍ସମ୍ୟାନଙ୍କ ଶଟ୍‌ ଯଥା ଲେଟ୍‌ କଟ, ଲେଗ୍‌ ଗ୍ଲାନ୍ସ ଭଳି ଶଟ୍‌ ପ୍ରଥମେ ଖେଳିବା ଆରମ୍ଭ କରିଥିଲେ। ଜଣେ ଭାରତୀୟ ଖେଳାଳି ଇଂଲଣ୍ଡ ପାଇଁ ଖେଳିବାର ଏହା ଥିଲା ପ୍ରଥମ ଘଟଣା। ସେ ମାତ୍ର ୧୫ ଟେଷ୍ଟ ଖେଳି ୨ ଶତକ ଓ ୬ ଅର୍ଦ୍ଧଶତକ ସହ ୯୮୯ ରନ୍‌ କରିଥିଲେ। ତାଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ ବିସିସିଆଇ ରଣଜୀ ଟ୍ରଫି ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ୧୯୩୪-୩୫ରେ ଆରମ୍ଭ କରିଥିଲା। ସେଥର ବିସିସିଆଇକୁ ଟ୍ରଫି ମଧ୍ୟ ରଣଜିତସିହ୍ନାଜିଙ୍କ ପରିବାର ବର୍ଗ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri