କେଆଇଏଫ୍‌ଏଫ୍‌ରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):କୋଲକାତା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ(କେଆଇଏଫ୍‌ଏଫ୍‌)ରେ ଆଉ ପ୍ରଦର୍ଶିତ ହେବନି ବହୁଭାଷୀ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’। ଶେଷ ମୁହୂର୍ତ୍ତରେ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’କୁ ଫିଲ୍ମ ଫେଷ୍ଟିଭାଲରୁ ବାଦ୍‌ ଦିଆଯାଇଛି। ଆସନ୍ତା ନଭେମ୍ବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ କୋଲକାତାରେ କେଆଇଏଫ୍‌ଏଫ୍‌ ୨୫ତମ ସଂସ୍କରଣ ଆୟୋଜିତ ହେବାକୁଥିବାବେଳେ ଏଥିରେ ବଲାଙ୍ଗୀର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ଚଳଚ୍ଚିତ୍ର ‘ପାଟଣାଗଡ଼’ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଥିଲା। ହେଲେ ଫିଲ୍ମକୁ ବିବାଦୀୟ ଦର୍ଶାଇ ଆୟୋଜକ ଏହାକୁ ମହୋତ୍ସବରେ ପ୍ରଦର୍ଶନ କରିବାକୁ ସିଧା ମନା କରିଦେଇଛନ୍ତି। ଏହାକୁ ନେଇ ଫିଲ୍ମ ନିର୍ମାତା ଅସନ୍ତୋଷ ବ୍ୟକ୍ତ କରିବା ସହ ବିନା କୌଣସି କାରଣରେ ଏକ ଭଲ ଫିଲ୍ମକୁ ବିକୃତ କରାଯାଉଥିବା କହିଛନ୍ତି।
ଓଡ଼ିଆ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ପ୍ରମୁଖ ଭୂମିକାରେ ବଲିଉଡ୍‌ ଅଭିନେତା ଅତୁଲ କୁଲକର୍ନୀ, ୟଶପାଲ ଶର୍ମା, ଲୋକପ୍ରିୟ ଓଡ଼ିଆ ଫିଲ୍ମ ଅଭିନେତା ମନୋଜ ମିଶ୍ର, ପୁଷ୍ପା ପଣ୍ଡା, ଅନୁ ଚୌଧୁରୀ, ତେଲୁଗୁ ଅଭିନେତା ଥନିକେଲ୍ଲା ଭାରାଣୀ ପ୍ରମୁଖ ଅଭିନୟ କରିଛନ୍ତି। ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ହୋଇଥିବା ବହୁଚ୍ଚର୍ଚିତ ପାର୍ସଲ ବୋମା ଘଟଣା ଉପରେ ଫିଲ୍ମର କାହାଣୀ ଆଧାରିତ। ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଭୂମିକାରେ ଫିଲ୍ମରେ ମନୋଜ ମିଶ୍ର ଅଭିନୟ କରିଛନ୍ତି। ଫିଲ୍ମର ପ୍ରଯୋଜନା ଶ୍ରୀଧର ମାର୍ଥା କରିଥିବାବେଳେ ନିର୍ଦ୍ଦେଶନା ରାଜେଶ ଟଚରିଭର୍‌ ଦେଇଛନ୍ତି। ଫିଲ୍ମର ସିନେମାଟୋଗ୍ରାଫି ସହ କାହାଣୀ ଉଚ୍ଚକୋଟୀର ହୋଇଥିବାରୁ ଏହାକୁ କେଆଇଏଫ୍‌ଏଫ୍‌ର ଇଣ୍ଡିଆନ୍‌ ଲାଙ୍ଗୁଏଜ୍‌ ସେକ୍ସନରେ ସ୍କ୍ରିନିଂ କରିବାକୁ ମନୋନୀତ କରାଯାଇଥିଲା। ହେଲେ ଫିଲ୍ମ ନିର୍ମାଣ ବେଳେ ବୋମା ବିସ୍ଫୋରଣର ଶିକାର ହୋଇଥିବା ପରିବାର ନିର୍ମାତାଙ୍କ ବିରୋଧରେ ହାଇକୋର୍ଟକୁ ଯାଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ମାମଲାର ସମାଧାନ ହେବାସହ କୋର୍ଟରୁ ମାମଲା ଉଠାଇ ନିଆଯାଇଥିଲା। ଏହି ବିବାଦକୁ ଆଧାରକରି ମହୋତ୍ସବ ଆୟୋଜକ ଫିଲ୍ମକୁ ସ୍କ୍ରିନିଂ ପ୍ରକ୍ରିୟାରୁ ବାଦ୍‌ ଦେଇଥିବା କୁହାଯାଇଛି। ଏନେଇ ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥା କହିଛନ୍ତି, ପ୍ରଥମେ ଚୟନ କରିଦେଇ ଏଭଳି ଶେଷ ମୁହୂର୍ତ୍ତରେ ଏକ ସ୍ବାଧୀନ ସିନେମାକୁ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍‌ ଦେବା ଅପମାନଜନକ। ଫିଲ୍ମରେ କୌଣସି ବିବାଦୀୟ ଦୃଶ୍ୟ କିମ୍ବା ତଥ୍ୟ ନାହିଁ। ବୋମା ବିସ୍ଫୋରଣରେ ପୀଡ଼ିତ ପରିବାରଙ୍କ ବିରୋଧରେ ଏଥିରେ କୌଣସିଭାବେ ଭ୍ରମାତ୍ମକ ତଥ୍ୟ ଦିଆଯାଇନାହିଁ। ଭଲ ଫିଲ୍ମ ବୋଲି ନିଶ୍ଚିନ୍ତ ଭାବେ ସେମାନେ ପ୍ରଥମେ ଚୟନ କରିଥିଲେ। ହେଲେ ଏବେ ଉକ୍ତ ପରିବାରଙ୍କ ଚାପରେ ଶେଷ ମୁହୂର୍ତ୍ତରେ ଫିଲ୍ମକୁ ବାଦ୍‌ ଦିଆଯାଇଛି। ଏହାଦ୍ୱାରା ଭବିଷ୍ୟତରେ ସ୍ବାଧୀନ ଏବଂ ମୌଳିକଧର୍ମୀ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ପ୍ରଯୋଜକ ଭୟ କରିବେ ବୋଲି ମାର୍ଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri