୫ ଜିଲାରେ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ୍‌-୨

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):ରାଜ୍ୟର ୫ ଜିଲାରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ୍‌-୨ ଆରମ୍ଭ ହେବ। ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ମିଶନ ଇନ୍ଦ୍ରଧନୁଷ୍‌ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଲାଗି ପୂର୍ଣ୍ଣ ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସମ୍ପୃକ୍ତ ଜିଲାର ଜିଲାପାଳମାନଙ୍କୁ ପତ୍ର ଲେଖିଛନ୍ତି। ଉକ୍ତ ଜିଲାଗୁଡ଼ିକର ସମସ୍ତ ଗ୍ରାମ, ପଡ଼ା ଓ ବସ୍ତିରେ ଥିବା ପିଲା ଓ ଗର୍ଭବତୀ ମହିଳାଙ୍କୁ ଠାବ କରିବା ସହ ପୂର୍ବଥର ଟିକାକରଣରୁ ବାଦ୍‌ ପଡ଼ିଥିବା ସମସ୍ତଙ୍କୁ ଏଥିରେ ସାମିଲ କରିବାକୁ ସେ କହିଛନ୍ତି। ଏହି ଅଭିଯାନରେ ସମସ୍ତ ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କୁ ଯେଭଳି ଟିକାଦାନ କରାଯିବ ସେନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଗୁରୁତ୍ୱ ଦେଇଛନ୍ତି। ସେହିପରି ଧାର୍ଯ୍ୟ ସମୟ ମଧ୍ୟରେ ଶତ ପ୍ରତିଶତ ଟିକାକରଣ ଶେଷ କରିବା ଉପରେ ମଧ୍ୟ ସଚିବ ଗୁରୁତ୍ୱାରୋପ କରିଛନ୍ତି।
ମିଶନ ଇନ୍ଦ୍ରଧନୁଷ୍‌-୨ରେ ଉପରୋକ୍ତ ୫ ଜିଲାରେ ଆସନ୍ତା ଡିସେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁଥିବାବେଳେ ୨୦୨୦ ଜାନୁୟାରୀ ୬ରେ ଦ୍ୱିତୀୟ, ଫେବୃୟାରୀ ୩ରେ ତୃତୀୟ ଓ ମାର୍ଚ୍ଚ ୨ରେ ଚତୁର୍ଥ ପର୍ଯ୍ୟାୟ ଟିକାକରଣ କରାଯିବ। ବିଗତ ଦିନର ଅଭିଜ୍ଞତା ଆଧାରରେ ମିଶନ ଇନ୍ଦ୍ରଧନୁଷ୍‌-୨ର ସଫଳତା ଲାଗି ସ୍ବାସ୍ଥ୍ୟକର୍ମୀମାନଙ୍କୁ ଜିଲା ସ୍ତରରେ ତାଲିମ ଦିଆଯିବ। ଟିକାଦାନ ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ସହ ଯେଭଳି ସମସ୍ତେ ଟିକା ନେବେ ସେଥିପାଇଁ ସ୍ବାସ୍ଥ୍ୟକର୍ମୀମାନେ ତୃଣମୂଳ ସ୍ତରରେ ଉଦ୍ୟମ କରିବେ। ଦୁଇ ବର୍ଷରୁ କମ୍‌ ବୟସର ଶିଶୁ ଓ ଗର୍ଭବତୀ ମହିଳାମାନେ ଯେଭଳି ନିଶ୍ଚିତ ଭାବେ ଟିକା ନେବେ ତାହା ଉପରେ ଶାଳିନୀ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି। ଜିଲାରେ ଥିବା ସମସ୍ତ ସମ୍ବେଦନଶୀଳ ଅଞ୍ଚଳକୁ ମିଶନ ଇନ୍ଦ୍ରଧନୁଷ୍‌-୨ରେ ସାମିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତଙ୍କୁ ଟିକାକରଣରେ ସାମିଲ କରିବାକୁ ସ୍ବାସ୍ଥ୍ୟ ମିଶନ ତରଫରୁ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଟିକାଦାନ ପାଇଁ ଯୋଗ୍ୟ ବିବେଚିତଙ୍କୁ ଚିହ୍ନଟ ସହ ସେମାନଙ୍କ ସମସ୍ତ ସୂଚନା ନଭେମ୍ବର ୧୫ ସୁଦ୍ଧା ମିଶନ ଇନ୍ଦ୍ରଧନୁଷ୍‌ ପୋର୍ଟାଲରେ ଅପଲୋଡ୍‌ କରିବାକୁ ଶାଳିନୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?