କୃଷି ସଙ୍କଟ ପାଇଁ ସରକାରୀ ନୀତି ଦାୟୀ

ବ୍ରହ୍ମପୁର ଅଫିସ୍‌,୩୧ା୭- ଅଖିଳ ଭାରତ କିଶାନ୍‌ ମଜଦୁର ସଭା (ଏଆଇକେଏମ୍‌ଏସ୍‌)ର ଦୁଇଦିନିଆ ସର୍ବଭାରତୀୟ ସାଧାରଣ ପରିଷଦ ଅଧିବେଶନ ମଙ୍ଗଳବାରଠାରୁ ପ୍ରକାଶମ୍‌ ହଲ୍‌ରେ ଆରମ୍ଭ ହୋଇଛି। ସଂଗଠନର ଜାତୀୟ ଉପ ସଭାପତି ସୁଶାନ୍ତ ଝା ବିପ୍ଳବୀ ପତାକା ଉତ୍ତୋଳନ କରିବା ପରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଆୟୋଜକଙ୍କ ପକ୍ଷରୁ ସଂଗଠନର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ଭଗବାନ ସାହୁ ପ୍ରତିନିଧିମାନଙ୍କୁ ସ୍ବାଗତ ଜଣାଇଥିଲେ। ଗଞ୍ଜାମର କୃଷକ ଆନ୍ଦୋଳନର ଅବତାରଣା କରି ଦେଶରେ କୃଷି ସଙ୍କଟର ସମାଧାନ ପାଇଁ ଏକ ଶକ୍ତିଶାଳଳୀ କୃଷକ ଆନ୍ଦୋଳନର ଆବଶ୍ୟକତା ରହିଥିବା କହିଥିଲେ। ଜାତୀୟ ଉପ ସଭାପତି ସୁଶାନ୍ତ ଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ଡ଼. ଗୋଲକ ବିହାରୀ ନାଥ ଦେଶରେ କୃଷି ସଙ୍କଟ ପଛରେ ଜନବିରୋଧୀ ସରକାରୀ ନୀତି ଦାୟୀ ବୋଲି କହିଥିଲେ। ଦେଶର ଅର୍ଥନୀତି ଖରାପ ସ୍ଥିତିରେ ରହିଥିବା ବେଳେ ବେରୋଜଗାରୀ, ଆର୍ଥିକ ବୈଷମ୍ୟ ଚରମ ସୀମାରେ ପହଞ୍ଚିଛି। ଏଭଳି ସ୍ଥିତିରେ ସରକାର ଏହି ସଙ୍କଟର ସମାଧାନ କରିବା ପରିବର୍ତ୍ତେ ଲୋକଙ୍କୁ ଲଲିପପ୍‌ ବାଣ୍ଟିବାରେ ଲାଗିଛନ୍ତି। ସରକାରଙ୍କ ବହୁ ପ୍ରଚାରିତ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଘୋଷଣା ଏକ ଧୂଅଁାବାଣ । ଫସଲର ଲାଭଜନକ ଦର ପ୍ରଦାନ ଜରିଆରେ ହିଁ କୃଷି ସଙ୍କଟରୁ ମୁକ୍ତି ମିଳିପାରିବ ବୋଲି ସେ କହିଥିଲେ।ପ୍ରଫେସର ନାଥ କହିଥିଲେ, ଭୂସଂସ୍କାର ନଁାରେ କ୍ରମାଗତ ଭାବେ ସବୁ ସରକାର ପ୍ରତାରଣା କରିଛନ୍ତି। ସାମ୍ରାଜ୍ୟବାଦୀ କମ୍ପାନୀଙ୍କ ଚାପରେ ଦେଶରେ ଭୂସଂସ୍କାରକୁ ରାଜନୀତିର ଏଜେଣ୍ଡାରୁ ହଟେଇ ଦିଆଯାଇଛି। ଜମିର ଉପଯୁକ୍ତ ବଣ୍ଟନ, ଜମି ସିଲିଂର ସୀମା ହ୍ରାସ କରିବା, ସରକାରୀ ଜମିକୁ ଭୂମିହୀନଙ୍କ ମଧ୍ୟରେ ବାଣ୍ଟିବା ମଧ୍ୟ ଦେଇ ହିଁ ଦେଶରେ ଉଭୟ କୃଷି ଏବଂ କୃଷକର ବିକାଶ ହୋଇ ପାରିବ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ସମଦୃଷ୍ଟି ସମ୍ପାଦକ ସୁଧୀର ପଟ୍ଟନାୟକ ବିକାଶ ନଁାରେ କର୍ପୋରେଟ୍‌ମାନଙ୍କୁ ଜମି ହସ୍ତାନ୍ତରର ବିରୋଧ କରିବା ସହିତ ଚାଷୀ ହାତରେ ଜମିର ଅଧିକାର କଥା କହିଥିଲେ। ଯେଉଁ ପର୍ଯ୍ୟନ୍ତ ଚାଷୀର ଜମି ଉପରେ ଅଧିକାର ନାହିଁ ସେ ପର୍ଯ୍ୟନ୍ତ ଚାଷୀର ଶ୍ରମ କଦାପି ତାର ନିଜର ହୋଇପାରିବ ନାହିଁ ବୋଲି କହିଥିଲେ। ଅପରାହ୍ନରେ ପ୍ରତିନିଧି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଆଇକେଏମ୍‌ଏସ୍‌ ଜାତୀୟ କମିଟି ପକ୍ଷରୁ ସାଧାରଣ ସମ୍ପାଦକ ଡ଼. ଆଶିଷ ମିତ୍ତଲ ଦେଶର କୃଷି ଓ କୃଷକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଚିଠା ଉପସ୍ଥାପନ କରିଥିଲେ। ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧିମାନେ ନିଜ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଗତିଶୀଳ ସଂସ୍କୃତିକ ସଂଘ କଳାକାରମାନେ ଅଂଶଗ୍ରହଣ କରି ସଂଗ୍ରାମୀ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ଜାତୀୟ କମିଟି ଉପସଭାପତି ଭି. ଚଲପତି ରାଓ, ସମ୍ପାଦକ କେ. ରଙ୍ଗେୟା, ଜାତୀୟ କମିଟି ସଭ୍ୟ ରାମବୃକ୍ଷ ରାମ, ଧରମପାଲ ସିଂ, ପଞ୍ଜାବର ଚାଷୀନେତା ତାରସେନ ପିଟର, ଉତ୍ତର ପ୍ରଦେଶରୁ ହୀରାଲାଲ, ବିହାରର ଶମ୍ଭୁ ସିଂ ପ୍ରମୁଖ ଜାତୀୟ କମିଟି ସଭ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହେତୁବାଦୀ ସଂଗଠନର ସମ୍ପାଦକ କେ. ନାନ୍ଦେଶୁ ସେନାପତି, ଇଂ. ରାଜା ସୁରେଶ, ସ୍ବାସ୍ଥ୍ୟ-ଶିକ୍ଷା ଆନ୍ଦୋଳନର ନେତା ଅବନୀ କୁମାର ଗୟା, ଆଡ଼ଭୋକେଟ୍‌ କେ. ସୁବ୍ରମଣ୍ୟମ୍‌ ରାଓ, ଖାଉଟି ଅଧିକାର କର୍ମୀ କାମେଶ୍ୱର ରାଓ, ପ୍ରଗତିଶୀଳ ବୁଦ୍ଧିଜୀବୀ ପି. କାମେଶ୍ୱର ରାଓ, ଶ୍ରମିକ ନେତା କର୍ମଚାରୀ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରମୁଖ ଅଭ୍ୟର୍ଥନା ସମିତିର ସଦସ୍ୟ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri