କୃଷି, ପୋଷଣ ଉପରେ ଫୋକସ୍‌

ଭୁବନେଶ୍ୱର,୧୯ା୨(ବ୍ୟୁରୋ):ରାଜ୍ୟ ସରକାର ପ୍ରଥମଥର ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ଇଲେକ୍ଟ୍ରୋନିକ ବଜେଟ ପ୍ରସ୍ତୁତ କରିଛନ୍ତି। ଏହାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଇପ୍ୟାଡ୍‌ ମାଧ୍ୟମରେ ବିଧାନସଭାରେ ମଙ୍ଗଳବାର ଉପସ୍ଥାପନ କରିଛନ୍ତି। ଆଗକୁ ପୌର ନିର୍ବାଚନ ହେବାକୁ ଯାଉଛି। ସହରବାସୀଙ୍କୁ ଖୁସି କରିବାକୁ ପ୍ରୟାସ କରିଛନ୍ତି ସରକାର। ପଞ୍ଚମ ଅର୍ଥ କମିଶନରେ ପୌର ସଂସ୍ଥାଗୁଡିକ ପାଇଁ ସରକାର ଅଧିକ ବ୍ୟୟବରାଦ କରିଥିବାବେଳେ ଏହି ବଜେଟରେ ମଧ୍ୟ ସହରାଞ୍ଚଳର ବିକାଶ ଉପରେ ଅଧିକ ଫୋକସ କରିଛନ୍ତି। ଏଥିସହିତ ଐତିହ୍ୟ ସ୍ଥଳଗୁଡିକର ବିକାଶ, ପିଲାମାନଙ୍କ ପୁଷ୍ଟିକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ଜଳବାୟୁ ପରିବର୍ତ୍ତନ ମୁକାବିଲାକୁ ନେଇ ମଧ୍ୟ ନିଜର ଆଗୁଆ ପ୍ରସ୍ତୁତିକୁ ସୂଚାଇଛନ୍ତି। କୃଷି, ସ୍ବାସ୍ଥ୍ୟ, ପାନୀୟ ଜଳ, ଜଳସେଚନ, ଭିତ୍ତିଭୂମି ବିକାଶ, ଶିଳ୍ପ ସାମାଜିକ ନିରାପତ୍ତା, ମହିଳା ଶସକ୍ତିକରଣ, ଖାଦ୍ୟ ନିରାପତ୍ତା, ଏସ୍‌ସି/ଏସଟି, ପଛୁଆ ବର୍ଗ କଲ୍ୟାଣ ପର୍ଯ୍ୟଟନ, ବିପର୍ଯ୍ୟୟ ପରିଚାଳନାକୁ ମଧ୍ୟ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି। ସରକାର ହାତ ଗଣତି କେଇଟି ନୂଆ ଯୋଜନା ଘୋଷଣା କରିଥିଲେ ମଧ୍ୟ ଚାଲୁ ରହିଥିବା ଯୋଜନାକୁ କାର୍ଯ୍ୟକାରୀ କରି ଆର୍ଥିକ ଅବସ୍ଥାକୁ ସମ୍ଭାଳିବାକୁ ଭରପୂର ପ୍ରୟାସ କରିଛନ୍ତି। ଏହି ବଜେଟରେ ୫-ଟି ଏବଂ ମୋ ସରକାର ଜରିଆରେ ଲୋକମାନଙ୍କୁ କିପରି ଉନ୍ନତ ମାନର ସେବା ଯୋଗାଇ ଦିଆଯାଇ ପାରିବ, ତାହା ଉପରେ ପ୍ରାଧାନ୍ୟ ଦିଆଯାଇଛି। ନୂଆ ଓଡିଶା ଲକ୍ଷ୍ୟ ନେଇ ବଜେଟର ରୂପରେଖ ପ୍ରସ୍ତୁତ କରାଯାଇଛି। କୃଷି ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ରକୁ ପ୍ରଗତିଶୀଳ ପରିବର୍ତ୍ତନ ପାଇଁ ବଜେଟରେ ଗବେଷଣା, ବିକାଶ ଏବଂ କାର୍ଯ୍ୟପଦ୍ଧତିର ପରିସରକୁ ବୃଦ୍ଧି କରିବା ଦିଗରେ ଗୁରୁତ୍ୱ ଦିଆଯାଇଛି। କୃଷି କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ୧୯,୪୦୮ କୋଟି ଟଙ୍କାର ସ୍ବତନ୍ତ୍ର ବଜେଟ ବିଧାନସଭାରେ ଉପସ୍ଥାପନ କରାଯାଇଛି।
ବିଧାୟକ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି(ଏମ୍‌ଏଲଏ ଲାଡ୍‌ ଫଣ୍ଡ୍‌ ) ବଢାଇବାକୁ ବିଭିନ୍ନ ସମୟରେ ବିଧାୟକମାନେ ଦାବି କରି ଆସୁଥିଲେ। ରାଜ୍ୟ ସରକାର ବଜେଟରେ ବିଧାୟକମାନଙ୍କୁ ଖୁସି କରିଛନ୍ତି। ଏମ୍‌ଏଲଏ ଲାଡ୍‌ ଫଣ୍ଡ୍‌ ଅର୍ଥ ରାଶିକୁ ୧ କୋଟିରୁ ୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେଥିରୁ ୨କୋଟି ଟଙ୍କା ସାଧାରଣ ଉନ୍ନୟନ କାର୍ଯ୍ୟ ଲାଗି ଖର୍ଚ୍ଚ କରାଯାଇପାରିବ। ଅବଶିଷ୍ଟ ୫୦ ଲକ୍ଷ ରାସ୍ତା କାର୍ଯ୍ୟ ଏବଂ ୫୦ ଲକ୍ଷ କଲେଜ ଶିକ୍ଷା ସମ୍ବନ୍ଧୀୟ ଉନ୍ନୟନ କାର୍ଯ୍ୟ ପାଇଁ ବ୍ୟୟ ହେବ। ଏଥିପାଇଁ ବଜେଟରେ ୪୪୧କୋଟି ଟଙ୍କା ଏବଂ ପଶ୍ଚିମ ଓଡିଶା ବିକାଶ ପାଣ୍ଠି ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
୨୦୨୦-୨୧ ବଜେଟ ଗତ ବଜେଟଠାରୁ ୧୧.୧ ପ୍ରତିଶତ ଅଧିକ ରହିଛି। ୨୦୧୯-୨୦ ବଜେଟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ଥିଲା। ଏଥିରେ ପ୍ରଶାସନିକ ଖର୍ଚ୍ଚ ୬୫ ହଜାର ୬୫୫ କୋଟି ଟଙ୍କା, ବିଭିନ୍ନ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ୭୪ ହଜାର, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ୩,୨୦୦ କୋଟି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୭,୧୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟରେ ଆକଳନ କରାଯାଇଥିବା ବ୍ୟୟ ୮୩ ପ୍ରତିଶତ ରାଜସ୍ବରୁ ଏବଂ ୧୭ ପ୍ରତିଶତ ପୁଞ୍ଜି ପ୍ରାପ୍ତିରୁ ସଂଗ୍ରହ କରିବେ ବୋଲି ସରକାର ଆକଳନ କରିଛନ୍ତି। ରାଜସ୍ବରୁ ୧,୨୪,୩୦୦ କୋଟି ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖାଯାଇଥିବାବେଳେ ରାଜ୍ୟ ସରକାରଙ୍କ ନିଜସ୍ବ ଟିକସ ଓ ଅଣ ଟିକସ ବାବଦକୁ ୫୬ ହଜାର କୋଟି, କେନ୍ଦ୍ରୀୟ ଅନୁଦାନ ବାବଦରେ ୬୮ ହଜାର ୩୦୦ କୋଟି ଟଙ୍କା ସଂଗ୍ରହ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କେନ୍ଦ୍ରୀୟ ଟିକସ ଓ ନିଜସ୍ବ ଟିକସକୁ ଯଥାକ୍ରମେ ୪୫ ଓ ୫୫ ପ୍ରତିଶତ ଧରାଯାଇଛି । ୨୦୨୦-୨୧ରେ ବିତ୍ତୀୟ ନିଅଣ୍ଟ ୧୭,୮୭୮ କୋଟି ଅର୍ଥାତ୍‌ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ୩% ଆକଳନ କରାଯାଇଛି। ଚଳିତ ବଜେଟରେ ରାଜସ୍ବ ବଳକା ୯,୫୦୯.୦୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ରାଜସ୍ବ ବଳକା ଜିଏସ୍‌ଡିପିର ୧.୫୯% ଆକଳନ କରାଯାଇଥିବାରୁ ଏହା ଫାଇନାନ୍ସିଆଲ୍‌ ରେସ୍ପନ୍‌ସିବିଲିଟି ଆଣ୍ଡ ବଜେଟ ମ୍ୟାନେଜମେଣ୍ଟ(ଏଫ୍‌ଆରବିଏମ୍‌)ର ଶୂନ୍ୟ ରାଜସ୍ବ ନିଅଣ୍ଟ ଲକ୍ଷ୍ୟକୁ ହାସଲ କରିପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ଋଣ ଭାର ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜିଏସ୍‌ଡିପିର ୧୮.୯୯ ପ୍ରତିଶତ ଅର୍ଥାତ ଏଫ୍‌ଆରବିଏମ୍‌ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୨୫% ସୀମା ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ୨୦୧୮-୧୯ରେ ରାଜ୍ୟର ଅଭିବୃଦ୍ଧି ୭.୯ % ଥିବା ବେଳେ ୬.୧୬%କୁ ହ୍ରାସ ପାଇଛି। ତେବେ ନୂଆ ବଜେଟରେ ରାଜ୍ୟ ଅଭିବୃଦ୍ଧି ହାର ୭ରୁ ୭.୫ % ରହିବା ନେଇ ଲକ୍ଷ୍ୟ ରଖାଯାଇଛି। ଆର୍ଥିକ ମାନ୍ଦବାସ୍ଥା ସତ୍ତ୍ୱେ ଜାତୀୟ ହାର ଠାରୁ ରାଜ୍ୟର ଅଭିବୃଦ୍ଧି ୧ରୁ ୨% ରହିବ। ବଜେଟ ବ୍ୟତୀତ ସରକାର ଓଡିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ(ଓମ୍ବାଡକ୍‌) ପାଣ୍ଠିରୁ ୨ ହଜାର ୧୪୮ କୋଟି ଏବଂ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରୁ ୩ ହଜାର ୨୧୯ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।
ପ୍ରଥମଥର ଲାଗି ସରକାର କାଗଜବିହୀନ ବଜେଟ ଆଣିଛନ୍ତି। ଇ-ବଜେଟ ଦ୍ୱାରା ୭୫ ଲକ୍ଷ ଫର୍ଦ୍ଦ କାଗଜ ବ୍ୟବହାର ହ୍ରାସ କରି ୧ ହଜାର ବୃକ୍ଷ ଛେଦନକୁ ରୋକାଯାଇ ପାରିଛି ବୋଲି ଅର୍ଥମନ୍ତ୍ରୀ କହିିଛନ୍ତି। ବଜେଟ ପଢ଼ିବା ପାଇଁ ପୁସ୍ତକ ଦେବା ବଦଳରେ ବିଧାୟକମାନଙ୍କୁ ଆଇପ୍ୟାଡ୍‌ ବଣ୍ଟନ କରାଯାଇଛି। ଏହାଛଡା ବଜେଟକୁ ନୂତନ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବଜେଟ ପାଇଁ ଏକ ସ୍ବତନ୍ତ୍ର ମୋବାଇଲ ଆପ୍‌ ପ୍ରସ୍ତୁତ କରାଯାଇଛି। ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍‌ ଷ୍ଟୋରରେ ମଧ୍ୟ ଏହି ବଜେଟ ଉପଲବ୍ଧ । ମୋବାଇଲ ଆପ୍‌ ସହଜରେ ଉପଲବ୍ଧ ହେବା ଲାଗି ‘କ୍ୟୁଆର’ କୋଡ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ପିଲାମାନଙ୍କର ସ୍ବାସ୍ଥ୍ୟକୁ ଧ୍ୟାନରେ ରଖାଯାଇ ଦେଶର ପ୍ରଥମ ରାଜ୍ୟ ଭାବେ ପୋଷଣ ବଜେଟ ଏବଂ ପରିବର୍ତ୍ତିତ ଜଳବାୟୁକୁ ମୁକାବିଲା କରିବା ସକାଶେ ଜଳବାୟୁ କୋଡ୍‌ ବଜେଟ ଡକ୍ୟୁମେଣ୍ଟ ଆରମ୍ଭ କରାଯାଇଛି। ବଜେଟର ଗୁରୁତ୍ୱ ବୃଦ୍ଧି ପାଇଁ ଷ୍ଟ୍ରାଟେଜିକ୍‌ ବଜେଟ ପଦ୍ଧତି ଆରମ୍ଭ କରାଯାଇଛି। ବଜେଟର ସମସ୍ତ ତଥ୍ୟ ଏକ୍ସେଲ ଫର୍ମାଟରେ ରହିଛି ବୋଲି ଅର୍ଥମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।
ବଜେଟରେ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା ପାଇଁ ୭,୭୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବାବେଳେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୨,୬୩୧ କୋଟି, କୃଷି ଓ କୃଷକ କଲ୍ୟାଣ ପାଇଁ ୧୯ ହଜାର ୪୦୮ କୋଟି, ଜଳସେଚନ ପାଇଁ ୧,୮୧୧ କୋଟି, ପାନୀୟ ଜଳ ପାଇଁ ୮ ହଜାର କୋଟି, ଶିଳ୍ପ ପାଇଁ ୫୭୫ କୋଟି, ଭତ୍ତିଭୂମିର ବିକାଶ ଲାଗି ୨,୨୭୨ କୋଟି, ସାମାଜିକ ନିରାପତ୍ତା ସକାଶେ ୩,୦୨୪ କୋଟି, ଖାଦ୍ୟ ନିରାପତ୍ତା ନିମନ୍ତେ ୬୩୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିପରି ଏସସି/ଏସଟି, ପଛୁଆ ବର୍ଗଙ୍କ ବିକାଶ ଲାଗି ୨୩,୮୦୮ କୋଟି, ଗ୍ରାମାଞ୍ଚଳ ପାଇଁ ୩,୯୬୨ କୋଟି, ସହରାଞ୍ଚଳ ସକାଶେ ୬,୧୮୦ କୋଟି, ପର୍ଯ୍ୟଟନ ପାଇଁ ୬୯୫, ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୩,୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନୂଆ ବଜେଟରେ ସରକାର ‘ଅବଢ଼ା’ ଯୋଜନା ପାଇଁ ୩ ହଜାର ୨୦୮ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ଅବଢ଼ା ଯୋଜନାରେ ୬୯୫ କୋଟି ଟଙ୍କାର ବ୍ୟବସ୍ଥା ରହିଛି।
ରାଜ୍ୟରେ କୌଣସି ଶିଶୁ କୁ-ପୋଷଣର ଶିକାର ହେବେ ନାହିଁ। ସେଥିପାଇଁ ରାଜ୍ୟ ସରକାର ପ୍ରଥମ ଥର ଲାଗି ପୋଷଣ ବଜେଟ (ନ୍ୟୁଟ୍ରିଶନ ବଜେଟ) ଆଣିଛନ୍ତି। ଏଥିପାଇଁ ସରକାର ୫ ହଜାର ୨୧୦ କୋଟି ଏବଂ ପୁଷ୍ଟି ସମ୍ବେଦନଶୀଳ ଯୋଜନା ପାଇଁ ୨୩ ହଜାର ୭୫୪ କୋଟି ଟଙ୍କା ବଜେଟରେ ବରାଦ କରିଛନ୍ତି। ଗ୍ରାମାଞ୍ଚଳ ଲୋକଙ୍କୁ ଠିକ୍‌ ସମୟରେ ମଜୁରୀ ଦେବାକୁ ସରକାର ଏମ୍‌ଜିଏନଆରଇଜିଏ ଅଧୀନରେ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତିରାଜ ସଂସ୍ଥାକୁ ପଞ୍ଚଦଶ ଅର୍ଥ କମିଶନରେ ୨,୨୫୮ କୋଟି ଏବଂ ରାଜ୍ୟର ପଞ୍ଚମ ଅର୍ଥ କମିଶନରେ ୨,୬୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିପଦ ବେଳେ ସହାୟତା ପାଇଁ ରାଜ୍ୟ ସରକାର ପ୍ରଥମ ଥର ଲାଗି ଏମରଜେନ୍ସି ରେଶପନ୍ସ ସପୋର୍ଟ ସିଷ୍ଟମ୍‌ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିସକାଶେ ଜରୁରିକାଳୀନ ଟେଲିଫୋନ ନମ୍ବର ୧୧୨ ବ୍ୟବସ୍ଥା କରାଯିବ। ଏଥିପାଇଁ ୨ ବର୍ଷରେ ୧୫୭ କୋଟି ଟଙ୍କା ଖର୍ଚ୍ଚ ହେବ। ବଜେଟରେ ଏଥିପାଇଁ ୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟରେ ୨୪ଟି ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର ଅଦାଲତ ଏବଂ ୨୧ଟି ଅସ୍ଥାୟୀ ଫାଷ୍ଟ ଟ୍ରାକ୍‌ କୋର୍ଟ ଖୋଲିବ । ଏଥ୍‌ତ୍ପାଇଁ ୩୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ-୨୦୨୦ ପାଇଁ ୭୦ କୋଟି, ଇକୋ-ଟୁରିଜମ ପାଇଁ ୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ପର୍ଯ୍ୟଟନର ବିକାଶ ପାଇଁ ଇଣ୍ଡିଆ ବେଷ୍ଟ କେପ୍ଟ ସିକ୍ରେଟ ବ୍ୟବସ୍ଥା ଏବଂ ନୂତନ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri