କୂଳ ଲଙ୍ଘୁଛି ଜନନୀ ଯନ୍ତ୍ରଣା: ଖଟିଆରେ ୪ କି.ମି. ବୁହାହେଲେ ଗର୍ଭବତୀ ମା’, ପାହାଡରେ ଜନ୍ମଦେଲେ ଶିଶୁକନ୍ୟା

ନୂଆପଡା ଅଫିସ/ଖଡିଆଳ,୨ା୭: ଶିଶୁ, ମାତୃ ମୃତ୍ୟୁହାର କମାଇବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିସକାଶେ ଆନୁଷ୍ଠାନିକ ପ୍ରସବ ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି । ହେଲେ ନୂଆପଡ଼ା ଜିଲା ସଦର ମହକୁମାଠାରୁ ୮୦ କି.ମି. ଦୂର ଦୁର୍ଗମ ପାହାଡ ମଧ୍ୟରେ ଥିବା ରାନିମୁଣ୍ଡା ଗ୍ରାମପଞ୍ଚାୟତ ସମାଡପଦର ଗାଁରେ ଏହି ଯୋଜନାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାକୁ ଜନନୀ ସୁରକ୍ଷା ଗାଡି ନ ପହଞ୍ଚତ୍ବାରୁ ଗର୍ଭବତୀ ମହିଳାଙ୍କୁ ଦୀର୍ଘ ୪ କି.ମି. ପଥ ଖଟିଆରେ ବୋହି ଆଣୁଥିବା ସମୟରେ ଏକ ଗଛମୂଳେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଏଭଳି ଘଟଣା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଗାଁର ମୁକେଶ ମାଝି (୩୨)ଙ୍କ ସ୍ତ୍ରୀ ପ୍ରମିଳା(୨୭)ଙ୍କୁ ସୋମବାର ରାତିରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ସେ ଜନନୀ ସୁରକ୍ଷା ଗାଡିକୁ ଯୋଗାଯୋଗ କରିଥିଲେ। ହେଲେ ଗାଡ଼ି ଆସିଲା ନାହିଁ । ନାଁ ଆଶା ନା ଅଙ୍ଗନୱାଡି କର୍ମୀଙ୍କ ମଧ୍ୟ ଦେଖା ମିଳି ନ ଥିଲା। ସକାଳ ଯାଏଁ ଅପେକ୍ଷା କରିବା ପରେ ୭/୮ଜଣ ଲୋକ ପ୍ରମିଳାଙ୍କୁ ଏକ ଖଟିଆରେ ଆବଡାଖାବଡା ରାସ୍ତାରେ ମୁଣ୍ଡ ଉପରେ ଛତା ଦେଇ ଦୀର୍ଘ ୪ କି.ମି. ଦୂର ବୋହି ଆଣିଥିଲେ । ପାହାଡ ତଳେ ଠିକ ପହଞ୍ଚତ୍ବାବେଳକୁ କନ୍ୟା ଶିଶୁଟି ଜନ୍ମ ନେଲା । ତଥାପି ସେଠାରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଗାଡି ନ ଆସିବାରୁ ବାଧ୍ୟ ହୋଇ ମା’ ଓ ଶିଶୁଙ୍କୁ ଗାଁକୁ ନେଇଯାଇଥିଲେ। ଏ ବିଷୟରେ ସିଡିଏମଓ ଡା.ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକଙ୍କୁ ପଚାରିବା ତାଙ୍କ ପାଖରେ ଏଭଳି ଖବର ନାହିଁ । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତିରେ ଆମେରିକା ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବ କି? ଟ୍ରମ୍ପଙ୍କ ବଡ଼ ଚେତାବନୀ

ଓ୍ବାଶିଂଟନ,୧୧।୬: ଆମେରିକା ଇରାନ ଉପରେ ଆକ୍ରମଣ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଜି ରାତି, ଜୁନ ୧୧ରେ…

ଆଳୁ ଖୋଳୁଖୋଳୁ ମହାଦେବ…ବାଇକ୍-ମୋବାଇଲ୍ ବନ୍ଧକ ରଖି କରୁଥିଲେ ସୁଧ କାରବାର, ଘରୁ ଯାହା ବାହାରିଲା ପୋଲିସ ଦେଖି…

ମୋହନା,୧୧।୬(ମନ୍ମଥ ମିଶ୍ର): ବାଇକ, ଘର ପଟା ଓ ମୋବାଇଲ୍ ବନ୍ଧକ୍ ରଖି ବେଆଇନ୍ ରୁଣ କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଅଡବା ପୋଲିସ ।…

ପୁଣି ହୃଦୟ ଜିତିଲେ ବୈଭବ ସୂର୍ଯବଂଶୀ, କିମ୍ବଦନ୍ତୀ କ୍ରିକେଟରମାନେ ଯାହା କହିଲେ ତାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୧।୬: ୨୦୨୬ ତ୍ରିରାଷ୍ଟ୍ରୀୟ A-ସିରିଜର ଏକ ଦୁର୍ବଳ ଆରମ୍ଭ ପରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଫର୍ମ ଫେରି ପାଇଛନ୍ତି। ଡାମ୍ବୁଲାରେ ଆଫଗାନିସ୍ତାନ A ବିପକ୍ଷରେ ଭାରତ A…

ଗେଦେ ବଂଶର ତୃତୀୟତମ ସମ୍ମିଳନୀ, ନିଜ ବଂଶଧର ଲୋକଙ୍କୁ ଚିହ୍ନିବା ପାଇଁ….

ଦାରିଙ୍ଗବାଡି,୧୧।୬(ଅରୁଣ ସାହୁ): ନିଜ ବଂଶଧର ଲୋକଙ୍କ ସହ ଯୋଡି ହେବା ସେମାନଙ୍କୁ ଚିହ୍ନିବା ଓ ଜାଣିବା ପାଇଁ ଏକ ପ୍ରୟାସ କରୁଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ମମତା ବାନାର୍ଜୀଙ୍କୁ ବଡ଼ ଝଟକା; ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ପ୍ରତିକ୍ରିୟା

କୋଲକାତା,୧୧।୬: ବିଧାନସଭାରେ ବିରୋଧୀ ଦଳ ନେତା (LoP) ପଦବୀକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ବିବାଦ ଦେଖାଦେଇଛି। କଲିକତା ହାଇକୋର୍ଟ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ…

କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଏଣ୍ଟ୍ରି ମାରିଲାଣି ଚାଇନ, ଦେଉଛି ଏମିତି ଉପଦେଶ

ବେଜିଂ,୧୧।୬: ଆମେରିକା ଦ୍ୱାରା ଇରାନ ଉପରେ ପୁନଃ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଏକ ବଡ଼ ସଙ୍କଟ ଦ୍ୱାରା ଆକ୍ରାନ୍ତ ହୋଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଇରାନ ଉପରେ ଆମେରିକାର ଆକ୍ରମଣ ଯୋଗୁ ଖରାପ ହେଉଛି ମଧ୍ୟପ୍ରାଚ୍ୟ ପରିସ୍ଥିତି; ଜୁନ ୧୬ରେ ଫ୍ରାନ୍ସରେ ଏକାଠି ହେବେ G-7 ରାଷ୍ଟ୍ର

ପ୍ୟାରିସ,୧୧।୬: ଜୁନ ୧୬ରେ G7 ଶିଖର ସମ୍ମିଳନୀ ସମୟରେ ମଧ୍ୟପ୍ରାଚ୍ୟ ପରିସ୍ଥିତି ସମ୍ପର୍କରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହେବ। ଫ୍ରାନ୍ସ ଏହି ବିଶେଷ ଅଧିବେଶନକୁ UAE,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri