କୂଳ ଛାଡ଼ିଲା ମାଲେସିଆ ଜାହାଜ

ବ୍ରହ୍ମଗିରି,୧୬ା୯(ଡି.ଏନ୍‌.ଏ.) : ବହୁ ପରିଶ୍ରମ ପରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାଜହଂସ କୂଳରେ ଲାଗିଥିବା ମାଲେସିଆ ଜାହାଜ ଜିନ୍‌ ହ୍ବା କୂଳ ଛାଡ଼ିଛି। ଏହାକୁ ଉଦ୍ଧାର କରିବା ପାଇଁ ଶନିବାର ପହଞ୍ଚତ୍ଥିବା ଏମ୍‌ଭି ଚିତା ନାମକ ଜାହାଜ ସାହଯ୍ୟରେ ରବିବାର ରାତି ୯ଟା ୩୦ରେ ଜିନ୍‌ ହ୍ବାକୁ ସମୁଦ୍ର ମଧ୍ୟକୁ ନିଆଯାଇଥିବା ଜଣାପଡ଼ିଛି। ରବିବାର ସକାଳୁ ଏହି ଜାହାଜଟି ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା। ଏମ୍‌ଭି ଚିତା ଉପକୂଳଠାରୁ ପ୍ରାୟ ଦେଢ କିଲୋମିଟର ଗଭୀର ସମୁଦ୍ରରେ ରହି ଚେନ ସାହାଯ୍ୟରେ ଭିଡିବା ପାଇଁ ଚେଷ୍ଟା କରିଥିଲା। ମାତ୍ର ଜିନ ହ୍ବା ବାଲିରେ ପୋତି ହୋଇଯାଇଥିବାରୁ ଏହାକୁ ଟାଣିବା ସମ୍ଭବପର ହୋଇ ନ ଥିଲା। ଜାହାଜକୁ ଉପକୂଳରୁ ଘୁଞ୍ଚାଇବା ପାଇଁ ଜେସିବି ସାହାଯ୍ୟରେ ବାଲି କଢା ଯାଇଥିଲେ ମଧ୍ୟ ବାରମ୍ବାର ବାଲି ଧସି ଆସି ଜାହାଜ ସହ ଲାଖି ଯାଉଥିଲା। ଶେଷରେ ମାଲେସିଆରୁ ଆସିଥିବା ୮ଜଣିଆ ଟିମ୍‌ ଜାହାଜକୁ କାଢ଼ିବାରେ ସଫଳ ହୋଇଥିଲେ।
ମାଲେସିଆର ଜିନ ହ୍ବା ଜାହାଜ ଗତ ମାସ ୮ ତାରିଖରେ ବୈଷୟିକ ତୃଟି ଯୋଗୁ ରାଜହଂସ ନିକଟରେ ଲାଗିଥିଲା। ଏହାର କଣ୍ଟେନରଟି ଅଲଗା ହୋଇ ସମୁଦ୍ର ଜୁଆର ମାଡରେ କ୍ଷତିଗ୍ରସ୍ତ ହୋଇ ଓଲଟି ପଡିଥିଲା। ଜାହାଜରେ ଭରିରହିଥିବା ତେଲ ଚିଲିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଇବାର ଆଶଙ୍କା କରି ଏହାକୁ ତୁରନ୍ତ ନେବା ପାଇଁ ପ୍ରଶାସନ ତରଫରୁ ଜାହାଜର ମାଲିକଙ୍କୁ ନୋଟିସ କରାଯାଇଥିଲା। ପରବର୍ତ୍ତି ସମୟରେ ଏହି ଜାହାଜରେ ଥିବା ତେଲକୁ ପ୍ରଶାସନ ତରଫରୁ କଢାଯାଇଥିଲା। ତେଲ କଢା ଯିବାର ସାତ ଦିନ ମଧ୍ୟରେ ଜାହାଜଟିକୁ ଉପକୂଳରୁ ନେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri