କୁଦାହୁଡ଼ାଙ୍ଗ ଜଙ୍ଗଲରେ ମାଈହାତୀ ମୃତ

ନୂଆଗାଁ, ୯ା୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସୀମାନ୍ତ ବିଶ୍ରା ବନାଞ୍ଚଳ ନୂଆଗାଁ ବ୍ଲକ ଚିତାପେଡି ପଞ୍ଚାୟତ ଅନ୍ତର୍ଗତ କୁଦାହୁଡାଙ୍ଗ ଜଙ୍ଗଲରେ ବୁଧବାର ଏକ ମାଈ ହାତୀର ମୃତଦେହ ମିଳିଛି। ହାତୀକୁ କେହି ମାରି ଦେଇଛନ୍ତି ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି। ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ ବୋଲି ବିଶ୍ରା ବନ ବିଭାଗ ପକ୍ଷରୁ କୁହାଯାଇଛି।
ଗତ ୩ ଦିନ ତଳେ ସୁନ୍ଦରଗଡ଼ ଜିଲା ସୀମାନ୍ତ ରୁଙ୍ଘି ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିଲା। ଏହି ଘଟଣା ଝାଡ଼ଖଣ୍ଡ ଅଞ୍ଚଳରେ ଘଟିଥିବାରୁ ଝାଡ଼ଖଣ୍ଡ ବନବିଭାଗ ଏହାର ବ୍ୟବଚ୍ଛେଦ କରିଥିଲା। ବିଶ୍ରା ବନବିଭାଗ ମଧ୍ୟ ସେଠାକୁ ଯାଇ ଘଟଣାର ତଦନ୍ତ କରିଥିଲେ। ହେଲେ ଉକ୍ତ ହାତୀକୁ କେହି ଦୁର୍ବୃତ୍ତ ମାରିଥିଲେ ନା ନାହଁ ସ୍ପଷ୍ଟ ସୂଚନା ବନବିଭାଗ ତରଫରୁ ମିଳି ନ ଥିଲା । ଏପରିକି ବିଷାକ୍ତ ଖାଦ୍ୟ ହାତୀ ମୃତ୍ୟୁର କାରଣ ବି ହୋଇପାରେ ବୋଲି ସେତେବେଳେ ବିଶ୍ରା ବନବିଭାଗ ପକ୍ଷରୁ କୁହାଯାଇଥିଲା। ଉକ୍ତ ଘଟଣାର ୩ ଦିନ ପରେ ପୁଣି ବୁଧବାର ସୀମାବର୍ତ୍ତୀ କୁଦାହୁଡାଙ୍ଗ ଜଙ୍ଗଲରେ ଆଉ ଏକ ମାଈ ହାତୀ ମରିପଡିଥିବା ଗାଁ ଲୋକେ ଦେଖିଥିଲେ ଓ ବିଶ୍ରା ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ପାନପୋଷ ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ, ଏସିଏଫ୍‌ ଦିଲୀପ କୁମାର ସାହୁ, ବିଶ୍ରା ରେଞ୍ଜର ମାଣିକେଶ୍ୱରୀ ହାଁସଦା, ଡେପୁଟି ରେଞ୍ଜର ମନୋଜ ଡିଗା ପ୍ରମୁଖ କୁଦାହୁଡାଙ୍ଗ ଜଙ୍ଗଲରେ ପହଞ୍ଚତ୍ ଘଟଣାର ତଦନ୍ତ କରୁଛନ୍ତି। ବନବିଭାଗ କହିବାନୁଯାୟୀ ମୃତ ହାତୀର କୌଣସି ସ୍ଥାନରେ କ୍ଷତଚିହ୍ନ ନାହିଁ। ତେଣୁ ତାକୁ କେହି ମାରିଛନ୍ତି ବୋଲି କହି ହେଉନାହିଁ। ଅନ୍ୟପକ୍ଷରେ ଗତ ୩ ଦିନ ଅନ୍ତରରେ ୨ କିଲୋମିଟର ବ୍ୟବଧାନରେ ୨ଟି ହାତୀର ମୃତ୍ୟୁ ଘଟଣା ନିଶ୍ଚିତ ଭାବେ ଉଦ୍‌ବେଗର ବିଷୟ। କିଛିମାସ ହେବ ଓଡ଼ିଶା ସୀମାନ୍ତ ଗାଁ କୁଦାହୁଡାଙ୍ଗ, ଲୋଆରମ, ଯୋକେତା, ସୋରଡା ଆଦିରେ ଝାଡ଼ଖଣ୍ଡ ହାତୀପଲ ରାତିରେ ପଶି ଧନଜୀବନ ନଷ୍ଟ କରୁଛନ୍ତି। ଲୋକେ ଏକ ପ୍ରକାର ମାନସିକ ସ୍ତରରେ ହାତୀପ୍ରତି କଠୋର ନୀତି ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି। ଫଳସ୍ବରୂପ ହାତୀମାନଙ୍କୁ ସେମାନେ ଆକ୍ରମଣ ମଧ୍ୟ କରୁଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri