କୁଆପଥର ମାଡ଼ରେ ଫସଲ ନଷ୍ଟ: କ୍ଷୟକ୍ଷତି ଆକଳନ କଲା ପ୍ରଶାସନ

ଦଶମନ୍ତପୁର,୧୪ା୫( ଡି.ଏନ୍‌.ଏ. ) -କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ଗତ କୁଆପଥର ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପ୍ରଶାସନ ପହଞ୍ଚତ୍ଛି। ଏଥିରେ ଚାଷୀଙ୍କ ଖାଦ୍ୟଶସ୍ୟ ସହ ବହୁ ପରିମାଣରେ ପନିପରିବା କ୍ଷତି ହୋଇଛି। ଅନେକ ଆଶା ନେଇ ଉକ୍ତ ଅଞ୍ଚଳର ଚାଷୀ ଖରାଦିନିଆ ଧାନ,ଫଲକୋବି, ବାଇଗଣ, ଟମାଟୋ, ଲଙ୍କାମରିଚ ଼ଆଦି ଚାଷ କରିଥିଲେ। ମାତ୍ର ଗତ ସୋମବାର ହୋଇଥିବା ବର୍ଷା ଓ କୁଆପଥର ମାଡ଼ରେ ପ୍ରଚୁର ପରିମାଣରେ ସେମାନଙ୍କ ଫସଲ କ୍ଷତି ହୋଇଛି। ତହସିଲଦାର ଅଜୟ ପ୍ରକାଶ ତିର୍କୀ, ଆର୍‌ଆଇ ଅନୁପ କୁମାର ନାଗ, ସହକାରୀ ଆର୍‌ଆଇ ଦେବୀପ୍ରସାଦ ତ୍ରିପାଠୀ ଏବଂ କୃଷି ବିଭାଗ କର୍ମଚାରୀଙ୍କ ସହ ଦଶରଥପୁର ପଞ୍ଚାୟତର ମାଣ୍ଡିଆଗୁଡ଼ା, ବାଘଚେମା ମୌଜାର ବଦଳିକୁଡୁମା ଗ୍ରାମର ଚାଷୀଙ୍କ ନିକଟରେ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି। ମାଣ୍ଡିଆଗୁଡ଼ା ଗ୍ରାମର ଚାଷୀ ଧରମା ସାଉନ୍ତାଙ୍କ ସହ ଅନ୍ୟମାନଙ୍କୁ ଭେଟି ସେମାନଙ୍କ ଚାଷ ସମ୍ପର୍କରେ ପଚାରି ବୁଝିଛନ୍ତି। ବଦଳିକୁଡୁମା ଗ୍ରାମର କ୍ଷତିଗ୍ରସ୍ତ ୫୨ ଜଣ ଚ଼ାଷୀଙ୍କ ଚାଷଜମିକୁ ଯାଇ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇଛି। ଏହି ସମୟରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ତିର୍କୀ କହିଛନ୍ତି ଯେ, ବ୍ଲକର ୧୬ଟି ପଞ୍ଚାୟତରେ କ୍ଷୟକ୍ଷତି ଆକଳନକରି ରିପୋର୍ଟ ଦେବା ପାଇଁ ମୁଁ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଛି। ଆକଳନ ପରେ ଚ଼ାଷୀ କ୍ଷତିପୂରଣ ପାଇବା ନେଇ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁରରେ ବଡ଼ ଧରଣର ଲୁଟ୍‌

ଜୟପୁର,୧୪ା୧୧(ପବନ ପାଣିଗ୍ରାହୀ)- କୋରାପୁଟ ଜିଲା ଜୟପୁର ସହରରେ ଜଣକ ଘର ଭିତରେ ପଶି ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ୧୮ ଲକ୍ଷ…

ଦେଶ ବଞ୍ଚାଅ, ଅରାଜକତା ହଟାଅ ନାରାରେ ଭାଜପାର ବିଶାଳ ଶୋଭାଯାତ୍ରା

କୋରାପୁଟ,୧୪ା୧୧(ଅମିତାଭ ବେହେରା): ‘ଦେଶ ବଞ୍ଚାଅ, ଅରାଜକତା ହଟାଅ’ ନାରା ଦେଇ କୋରାପୁଟ ଜିଲା ଭାଜପା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲାର ସମସ୍ତ ବ୍ଲକ୍‌ରୁ…

‘ସମାହିତା ସେଣ୍ଟର ଉଦ୍‌ଘାଟିତ୍‌, ଉପକୃତ ହେବେ ଦିବ୍ୟାଙ୍ଗ, ଗ୍ରାମବାସୀ

କୋରାପୁଟ,୧୨।୧୧(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ‘ସମାହିତା’ ପ୍ରକଳ୍ପ ଅଧୀନରେ ରିସୋର୍ସ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ୟୁରୋପୀୟ ୟୁନିୟନ ସହଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?