ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଦିନକୁ ଦିନ ବଢ଼ିବାରେ ଲାଗିଛି ଆତ୍ମହତ୍ୟା ଘଟଣା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟାନୁଯାୟୀ ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆମତ୍ହତ୍ୟା ଉଦ୍ୟମ କରୁଛନ୍ତି। ତେବେ ସବୁଠାରୁ ଦୁର୍ଭାଗ୍ୟଜନକ ବିଷୟ ହେଲା, ଆମତ୍ହତ୍ୟା ଉଦ୍ୟମ କରୁଥିବା ବା ଆମତ୍ହତ୍ୟା କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ କିଶୋର ବା କିଶୋରୀ ଅଟନ୍ତି। ସାମାନ୍ୟ ମାନସିକ ଚାପକୁ ପ୍ରତିହତ କରି ନ ପାରି ସେମାନେ ଆମତ୍ହତ୍ୟା ଭଳି ପନ୍ଥା ଆପଣାଇ ନେଉଛନ୍ତି। ଅଭିଭାବକମାନେ ନିଜ ପିଲାଙ୍କ ପ୍ରତିଟି ଆବଶ୍ୟକତା ପୂରଣ କରୁଥିବାରୁ ସେମାନେ ମାନସିକ ଚାପ ପରିଚାଳନା କରିବା ଦକ୍ଷତା ହାସଲ କରିପାରୁନାହାନ୍ତି। ଫଳରେ କିଶୋରାବସ୍ଥାରେ ସାମାନ୍ୟ ଅବସାଦରୁ ଅନେକ ଆମତ୍ହତ୍ୟା ଭଳି କୁତ୍ସିତ ରାସ୍ତାକୁ ଆପଣାଇ ନେଉଥିବା ଏଠାରେ ମତପ୍ରକାଶ ପାଇଛି।
ସିୱାଇଏସ୍ଡି ଏବଂ ହ୍ବିମାନ୍ କନ୍ଟେସ୍କଟ୍ର ମିଳିତ ଆନୁକୂଲ୍ୟରେ ସିୱାଇଏସ୍ଡି ପରିସରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କଟକସ୍ଥିତ ମେଣ୍ଟାଲ୍ ହେଲ୍ଥ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଡା. ସାରଦା ପ୍ରସନ୍ନ ସ୍ବାଇଁ କହିଥିଲେ, ସକାରାମତ୍କ ଆବେଗ ପୋଷଣ ଓ ନକାରାମତ୍କ ଆବେଗକୁ ନିୟନ୍ତ୍ରଣ କରିପାରିଲେ ଜଣେ ମାନସିକ ଭାବେ ଆମତ୍ହତ୍ୟା ପ୍ରବଣତାକୁ ଦୂରେଇ ଦେଇପାରିବ। କିଶୋରୀ-କିଶୋରମାନଙ୍କୁ ସମଭାବାପନ୍ନ କଥାବାର୍ତ୍ତା ଓ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ମାଧ୍ୟମରେ ସେମାନଙ୍କ ମନ କଥା ଜାଣିବା ପାଇଁ ଅଭିଭାବକମାନେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ଡା. ସ୍ବାଇଁ କହିଥିଲେ। ସେହିଭଳି ପିଲାମାନଙ୍କ ବ୍ୟବହାରରେ ପରିବର୍ତ୍ତନକୁ ନଜର ରଖିବା ଓ ସେମାନଙ୍କ ଭାବନାକୁ ବୁଝି ମାନସିକ ସାନ୍ତ୍ୱନା ଦେଲେ ଅନେକାଂଶରେ ଆମତ୍ହତ୍ୟାକୁ ରୋକାଯାଇ ପାରିବ ବୋଲି ଡା. ଶୁଭେନ୍ଦୁ ମିଶ୍ର ମତବ୍ୟକ୍ତ କରିଥିଲେ। ମାନମ୍ ଫାଉଣ୍ଡେଶନ୍ର ପ୍ରତିଷ୍ଠାତା ଅନୁରାଧା ମହାପାତ୍ର ସାମାଜିକ ଗଣମାଧ୍ୟମ ଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ବିଗତ ତିନି ଦଶନ୍ଧିରେ ଆମେ ବିଜ୍ଞାନ ଓ ଜ୍ଞାନକୌଶଳରେ ଅନେକ ଅଗ୍ରଗତି କରିଥିବାବେଳେ ମସ୍ତିଷ୍କର କୋଷ, କଣିକା, ଡିଏନ୍ଏ ଆଦିରେ ଅନେକ ଗବେଷଣା କରାଯାଇଛି। ମାତ୍ର ମନର ବିଚଳତା ଓ ରହସ୍ୟ ଖୋଜିବାରେ ଆମକୁ ଆହୁରି ଗବେଷଣାର ଆବଶ୍ୟକତା ରହିଛି। ଏଭଳିିସ୍ଥଳେ ମନର ରହସ୍ୟକୁ ବୁଝିବା ଓ ଏହାର ସାଙ୍କେତିକ ବ୍ୟବହାରକୁ ଜାଣି ପାରିଲେ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଅଣାଯାଇ ପାରିବ ବୋଲି ସିୱାଇଏସ୍ଡି ସହପ୍ରତିଷ୍ଠାତା ଜଗଦାନନ୍ଦ କହିଥିଲେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର୍ ସଚ୍ଚିଦାନନ୍ଦ ମହାନ୍ତି, ହ୍ବିମାନ୍ କନ୍ଟେସ୍କଟ୍ର ନିର୍ଦ୍ଦେଶକ ସୁଶ୍ରୀ ମିଶ୍ର, ସନ୍ତୋଷ ମିଶ୍ର ପ୍ରମୁଖ ସକାରାମତ୍କ ଭାବନା ନେଇ ବଞ୍ଚତ୍ବା ଲାଗି ପିଲାଙ୍କୁ ଶିଖାଇବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ସିୱାଇଏସ୍ଡିରେ ଏକ କାଉନ୍ସେଲିଂ ସେଣ୍ଟର୍ ଉଦ୍ଘାଟନ କରାଯାଇଥିଲା।
କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ
ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...
Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍
ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...
ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି
ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...
ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର
ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...
ଟ୍ରାକ୍ଟରକୁ ଧକ୍କାଦେଲା ପିକ୍ନିକ୍ ବସ୍, ୨୦ ଆହତ
ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍ଏଚ୍ ୧୨୬ (A)ରେ ପିକ୍ନିକ୍ ବସ୍...
ପାକିସ୍ତାନୀଙ୍କୁ ଔକାତ୍ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ନକ୍ଭି, ICC ନିକଟରେ କରିବେ ଅଭିଯୋଗ
ନୂଆଦିଲ୍ଲୀ,୨୩।୧୨: ପାକିସ୍ତାନ ୧୯ ବର୍ଷରୁ କମ୍ ଏସିଆ କପ ଫାଇନାଲରେ ଭାରତ ବିପକ୍ଷରେ ବିଜୟୀ ହୋଇଛି। ରବିବାର ମ୍ୟାଚ ସମୟରେ ଦଳର ପରାମର୍ଶଦାତା ସରଫରାଜ ଅହମ୍ମଦ...
ପୋଲିସ ଷ୍ଟେଶନକୁ ଚାଲି ଚାଲି ଗଲେ ମୃତକ, ଯାହାଙ୍କ ୬୧ ଦିନ ପୂର୍ବରୁ ହୋଇଥିଲା ଶେଷକୃତ୍ୟ, ସମ୍ପୂର୍ଣ୍ଣ ଖବର ଜାଣିଲେ…
ରାୟପୁର,୨୩।୧୨: ଛତିଶଗଡ଼ର ଜଶପୁର ଜିଲାରେ ପଞ୍ଜିକୃତ ଏକ ହତ୍ୟା ମାମଲା ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ମୋଡ଼ ନେଇଥିଲା। ମୃତ ବୋଲି ଧରି ଦାହ...
ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ
ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...
Archives


