ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଦିନକୁ ଦିନ ବଢ଼ିବାରେ ଲାଗିଛି ଆତ୍ମହତ୍ୟା ଘଟଣା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟାନୁଯାୟୀ ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆମତ୍ହତ୍ୟା ଉଦ୍ୟମ କରୁଛନ୍ତି। ତେବେ ସବୁଠାରୁ ଦୁର୍ଭାଗ୍ୟଜନକ ବିଷୟ ହେଲା, ଆମତ୍ହତ୍ୟା ଉଦ୍ୟମ କରୁଥିବା ବା ଆମତ୍ହତ୍ୟା କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ କିଶୋର ବା କିଶୋରୀ ଅଟନ୍ତି। ସାମାନ୍ୟ ମାନସିକ ଚାପକୁ ପ୍ରତିହତ କରି ନ ପାରି ସେମାନେ ଆମତ୍ହତ୍ୟା ଭଳି ପନ୍ଥା ଆପଣାଇ ନେଉଛନ୍ତି। ଅଭିଭାବକମାନେ ନିଜ ପିଲାଙ୍କ ପ୍ରତିଟି ଆବଶ୍ୟକତା ପୂରଣ କରୁଥିବାରୁ ସେମାନେ ମାନସିକ ଚାପ ପରିଚାଳନା କରିବା ଦକ୍ଷତା ହାସଲ କରିପାରୁନାହାନ୍ତି। ଫଳରେ କିଶୋରାବସ୍ଥାରେ ସାମାନ୍ୟ ଅବସାଦରୁ ଅନେକ ଆମତ୍ହତ୍ୟା ଭଳି କୁତ୍ସିତ ରାସ୍ତାକୁ ଆପଣାଇ ନେଉଥିବା ଏଠାରେ ମତପ୍ରକାଶ ପାଇଛି।
ସିୱାଇଏସ୍ଡି ଏବଂ ହ୍ବିମାନ୍ କନ୍ଟେସ୍କଟ୍ର ମିଳିତ ଆନୁକୂଲ୍ୟରେ ସିୱାଇଏସ୍ଡି ପରିସରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କଟକସ୍ଥିତ ମେଣ୍ଟାଲ୍ ହେଲ୍ଥ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଡା. ସାରଦା ପ୍ରସନ୍ନ ସ୍ବାଇଁ କହିଥିଲେ, ସକାରାମତ୍କ ଆବେଗ ପୋଷଣ ଓ ନକାରାମତ୍କ ଆବେଗକୁ ନିୟନ୍ତ୍ରଣ କରିପାରିଲେ ଜଣେ ମାନସିକ ଭାବେ ଆମତ୍ହତ୍ୟା ପ୍ରବଣତାକୁ ଦୂରେଇ ଦେଇପାରିବ। କିଶୋରୀ-କିଶୋରମାନଙ୍କୁ ସମଭାବାପନ୍ନ କଥାବାର୍ତ୍ତା ଓ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ମାଧ୍ୟମରେ ସେମାନଙ୍କ ମନ କଥା ଜାଣିବା ପାଇଁ ଅଭିଭାବକମାନେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ଡା. ସ୍ବାଇଁ କହିଥିଲେ। ସେହିଭଳି ପିଲାମାନଙ୍କ ବ୍ୟବହାରରେ ପରିବର୍ତ୍ତନକୁ ନଜର ରଖିବା ଓ ସେମାନଙ୍କ ଭାବନାକୁ ବୁଝି ମାନସିକ ସାନ୍ତ୍ୱନା ଦେଲେ ଅନେକାଂଶରେ ଆମତ୍ହତ୍ୟାକୁ ରୋକାଯାଇ ପାରିବ ବୋଲି ଡା. ଶୁଭେନ୍ଦୁ ମିଶ୍ର ମତବ୍ୟକ୍ତ କରିଥିଲେ। ମାନମ୍ ଫାଉଣ୍ଡେଶନ୍ର ପ୍ରତିଷ୍ଠାତା ଅନୁରାଧା ମହାପାତ୍ର ସାମାଜିକ ଗଣମାଧ୍ୟମ ଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ବିଗତ ତିନି ଦଶନ୍ଧିରେ ଆମେ ବିଜ୍ଞାନ ଓ ଜ୍ଞାନକୌଶଳରେ ଅନେକ ଅଗ୍ରଗତି କରିଥିବାବେଳେ ମସ୍ତିଷ୍କର କୋଷ, କଣିକା, ଡିଏନ୍ଏ ଆଦିରେ ଅନେକ ଗବେଷଣା କରାଯାଇଛି। ମାତ୍ର ମନର ବିଚଳତା ଓ ରହସ୍ୟ ଖୋଜିବାରେ ଆମକୁ ଆହୁରି ଗବେଷଣାର ଆବଶ୍ୟକତା ରହିଛି। ଏଭଳିିସ୍ଥଳେ ମନର ରହସ୍ୟକୁ ବୁଝିବା ଓ ଏହାର ସାଙ୍କେତିକ ବ୍ୟବହାରକୁ ଜାଣି ପାରିଲେ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଅଣାଯାଇ ପାରିବ ବୋଲି ସିୱାଇଏସ୍ଡି ସହପ୍ରତିଷ୍ଠାତା ଜଗଦାନନ୍ଦ କହିଥିଲେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର୍ ସଚ୍ଚିଦାନନ୍ଦ ମହାନ୍ତି, ହ୍ବିମାନ୍ କନ୍ଟେସ୍କଟ୍ର ନିର୍ଦ୍ଦେଶକ ସୁଶ୍ରୀ ମିଶ୍ର, ସନ୍ତୋଷ ମିଶ୍ର ପ୍ରମୁଖ ସକାରାମତ୍କ ଭାବନା ନେଇ ବଞ୍ଚତ୍ବା ଲାଗି ପିଲାଙ୍କୁ ଶିଖାଇବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ସିୱାଇଏସ୍ଡିରେ ଏକ କାଉନ୍ସେଲିଂ ସେଣ୍ଟର୍ ଉଦ୍ଘାଟନ କରାଯାଇଥିଲା।
କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା
ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…
ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ
ଓ୍ବାଶିଂଟନ୍,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…
ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା
ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI) ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି । ଏହି…
ପର୍ପଲ-ଅରେଞ୍ଜ୍ କ୍ୟାପ୍ ରେସ୍ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍ ପରେ…
ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…
ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା
ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…
କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ
ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…
IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…
Archives

