କିଶୋରାବସ୍ଥାରେ ବଢୁଛି ଆତ୍ମହତ୍ୟା

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଦିନକୁ ଦିନ ବଢ଼ିବାରେ ଲାଗିଛି ଆତ୍ମହତ୍ୟା ଘଟଣା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟାନୁଯାୟୀ ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆମତ୍ହତ୍ୟା ଉଦ୍ୟମ କରୁଛନ୍ତି। ତେବେ ସବୁଠାରୁ ଦୁର୍ଭାଗ୍ୟଜନକ ବିଷୟ ହେଲା, ଆମତ୍ହତ୍ୟା ଉଦ୍ୟମ କରୁଥିବା ବା ଆମତ୍ହତ୍ୟା କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ କିଶୋର ବା କିଶୋରୀ ଅଟନ୍ତି। ସାମାନ୍ୟ ମାନସିକ ଚାପକୁ ପ୍ରତିହତ କରି ନ ପାରି ସେମାନେ ଆମତ୍ହତ୍ୟା ଭଳି ପନ୍ଥା ଆପଣାଇ ନେଉଛନ୍ତି। ଅଭିଭାବକମାନେ ନିଜ ପିଲାଙ୍କ ପ୍ରତିଟି ଆବଶ୍ୟକତା ପୂରଣ କରୁଥିବାରୁ ସେମାନେ ମାନସିକ ଚାପ ପରିଚାଳନା କରିବା ଦକ୍ଷତା ହାସଲ କରିପାରୁନାହାନ୍ତି। ଫଳରେ କିଶୋରାବସ୍ଥାରେ ସାମାନ୍ୟ ଅବସାଦରୁ ଅନେକ ଆମତ୍ହତ୍ୟା ଭଳି କୁତ୍ସିତ ରାସ୍ତାକୁ ଆପଣାଇ ନେଉଥିବା ଏଠାରେ ମତପ୍ରକାଶ ପାଇଛି।
ସିୱାଇଏସ୍‌ଡି ଏବଂ ହ୍ବିମାନ୍‌ କନ୍ଟେସ୍କଟ୍‌ର ମିଳିତ ଆନୁକୂଲ୍ୟରେ ସିୱାଇଏସ୍‌ଡି ପରିସରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କଟକସ୍ଥିତ ମେଣ୍ଟାଲ୍‌ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଡା. ସାରଦା ପ୍ରସନ୍ନ ସ୍ବାଇଁ କହିଥିଲେ, ସକାରାମତ୍କ ଆବେଗ ପୋଷଣ ଓ ନକାରାମତ୍କ ଆବେଗକୁ ନିୟନ୍ତ୍ରଣ କରିପାରିଲେ ଜଣେ ମାନସିକ ଭାବେ ଆମତ୍ହତ୍ୟା ପ୍ରବଣତାକୁ ଦୂରେଇ ଦେଇପାରିବ। କିଶୋରୀ-କିଶୋରମାନଙ୍କୁ ସମଭାବାପନ୍ନ କଥାବାର୍ତ୍ତା ଓ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ମାଧ୍ୟମରେ ସେମାନଙ୍କ ମନ କଥା ଜାଣିବା ପାଇଁ ଅଭିଭାବକମାନେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ଡା. ସ୍ବାଇଁ କହିଥିଲେ। ସେହିଭଳି ପିଲାମାନଙ୍କ ବ୍ୟବହାରରେ ପରିବର୍ତ୍ତନକୁ ନଜର ରଖିବା ଓ ସେମାନଙ୍କ ଭାବନାକୁ ବୁଝି ମାନସିକ ସାନ୍ତ୍ୱନା ଦେଲେ ଅନେକାଂଶରେ ଆମତ୍ହତ୍ୟାକୁ ରୋକାଯାଇ ପାରିବ ବୋଲି ଡା. ଶୁଭେନ୍ଦୁ ମିଶ୍ର ମତବ୍ୟକ୍ତ କରିଥିଲେ। ମାନମ୍‌ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ଅନୁରାଧା ମହାପାତ୍ର ସାମାଜିକ ଗଣମାଧ୍ୟମ ଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ବିଗତ ତିନି ଦଶନ୍ଧିରେ ଆମେ ବିଜ୍ଞାନ ଓ ଜ୍ଞାନକୌଶଳରେ ଅନେକ ଅଗ୍ରଗତି କରିଥିବାବେଳେ ମସ୍ତିଷ୍କର କୋଷ, କଣିକା, ଡିଏନ୍‌ଏ ଆଦିରେ ଅନେକ ଗବେଷଣା କରାଯାଇଛି। ମାତ୍ର ମନର ବିଚଳତା ଓ ରହସ୍ୟ ଖୋଜିବାରେ ଆମକୁ ଆହୁରି ଗବେଷଣାର ଆବଶ୍ୟକତା ରହିଛି। ଏଭଳିିସ୍ଥଳେ ମନର ରହସ୍ୟକୁ ବୁଝିବା ଓ ଏହାର ସାଙ୍କେତିକ ବ୍ୟବହାରକୁ ଜାଣି ପାରିଲେ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଅଣାଯାଇ ପାରିବ ବୋଲି ସିୱାଇଏସ୍‌ଡି ସହପ୍ରତିଷ୍ଠାତା ଜଗଦାନନ୍ଦ କହିଥିଲେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର୍‌ ସଚ୍ଚିଦାନନ୍ଦ ମହାନ୍ତି, ହ୍ବିମାନ୍‌ କନ୍ଟେସ୍କଟ୍‌ର ନିର୍ଦ୍ଦେଶକ ସୁଶ୍ରୀ ମିଶ୍ର, ସନ୍ତୋଷ ମିଶ୍ର ପ୍ରମୁଖ ସକାରାମତ୍କ ଭାବନା ନେଇ ବଞ୍ଚତ୍ବା ଲାଗି ପିଲାଙ୍କୁ ଶିଖାଇବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ସିୱାଇଏସ୍‌ଡିରେ ଏକ କାଉନ୍‌ସେଲିଂ ସେଣ୍ଟର୍‌ ଉଦ୍‌ଘାଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri