ବଇଣ୍ଡା,୫।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ଇଲାକାରେ କିଛିଦିନ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୋଲିସ ରାତି ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରୁ ନ ଥିବାରୁ ଅପରାଧ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଏ ନେଇ ଏସ୍ୟୁସିଆଇ (କମ୍ୟୁନିଷ୍ଟ) କିଶୋରନଗର ଶାଖା ପକ୍ଷରୁ ମଙ୍ଗଳବାର ଅନୁଗୋଳ ଏସ୍ପିଙ୍କୁ ଅଭିଯୋଗ କରାଯାଇଛି।
ଏସୟୁସିଆଇ ପକ୍ଷରୁ କୁହାଯାଇଛି, କିଶୋରନଗର ଥାନା ଅଞ୍ଚଳରେ କିଛି ମାସ ହେବ ଅପରାଧ ବୃଦ୍ଧି ପାଉଛି। କିଛିମାସ ତଳେ ଘୋଷର ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ କଟୁରିରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଟଙ୍କା ଲୁଟି ନେଇଥିଲେ। ସେହିପରି ଜାନୁୟାରୀରେ ହିମିତିରା-ଅଙ୍ଗପଡ଼ା ରାସ୍ତାର ହିମିତିରା ନିକଟରେ କେନ୍ଦୁନାଳୀର ଜଣେ ବ୍ୟବସାୟୀଙ୍କୁ ଅଟକାଇ ୬୦ ହଜାର ଟଙ୍କା ଲୁଟ୍ କରାଯାଇଥିଲା। ଶନିବାର ବାମୁରରୁ ଧଉରାପାଲି ଅଭିମୁଖେ ଘରକୁ ଯାଉଥିବାବେଳେ ଖବରଦାତା ଗୌରଚନ୍ଦ୍ର ସାହୁଙ୍କୁ ଆକ୍ରମଣ ସହ ଲୁଟ୍ ଉଦ୍ୟମ ହୋଇଥିଲା। ବାରମ୍ବାର ଲୁଟ୍ ହେଉଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ମଦ ସହ ଡିଜେଲ, ପେଟ୍ରୋଲ ଆଦିର ଚୋରା କାରବାର ବୃଦ୍ଧି ପାଉଛି। ଥାନାରେ ଫୋନ ଅଚଳ ଥିବାବେଳେ ଏହାକୁ ମରାମତି କରାଯାଉ ନାହିଁ। ମାସକୁ ଅଧାଦିନ ଫୋନ ଅଚଳ ରହୁଥିବା ଯୋଗୁ ଚୋରା ବ୍ୟବସାୟୀମାନେ ଖୁଲମ୍ଖୁଲା କୋଇଲା, କାଠ, କେନ୍ଦୁପତ୍ର ଚାଲାଣ କରୁଛନ୍ତି। ତୁରନ୍ତ ଏଥିପ୍ରତି ଅନୁଗୋଳ ଏସ୍ପି ଦୃଷ୍ଟି ଦେଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ତୀର୍ଥବାସୀ ଭୋଇ, ରମଣିରଞ୍ଜନ ପ୍ରଧାନ, ଆଲୋକ ପ୍ରଧାନ, ରଣଜିତ ଲାଲ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ କିଶୋରନଗର ଆଇଆଇସି ପ୍ରତିମା ମାଝିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।
ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…
ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…
ଘରକୁ ଫେରୁଥିବା ବେଳେ ବାଇକ୍କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ
ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…
ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ
ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…
ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…
ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…
ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍
ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…
ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ
ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…
ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…
ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା
ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…
Archives

