କିଙ୍ଗ୍‌ଖାନଙ୍କୁ ହତ୍ୟା ଧମକ ଦେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍‌ ଶାହାରୁଖ ଖାନ ଫିଲ୍ମ‘ପଠାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବକ୍ସ ଅଫିସରେ ‘ପଠାନ’
ଧମାକାଦାର ରେକର୍ଡ କରୁଛି। ଇତି ମଧ୍ୟରେ ଭାଲେଣ୍ଟାଇନ୍‌ ଡେ’ ଅବସରରେ କିଙ୍ଗ୍‌ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟ୍‌ରରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଆସ୍କ ଏସ୍‌ଆର୍‌କେ(#AskSRK)ସେସନ ରଖିଛନ୍ତି। ଯେଉଁଥିରେ ଶାହାରୁଖ ତାଙ୍କ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସିଛନ୍ତି। ଏହି ସମୟ ମଧ୍ୟରେ ଶାହାରୁଖ ଖାନଙ୍କ ଜଣେ ପ୍ରଶଂସକ ଅଭିନେତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଯାହାକୁ ଶାହାରୁଖ ଖାନ ନିଜ ଶୈଳୀରେ ଉତ୍ତର ଦେଇଛନ୍ତି।

ପ୍ରଶଂସକ ପ୍ରଶ୍ନ ପଚାରିଥିଲେ, ସାର୍‌, ଏଥର ଯଦି ରିପ୍ଲାଏ ନ ଆସିଲା, ତେବେ ଆପଣଙ୍କୁ ଫ୍ୟାନ ୨ କରିବାକୁ ପଡିବ। ଏହା ଉପରେ ଶାହରୁଖ ଖାନ ବିଳମ୍ବ ନକରି ଉତ୍ତର ଦେଇ କହିଛନ୍ତି, ମୁଁ କୌଣସି ପ୍ରକାରେ ଫ୍ୟାନ ୨ କରିବି ନାହିଁ, ତୁମେ ଯାହା କରୁଛ କର। ଏହିପରି କିଙ୍ଗ ୍‌ଖାନ ଏହି ଧମକପୂର୍ଣ୍ଣ ପ୍ରଶଂସକଙ୍କୁ ନିରାଶ ନକରି ନିଜ ଶୈଳୀରେ ପ୍ରତିକ୍ରିୟା ଦେଇଛନ୍ତି।

୨୦୧୬ରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନଙ୍କ ଫିଲ୍ମ ‘ଫ୍ୟାନ’ରେ ଗୌରବ ନାମକ ଜଣେ ପ୍ରଶଂସକଙ୍କ କାହାଣୀକୁ ଦର୍ଶାଯାଇଛି, ଯିଏ ଏକ ସମୟରେ ସମସ୍ତ ସୀମା ଅତିକ୍ରମ କରି ସୁପରଷ୍ଟାରଙ୍କ ଜୀବନ ଅନୁସରଣ କରନ୍ତି। ଯଦିଓ ଶାହାରୁଖଙ୍କ ଫିଲ୍ମ ବକ୍ସ ଅଫିସରେ କିଛି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିପାରି ନଥିଲା ଏବଂ ପରେ ଫ୍ଲପ ବୋଲି ପ୍ରମାଣିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri