କିଙ୍ଗ୍‌ଖାନଙ୍କୁ ହତ୍ୟା ଧମକ ଦେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍‌ ଶାହାରୁଖ ଖାନ ଫିଲ୍ମ‘ପଠାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବକ୍ସ ଅଫିସରେ ‘ପଠାନ’
ଧମାକାଦାର ରେକର୍ଡ କରୁଛି। ଇତି ମଧ୍ୟରେ ଭାଲେଣ୍ଟାଇନ୍‌ ଡେ’ ଅବସରରେ କିଙ୍ଗ୍‌ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟ୍‌ରରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଆସ୍କ ଏସ୍‌ଆର୍‌କେ(#AskSRK)ସେସନ ରଖିଛନ୍ତି। ଯେଉଁଥିରେ ଶାହାରୁଖ ତାଙ୍କ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସିଛନ୍ତି। ଏହି ସମୟ ମଧ୍ୟରେ ଶାହାରୁଖ ଖାନଙ୍କ ଜଣେ ପ୍ରଶଂସକ ଅଭିନେତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଯାହାକୁ ଶାହାରୁଖ ଖାନ ନିଜ ଶୈଳୀରେ ଉତ୍ତର ଦେଇଛନ୍ତି।

ପ୍ରଶଂସକ ପ୍ରଶ୍ନ ପଚାରିଥିଲେ, ସାର୍‌, ଏଥର ଯଦି ରିପ୍ଲାଏ ନ ଆସିଲା, ତେବେ ଆପଣଙ୍କୁ ଫ୍ୟାନ ୨ କରିବାକୁ ପଡିବ। ଏହା ଉପରେ ଶାହରୁଖ ଖାନ ବିଳମ୍ବ ନକରି ଉତ୍ତର ଦେଇ କହିଛନ୍ତି, ମୁଁ କୌଣସି ପ୍ରକାରେ ଫ୍ୟାନ ୨ କରିବି ନାହିଁ, ତୁମେ ଯାହା କରୁଛ କର। ଏହିପରି କିଙ୍ଗ ୍‌ଖାନ ଏହି ଧମକପୂର୍ଣ୍ଣ ପ୍ରଶଂସକଙ୍କୁ ନିରାଶ ନକରି ନିଜ ଶୈଳୀରେ ପ୍ରତିକ୍ରିୟା ଦେଇଛନ୍ତି।

୨୦୧୬ରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନଙ୍କ ଫିଲ୍ମ ‘ଫ୍ୟାନ’ରେ ଗୌରବ ନାମକ ଜଣେ ପ୍ରଶଂସକଙ୍କ କାହାଣୀକୁ ଦର୍ଶାଯାଇଛି, ଯିଏ ଏକ ସମୟରେ ସମସ୍ତ ସୀମା ଅତିକ୍ରମ କରି ସୁପରଷ୍ଟାରଙ୍କ ଜୀବନ ଅନୁସରଣ କରନ୍ତି। ଯଦିଓ ଶାହାରୁଖଙ୍କ ଫିଲ୍ମ ବକ୍ସ ଅଫିସରେ କିଛି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିପାରି ନଥିଲା ଏବଂ ପରେ ଫ୍ଲପ ବୋଲି ପ୍ରମାଣିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri