କାହିଁକି ଏତେ ଦାୟିତ୍ୱହୀନତା? ଜୀବନ ନେଇଯିବ ବିପଜ୍ଜନକ ଖୁଣ୍ଟ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ବାତ୍ୟା ଫନୀରେ ରାଜଧାନୀରେ ଶହ ଶହ ବିଦ୍ୟୁତ୍‌, ଟେଲିଫୋନ୍‌ ଓ କେବୁଲ ଖୁଣ୍ଟ ଭାଙ୍ଗିପଡିଥିବାବେଳେ ଆଉକିଛି ନଇଁଯାଇ ଝୁଲି ରହିଥିଲା। ବିଦ୍ୟୁତ୍‌ କର୍ମଚାରୀମାନେ ତରବରିଆ ଭାବେ ମରାମତି କରି ବିଦ୍ୟୁତ୍‌ ସଂଯୋଗଦେଇଥିଲେ। କେତେକ ସ୍ଥାନରେ ଅସ୍ଥାୟୀ ଭାବେ ମରାମତି କରାଯାଇଥିଲା। ଟେଲିଫୋନ୍‌ ଓ କେବୁଲ ଖୁଣ୍ଟ ମରାମତି ମଧ୍ୟ ସେହିଭଳି କରାଗଲା। ଏସବୁ ଖୁଣ୍ଟଗୁଡିକ ପ୍ରାୟ ପାଖାପାଖି ଥିବାରୁ କର୍ମଚାରୀମାନେ ପରସ୍ପରକୁ ଟ୍ୟୁବ୍‌, ଦଉଡ଼ି କିମ୍ବା ତାରରେ ବାନ୍ଧି କାମ ଚଳାଇଥିଲେ। ଏବେ ପର୍ଯ୍ୟନ୍ତ ସେହି କାମଚଳା କାର୍ଯ୍ୟରେ ଅଧା ଉପୁଡା, ଝୁଲି ରହିଥିବା ଖୁଣ୍ଟରେ ସେବା ଯୋଗାଣ ଚାଲିଛି। ସହରର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ଜନିତ ବିପଦର ଆଶଙ୍କା ଦେଖିବାକୁ ମିଳୁଛି। ବହୁ ସ୍ଥାନରେ ବିଦ୍ୟୁତ୍‌ ତାର ମୁଣ୍ଡରେ ବାଜିବା ଭଳି ସ୍ଥିିତିରେ ରହିଛି। ଏବେ ବର୍ଷାଦିନ ହୋଇଥିବାରୁ କେତେକ ଖୁଣ୍ଟ ଚାର୍ଜ ହୋଇଯାଉଥିବାବେଳେ ଆଉ କେତେକ ଖୁଣ୍ଟ କେତେବେଳେ ବି ଉପୁଡ଼ି ଯାଇପାରେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଚେତାପଶୁନି। ଏଭଳି ଦାୟିତ୍ୱହୀନତା ପାଇଁ କେତେବେଳେ ବି ଜୀବନ ଯିବାର ଭୟ ଏବେ ସହରବାସୀଙ୍କୁ ଘାରିଛି। ନୟାପଲ୍ଲୀ ଥାନା ଏକାମ୍ରଭିଲ୍ଲା କଲୋନୀରେ ଏଭଳି ବିପଜ୍ଜନକ ସ୍ଥିତି ଦେଖିବାକୁ ମିଳିଛି।
ଜୟଦେବବିହାର ବିଜୁପଟ୍ଟନାୟକ କଲେଜ ଛକରୁ ଏକାମ୍ରପାର୍କ ଅଭିମୁଖେ ଗଲେ ବାଟରେ ଡାହାଣ ପାର୍ଶ୍ୱରେ ଏକାମ୍ର ଭିଲ୍ଲା କଲୋନୀକୁ ରାସ୍ତା ଯାଇଛି। କଲୋନୀର ପ୍ରବେଶ ପଥ ରାସ୍ତା ଉପରକୁ ଝୁଲି ରହିଛି ଏହି ବିପଜ୍ଜନକ ଜିଆଇ ଖୁଣ୍ଟ। ଉକ୍ତ ଖୁଣ୍ଟରେ କେବୁଲ ଓ ଅନ୍ୟାନ୍ୟ ତାର ବଣ୍ଡଲ୍‌ ଗୁଡ଼ାହୋଇ ରହିଛି। ଉପୁଡି ପଡିବା ଅବସ୍ଥାରେ ରହିଥିବା ଏହି ଖୁଣ୍ଟକୁ ଟ୍ୟୁବ୍‌ ଓ ଦଉଡ଼ି ସହାୟତାରେ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ରଖାଯାଇଛି। କୌଣସି ମୁହୂର୍ତ୍ତରେ ବି ଉପୁଡିପଡ଼ିବାର ସମ୍ଭାବନା ରହିଛି। ଏହାକୁ ଲାଗି ବିଦ୍ୟୁତ୍‌ ଖୁଣ୍ଟ ରହିଛି। ବିଦ୍ୟୁତ୍‌ ତାର ଉକ୍ତ ଜିଆଇ ଖୁଣ୍ଟରେ ଲାଗିଯାଇଛି। ଅଧିକାଂଶ ସମୟରେ ଖୁଣ୍ଟଟି ବିଦ୍ୟୁତ୍‌ ଚାର୍ଜ ହୋଇ ରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ପ୍ରତିଦିନ ଛୋଟ ଛୋଟ ପିଲା ସେହିବାଟ ଦେଇ ସ୍କୁଲ ଯାଉଛନ୍ତି। କିଏ କେତେବେଳେ ଧରିଦେବ କହିହେଉ ନାହିଁ। ସେହିବାଟ ଦେଇ କଲୋନୀବାସୀ ଯାଉଛନ୍ତି। ବର୍ଷା ଓ ପବନ ହେଉଥିବାରୁ କେତେବେଳେ ଯେ କାହା ଉପରେ ଉପୁଡି ପଡିବ ତାହା ବି କହିହେଉନାହିଁ। ଲୋକେ ଭୟରେ ଯାତାୟାତ କରୁଥିବାବେଳେ ଅଭିଭାବକମାନେ ପିଲାଙ୍କୁ ଏକୁଟିଆ ସ୍କୁଲ୍‌ କିମ୍ବା ବାହାରକୁ ଛାଡ଼ିବାକୁ ଡରୁଛନ୍ତି। ଯଦି କେହି ପିଲା ଖେଳିବାକୁ ଚାଲିଯାଉଛି ତେବେ ବାପାମା’ଙ୍କ ଚିନ୍ତା ବଢ଼ୁଛି। ଏହା ନିକଟରେ ଏକ ଖୋଲା ଡ୍ରେନ୍‌ ମଧ୍ୟ ରହିଛି। କିଛିଦିନ ତଳେ ସାଲିଆସାହିର ଏକ ଖୋଲା ଡ୍ରେନ୍‌ରେ ଭାସିଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ସେହି ସମୟରେ ବିଏମ୍‌ସି ଅଧିକାରୀ, ସ୍ଥାନୀୟ ନେତା ବିପଜ୍ଜନକ ସ୍ଥିତିରେ ଥିବା ଏକାମ୍ର ଭିଲ୍ଲାର ଉକ୍ତ ଖୁଣ୍ଟ ଓ ଖୋଲା ଡ୍ରେନ୍‌କୁ ବୁଲି ଦେଖି ତୁରନ୍ତ ମରାମତି ହେବ ବୋଲି କହିଥିଲେ। କିନ୍ତୁ ଏହାପରେ ଆଉ କାହାର ଦେଖା ନାହିଁ ବୋଲି କଲୋନୀବାସୀ କହିଛନ୍ତି। ଏ ନେଇ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଏହା ତାଙ୍କର ଦାୟିତ୍ୱ ନୁହେଁ ବୋଲି କହୁଛନ୍ତି। ତେଣୁ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଆଗକୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri