କାହାର ହେବ କଂଗ୍ରେସ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କାର୍ଯ୍ୟକାଳକୁ ଇତିମଧ୍ୟରେ ୨ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସର ନିମ୍ନ ସଦନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା) ଏବଂ ଉଚ୍ଚ ସଦନ ସିନେଟ୍‌ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ଚାଲିଛି। ୪୩୫ ଆସନ ବିଶିଷ୍ଟ ହାଉସ୍‌୍‌ରେ ଶାସକ ଡେମୋକ୍ରାଟିକ୍‌ ପାର୍ଟିର ସଂଖ୍ୟାଗରିଷ୍ଠ ୨୨୦ ଓ ବିରୋଧୀ ରିପବ୍ଲିକାନ୍‌ ପାର୍ଟିର ୨୧୨ ସଦସ୍ୟ ଅଛନ୍ତି। ନିମ୍ନ ସଦନର ସମସ୍ତ ୪୩୫ ଆସନରେ ବହୁପ୍ରତୀକ୍ଷିତ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେଉଛି। ସେହିପରି ୧୦୦ ଆସନ ବିଶିଷ୍ଟ ସିନେଟ୍‌ରେ ୪୮ ଡେମୋକ୍ରାଟ୍ସଙ୍କ ସମେତ ୨ ସ୍ବାଧୀନ ସଦସ୍ୟ ଥିବାବେଳେ ରିପବ୍ଲିକାନ୍‌ଙ୍କ ସଂଖ୍ୟା ହେଉଛି ୫୦। ଉଚ୍ଚ ସଦନରେ ପ୍ରତି ରାଜ୍ୟରୁ ୨ ଜଣ ଲେଖାଏ ସିନେଟର ପ୍ରତିନିଧିତ୍ୱ କରିଥାଆନ୍ତି। ଏହାର ପ୍ରାୟ ଏକ-ତୃତୀୟାଂଶ ଅର୍ଥାତ୍‌ ୩୫ ଆସନରେ ମତଦାନ ଚାଲିଛି। ଏଥିସହ ୩୬ ଗଭର୍ନରଶିପ୍ସ, ରାଜ୍ୟ ବିଧାନସଭା, ସ୍ଥାନୀୟ କାଉନ୍‌ସିଲ୍ସ ଓ ସ୍କୁଲ ବୋର୍ଡଗୁଡ଼ିକ ପାଇଁ ମଧ୍ୟ ଭୋଟିଂ ଜାରି ରହିଛି। ରିପବ୍ଲିକାନ୍‌ମାନଙ୍କୁ ଆଉ ୫ଟି ରାଜ୍ୟରେ ସଫଳତା ମିଳିଲେ ପ୍ରତିନିଧି ସଭାରେ ସେମାନେ ସଂଖ୍ୟାଗରିଷ୍ଠତା ଲାଭ କରିବେ। ସେହିପରି ସିନେଟ୍‌କୁ ନିୟନ୍ତ୍ରଣ କରିବା ପାଇଁ ବିରୋଧୀ ଦଳକୁ ଆଉ ମାତ୍ର ଗୋଟିଏ ଆସନ ଅକ୍ତିଆର କରିବାକୁ ପଡ଼ିବ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦଳ ହାଉସ୍‌ ମେଜୋରିଟି ଦିଗରେ ଅଗ୍ରସର ହେଉଥିବାବେଳେ ସିନେଟ୍‌ ପାଇଁ ଦୁଇ ପାର୍ଟି ମଧ୍ୟରେ କଡ଼ା ମୁକାବିଲା ହେଉଥିବା ନିର୍ବାଚନ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। କାରଣ ଆମେରିକାର ଇତିହାସ କୁହେ, ଦ୍ୱିବାର୍ଷିକ ନିର୍ବାଚନ ପ୍ରାୟତଃ କ୍ଷମତାସୀନ ଦଳ ବିରୋଧରେ ଯାଇଥାଏ। ଏଥର ଉଭୟ ଗୃହ ପାଇଁ ମୋଟ ୧,୨୦୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସିନେଟରେ ଦୁଇ ଦଳ ୫୦ ଲେଖାଏ ଆସନ ଦଖଲ କଲେ ଉଚ୍ଚ ସଦନକୁ କିଏ ନିୟନ୍ତ୍ରଣ କରିବ ସେହି ନିଷ୍ପତ୍ତି ଉଚ୍ଚ ସଦନର ପ୍ରେସିଡେଣ୍ଟ ତଥା ଉପରାଷ୍ଟ୍ରପତି କମଲା ହାରିସ୍‌ ନେବେ। ଅର୍ଥାତ୍‌ ଡେମୋକ୍ରାଟ୍ସଙ୍କ ନିୟନ୍ତ୍ରଣରେ ସିନେଟ୍‌ ରହିବ। ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍‌ ନିଜ ସପକ୍ଷକୁ ଟାଣିବାରେ ସଫଳ ହୋଇଥିବା ଆରିଜୋନା, ଜର୍ଜିଆ, ମିଶିଗାନ୍‌, ପେନ୍‌ସିଲଭାନିଆ, ଓ୍ବିସ୍କୋନ୍‌ସିନ ଓ ନେଭାଡା ଭଳି ରାଜ୍ୟଗୁଡ଼ିକର ପରିଣାମ ଉପରେ ଏଥର ସର୍ବାଧିକ ନଜର ରହିଛି। ପ୍ରକାଶଯୋଗ୍ୟ, ୧୯୩୪ ମସିହା ପରଠୁ କେବଳ ଫ୍ରାଙ୍କଲିନ୍‌ ଡି. ରୁଜ୍‌ଭେଲ୍ଟ, ବିଲ୍‌ କ୍ଲିଣ୍ଟନ୍‌(୧୯୯୮) ଏବଂ ଜର୍ଜ ଡବ୍ଲ୍ୟୁ. ବୁଶ୍‌(୨୦୦୨)ଙ୍କ ସମୟରେ ଶାସକ ଦଳ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବିଜୟୀ ହୋଇଛି।

ମତଦାନ ସମୟ ଓ ଫଳାଫଳ

ଫ୍ଲୋରିଡା ୟୁନିଭର୍ସିଟିର ୟୁଏସ୍‌ ଇଲେକ୍ସନ ପ୍ରୋଜେକ୍ଟରୁ ମିଳିଥିବା ତଥ୍ୟାନୁସାରେ ୪୧ ନିୟୁତରୁ ଊର୍ଦ୍ଧ୍ୱ ଆମେରିକୀୟ ମେଲ୍‌-ଇନ୍‌ ବାଲଟ୍ସ ବା ଆର୍ଲି ଇନ୍‌-ପର୍ସନ ପୋଲ୍ସ ଜରିଆରେ ସେମାନଙ୍କ ରାଜନୈତିକ ମତାଧିକାର ସାବ୍ୟସ୍ତ କରିସାରିଛନ୍ତି। ଇଷ୍ଟର୍ନ ଟାଇମ୍‌ (ଇଟି) ପୂର୍ବାହ୍ନ ୫ଟାରେ ଭେର୍ମୋଣ୍ଟ ରାଜ୍ୟରେ ମତଦାନ ହୋଇଛି। ଆମେରିକାର ସମସ୍ତ ୫୦ ରାଜ୍ୟରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଉଛି। ପୂର୍ବ ଉପକୂଳ ରାଜ୍ୟଗୁଡ଼ିକ ମଧ୍ୟରୁ ଜର୍ଜିଆ, ପେନ୍‌ସିଲ୍‌ଭାନିଆ, ନ୍ୟୁ ହାମ୍ପଶାୟାର ଓ ଫ୍ଲୋରିଡା ହେଉଛି ଇନ୍‌-ପର୍ସନ ଭୋଟିଂରେ ପ୍ରଥମ, ଯାହା ଉପରେ ସମସ୍ତଙ୍କ ନଜର ରହିବ। କାରଣ ଆଗକୁ ସିନେଟ୍‌କୁ କିଏ ନିୟନ୍ତ୍ରଣ କରିବ ତାହା ଏହି ରାଜ୍ୟଗୁଡ଼ିକ ଉପରେ ନିର୍ଭର କରେ। ପେନ୍‌ସିଲ୍‌ଭାନିଆ ଓ ଜର୍ଜିଆ ଭଳି କେତେକ ରାଜ୍ୟରେ ଭୋଟ ଗଣତି ବିଳମ୍ବିତ ହୋଇପାରେ। ତେଣୁ ବିଜୟୀ ଦଳର ନାମ ଜାଣିବା ପୂର୍ବରୁ ଆମେରିକୀୟମାନେ ଶୋଇବାକୁ ଯିବେ। ମିଡ୍‌ଟମର୍‌ସର ସମ୍ପୂର୍ଣ୍ଣ ଫଳାଫଳ ଆସିବାକୁ ବିଳମ୍ବ ହୋଇପାରେ ବୋଲି ଇନ୍‌ସାଇଡ୍‌ ଇଲେକ୍ସନ୍ସ ପ୍ରକାଶକ ନାଥନ୍‌ ଗୋନ୍‌ଜାଲେସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri