Odisha Elections 2024

‘କାଳିଆ’କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ: ଓଡ଼ିଶା ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୩ା୭(ପି.ଟି.) : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ‘କାଳିଆ’ ଯୋଜନାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ କରିଛନ୍ତି। ଏହାସହ ନିର୍ବାଚନ ପୂର୍ବରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଲାଗି କାହିଁକି ପ୍ରତ୍ୟକ୍ଷ ନଗଦ ସୁବିଧା ପ୍ରଦାନ ଯୋଜନା ଘୋଷଣା କରାଯାଇଛି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇବା ସହ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ(ଇସି)ଙ୍କୁ ଜବାବ ତଲବ କରିଛନ୍ତି। କେନ୍ଦ୍ର ତଥା ଓଡ଼ିଶା ସମେତ କେତେକ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକୁ ଅସାମ୍ବିଧାନିକ। କ୍ଷମତାସୀନ ଦଳ ନିର୍ବାଚନ ପୂର୍ବରୁ ଏଭଳି ଯୋଜନା ଘୋଷଣା କରିବାର ଅର୍ଥ ଭୋଟରଙ୍କୁ ପ୍ରଲୋଭନ ଦେଖାଇ ନିଜ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ। ଏହା ସମ୍ବିଧାନର ଅନୁଚ୍ଛେଦ ୧୪, ୨୧, ୧୧୨ ଓ ୨୦୨ ବିରୋଧୀ। ତେଣୁ ଏଭଳି ଯୋଜନାଗୁଡ଼ିକୁ ଅବୈଧ ଘୋଷଣା କରିବା ଲାଗି ଅର୍ଥନୀତିଜ୍ଞ ଡକ୍ଟର ପେଣ୍ଟାପତି ପୁଲ୍ଲାରାଓଙ୍କ ପକ୍ଷରୁ ଦାଏର ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।
ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପବନ କଲ୍ୟାଣଙ୍କ ନେତୃତ୍ୱାଧୀନ ଜନସେନା ପାର୍ଟିରୁ ଆନ୍ଧ୍ରପ୍ରଦେଶର ଇଲ୍ଲୁରୁ ଲୋକ ସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପେଣ୍ଟାପତି ପୁଲ୍ଲାରାଓ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ଏଥିରେ ସେ କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସମେତ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର, ତେଲେଙ୍ଗାନା ଓ ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା କେତେକ ଯୋଜନାକୁ ଚ୍ୟାଲେଞ୍ଜ କରିଛନ୍ତିି। କେନ୍ଦ୍ର ଓ ଏହି ରାଜ୍ୟଗୁଡ଼ିକରେ କ୍ଷମତାସୀନ ଦଳଗୁଡ଼ିକ ରାଜନୈତିକ ଫାଇଦା ହାସଲ ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ କେତେକ ଯୋଜନା ଏବଂ କାର୍ଯ୍ୟକ୍ରମ ଘେଷଣା କରିଥିଲେ। ତେଣୁ ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ପେଣ୍ଟାପତି ଦାବି କରିଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ସମ୍ପୃକ୍ତ ସରକାରଙ୍କ ଏଭଳି ମାଗଣା ଯୋଜନାଗୁଡ଼ିକର ଘୋଷଣା ନିର୍ବାଚନୀ କୁକର୍ମ ବୋଲି ପେଣ୍ଟାପତିଙ୍କ ଓକିଲ ସନ୍ତୋଷ ପାଲ୍‌ ଓ ସର୍ବଣ କୁମାର ଯୁକ୍ତି ବାଢ଼ିଥିଲେ। ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରଣ ଏବଂ ଜନମଙ୍ଗଳକାରୀ ଯୋଜନାଗୁଡ଼ିକ ମୁକ୍ତ ଓ ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ କ୍ଷମତାରେ ଥିବା ଦଳଗୁଡ଼ିକ ନିର୍ବାଚନର ଅନୂ୍ୟନ ୬ ମାସ ପୂର୍ବରୁ ଏଭଳି ଯୋଜନା ଘୋଷଣା ପାଇଁ ଧାର୍ଯ୍ୟ କରିବା ଲାଗି ଇସିଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅନୁରୋଧ କରିଥିଲେ। ଏଥିରେ ସେ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ଯୋଜନା ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣାର ୩ ମାସ ପୂର୍ବରୁ ଅର୍ଥାତ୍‌ ୨୦୧୮ ଡିସେମ୍ବରରୁ କାର୍ଯ୍ୟକାରୀ ହେଉଛି। ଏଥିରେ ଦେଶର ୧୨.୫୦ କୋଟି ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ଆନ୍ଧ୍ରପ୍ରଦେଶର ପାସୁପୁ କୁମ୍‌କୁମାା ଯୋଜନା, ଏନ୍‌ଟିଆର୍‌ ଭରୋସା ଓ ମୁଖ୍ୟମନ୍ତ୍ରୀ ଯୁବ ନେସ୍ତମ୍‌ ଯୋଜନା ସାଧାରଣ ଲୋକଙ୍କ ଅର୍ଥର ଅପବ୍ୟବହାର କରି ମତଦାତାଙ୍କୁ ଲାଞ୍ଚ ଦେବା ଲାଗି ଉଦ୍ଦିଷ୍ଟ ଥିଲା ବୋଲି ସେ ଏଥିରେ ଅଭିଯୋଗ ଆଣିଛନ୍ତି। ଏହି ଅବସରରେ ପେଣ୍ଟାପତି ସୁପ୍ରିମକୋର୍ଟ ୨୦୧୩ରେ ସୁବ୍ରମଣ୍ୟମ୍‌ ବନାମ ତାମିଲନାଡ଼ୁ ରାଜ୍ୟ ସରକାର ମାମଲାରେ ଦେଇଥିବା ରାୟର ଅବତାରଣା କରିଛନ୍ତି। ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ସରକାରଙ୍କ ମାଗଣା ଯୋଜନାଗୁଡ଼ିକ ପାଇଁ ଅନୁଦାନ ନିୟନ୍ତ୍ରଣ ସକାଶେ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଉକ୍ତ ମାମଲାରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଇସି, କେନ୍ଦ୍ର ସରକାର ଏବଂ ଓଡ଼ିଶା ସମେତ ଉପରୋକ୍ତ ୫ ରାଜ୍ୟକୁ ନୋଟିସ କରିଛନ୍ତି। ଏହାସହ ଖଣ୍ଡପୀଠ ଏହି ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରଣ ଯୋଜନା ଓ ମାଗଣାରେ ସୁବିଧା ପ୍ରଦାନ କରାଯାଉଥିବା ଅନ୍ୟ କେତେକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ନିର୍ଦ୍ଦେଶାବଳୀ (ଗାଇଡ୍‌ଲାଇନ୍‌) ପ୍ରସ୍ତୁତି ପାଇଁ ଦାଏର ପିଟିଶନର ଅନୁଧ୍ୟାନ ଲାଗି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

”ଜ୍ୟୋତିଷ ହାତ ଦେଖି କହିଥିଲେ ତୁମେ ପ୍ରଧାନମନ୍ତ୍ରୀ ହେବ”: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଦେଶର ଏବେ ଲୋକ ସଭା ନିର୍ବାଚନର ପରିବେଶ ବେଶ ସରଗରମ ରହିଛି। ସାତଟି ପର୍ଯ୍ୟାୟ ମଧ୍ୟରୁ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହାରି...

POK ଭାରତର ଅଛି ଆଉ ରହିବ, ଆମେ ତାକୁ ଛଡ଼ାଇ ଆଣିବୁ; ପାକିସ୍ତାନକୁ ନେଇ ଗର୍ଜିଲେ ଶାହା…

ଝାନ୍‌ସୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ପୁଣିଥରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ପିଓକେ ଭାରତର...

ଆପଣ ‘ଜେଲ୍‌ର ଖେଳ’ ଖେଳୁଛନ୍ତି; କାଲି ସବୁ ନେତାଙ୍କୁ ନେଇ ଭାଜପା ମୁଖ୍ୟାଳୟ ଘେରିବାକୁ ଆସୁଛି: ମୋଦିଙ୍କୁ କହିଲେ କେଜ୍‌ରିଓ୍ବାଲ…

ନୂଆଦିଲ୍ଲୀ,୧୮।୫: ଏଏପି ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ୍‌ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ...

ଚା’ ବାଲାର ପୁଅ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୁଁ ଗର୍ବିତ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ​​କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ବଡ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଉପରେ ସେ ପ୍ରତିକ୍ରିୟା...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ 

କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ।...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri