‘କାଳିଆ’କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ: ଓଡ଼ିଶା ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୩ା୭(ପି.ଟି.) : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ‘କାଳିଆ’ ଯୋଜନାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ କରିଛନ୍ତି। ଏହାସହ ନିର୍ବାଚନ ପୂର୍ବରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଲାଗି କାହିଁକି ପ୍ରତ୍ୟକ୍ଷ ନଗଦ ସୁବିଧା ପ୍ରଦାନ ଯୋଜନା ଘୋଷଣା କରାଯାଇଛି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇବା ସହ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ(ଇସି)ଙ୍କୁ ଜବାବ ତଲବ କରିଛନ୍ତି। କେନ୍ଦ୍ର ତଥା ଓଡ଼ିଶା ସମେତ କେତେକ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକୁ ଅସାମ୍ବିଧାନିକ। କ୍ଷମତାସୀନ ଦଳ ନିର୍ବାଚନ ପୂର୍ବରୁ ଏଭଳି ଯୋଜନା ଘୋଷଣା କରିବାର ଅର୍ଥ ଭୋଟରଙ୍କୁ ପ୍ରଲୋଭନ ଦେଖାଇ ନିଜ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ। ଏହା ସମ୍ବିଧାନର ଅନୁଚ୍ଛେଦ ୧୪, ୨୧, ୧୧୨ ଓ ୨୦୨ ବିରୋଧୀ। ତେଣୁ ଏଭଳି ଯୋଜନାଗୁଡ଼ିକୁ ଅବୈଧ ଘୋଷଣା କରିବା ଲାଗି ଅର୍ଥନୀତିଜ୍ଞ ଡକ୍ଟର ପେଣ୍ଟାପତି ପୁଲ୍ଲାରାଓଙ୍କ ପକ୍ଷରୁ ଦାଏର ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।
ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପବନ କଲ୍ୟାଣଙ୍କ ନେତୃତ୍ୱାଧୀନ ଜନସେନା ପାର୍ଟିରୁ ଆନ୍ଧ୍ରପ୍ରଦେଶର ଇଲ୍ଲୁରୁ ଲୋକ ସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପେଣ୍ଟାପତି ପୁଲ୍ଲାରାଓ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ଏଥିରେ ସେ କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସମେତ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର, ତେଲେଙ୍ଗାନା ଓ ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା କେତେକ ଯୋଜନାକୁ ଚ୍ୟାଲେଞ୍ଜ କରିଛନ୍ତିି। କେନ୍ଦ୍ର ଓ ଏହି ରାଜ୍ୟଗୁଡ଼ିକରେ କ୍ଷମତାସୀନ ଦଳଗୁଡ଼ିକ ରାଜନୈତିକ ଫାଇଦା ହାସଲ ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ କେତେକ ଯୋଜନା ଏବଂ କାର୍ଯ୍ୟକ୍ରମ ଘେଷଣା କରିଥିଲେ। ତେଣୁ ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ପେଣ୍ଟାପତି ଦାବି କରିଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ସମ୍ପୃକ୍ତ ସରକାରଙ୍କ ଏଭଳି ମାଗଣା ଯୋଜନାଗୁଡ଼ିକର ଘୋଷଣା ନିର୍ବାଚନୀ କୁକର୍ମ ବୋଲି ପେଣ୍ଟାପତିଙ୍କ ଓକିଲ ସନ୍ତୋଷ ପାଲ୍‌ ଓ ସର୍ବଣ କୁମାର ଯୁକ୍ତି ବାଢ଼ିଥିଲେ। ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରଣ ଏବଂ ଜନମଙ୍ଗଳକାରୀ ଯୋଜନାଗୁଡ଼ିକ ମୁକ୍ତ ଓ ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ କ୍ଷମତାରେ ଥିବା ଦଳଗୁଡ଼ିକ ନିର୍ବାଚନର ଅନୂ୍ୟନ ୬ ମାସ ପୂର୍ବରୁ ଏଭଳି ଯୋଜନା ଘୋଷଣା ପାଇଁ ଧାର୍ଯ୍ୟ କରିବା ଲାଗି ଇସିଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅନୁରୋଧ କରିଥିଲେ। ଏଥିରେ ସେ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ଯୋଜନା ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣାର ୩ ମାସ ପୂର୍ବରୁ ଅର୍ଥାତ୍‌ ୨୦୧୮ ଡିସେମ୍ବରରୁ କାର୍ଯ୍ୟକାରୀ ହେଉଛି। ଏଥିରେ ଦେଶର ୧୨.୫୦ କୋଟି ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ଆନ୍ଧ୍ରପ୍ରଦେଶର ପାସୁପୁ କୁମ୍‌କୁମାା ଯୋଜନା, ଏନ୍‌ଟିଆର୍‌ ଭରୋସା ଓ ମୁଖ୍ୟମନ୍ତ୍ରୀ ଯୁବ ନେସ୍ତମ୍‌ ଯୋଜନା ସାଧାରଣ ଲୋକଙ୍କ ଅର୍ଥର ଅପବ୍ୟବହାର କରି ମତଦାତାଙ୍କୁ ଲାଞ୍ଚ ଦେବା ଲାଗି ଉଦ୍ଦିଷ୍ଟ ଥିଲା ବୋଲି ସେ ଏଥିରେ ଅଭିଯୋଗ ଆଣିଛନ୍ତି। ଏହି ଅବସରରେ ପେଣ୍ଟାପତି ସୁପ୍ରିମକୋର୍ଟ ୨୦୧୩ରେ ସୁବ୍ରମଣ୍ୟମ୍‌ ବନାମ ତାମିଲନାଡ଼ୁ ରାଜ୍ୟ ସରକାର ମାମଲାରେ ଦେଇଥିବା ରାୟର ଅବତାରଣା କରିଛନ୍ତି। ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ସରକାରଙ୍କ ମାଗଣା ଯୋଜନାଗୁଡ଼ିକ ପାଇଁ ଅନୁଦାନ ନିୟନ୍ତ୍ରଣ ସକାଶେ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଉକ୍ତ ମାମଲାରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଇସି, କେନ୍ଦ୍ର ସରକାର ଏବଂ ଓଡ଼ିଶା ସମେତ ଉପରୋକ୍ତ ୫ ରାଜ୍ୟକୁ ନୋଟିସ କରିଛନ୍ତି। ଏହାସହ ଖଣ୍ଡପୀଠ ଏହି ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରଣ ଯୋଜନା ଓ ମାଗଣାରେ ସୁବିଧା ପ୍ରଦାନ କରାଯାଉଥିବା ଅନ୍ୟ କେତେକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ନିର୍ଦ୍ଦେଶାବଳୀ (ଗାଇଡ୍‌ଲାଇନ୍‌) ପ୍ରସ୍ତୁତି ପାଇଁ ଦାଏର ପିଟିଶନର ଅନୁଧ୍ୟାନ ଲାଗି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri