କାଳିଆ ଯୋଜନା: ୩୨୩୪ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କୃଷକ ଆସିଷ୍ଟାନ୍ସ ଫର ଲାଇଭଲିହୁଡ୍‌ ଆଣ୍ଡ ଇନ୍‌କମ ଅଗ୍‌ମେଣ୍ଟେଶନ (କାଳିଆ) ଯୋଜନା ସକାଶେ ୩,୨୩୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଯୋଜନାରେ ଚଳିତ ବର୍ଷ ଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ଉଭୟ ଖରିଫ ଓ ରବି ଫସଲରେ ଯୋଗାଇ ଦିଆଯିବ। ବର୍ଷକୁ ଜଣେ ଚାଷୀ ପରିବାର ୧୦ ହଜାର ଟଙ୍କାର ସହାୟତା ପାଇପାରିବେ। ଗତ ମେ ୨୯ ତାରିଖରେ ବିଜେଡି ଶାସନର ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ୩୨.୩୪ ଲକ୍ଷ ଅତିରିକ୍ତ ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିଲା। ଏଥିପାଇଁ ଅଧିକ ପାଣ୍ଠିର ଆବଶ୍ୟକତା ରହିଛି। ଏହି ଯୋଜନାରୁ କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ବାଦ୍‌ ନ ପଡିବେ ସେ ନେଇ ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଏହି ଯୋଜନାରେ ୪୩ ଲକ୍ଷ ଚାଷୀ ପରିବାରଙ୍କୁ ସାମିଲ କରାଯାଇଥିଲା। ଏ ପର୍ଯ୍ୟନ୍ତ ମୋଟ ୭୫ ଲକ୍ଷ ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି। ସେଥିରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବା ବେଳେ ୨୫ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ସାମିଲ କରାଯାଇଛି। ଅତିରିକ୍ତ ୩୨.୩୪ ଲକ୍ଷ ଚାଷୀ ପରିବାରଙ୍କ ପାଇଁ ୨୦୧୯-୨୦ ସକାଶେ ୩୨୩୪ କୋଟି ଟଙ୍କାର ଆବଶ୍ୟକତା ରହିଛି। ଏହି ଯୋଜନା ଘୋଷଣା ହେବା ପରେ ରାଜ୍ୟ ସରକାର ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ଏହି ଯୋଜନାରେ ଅଧିକ ଚାଷୀ ପରିବାରଙ୍କୁ ସାମିଲ କରାଯିବାରୁ ଯୋଜନାର ବ୍ୟୟ ଭାର ୧୩୨୩୪ କୋଟି ଟଙ୍କାରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା

ବୁଗୁଡା,୫ା୩(କାଳିଚରଣ ଦାଶ): ବୁଗୁଡ଼ା ଥାନା ବାଲିପଦର ଗ୍ରାମରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।…

ଲଗାତର ଦୁଇ ଥର ଫାଇନାଲ ଖେଳିବ ଭାରତ

ମୁମ୍ବାଇ,୫।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଉପଯୋଗୀ ଅବଦାନ ବଳରେ ଭାରତ ଗୁରୁବାର ଅନୁଷ୍ଠିତ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ…

ଅକ୍ଷର ପଟେଲ ସାଜିଲେ ‘ସୁପରମ୍ୟାନ୍‌’: ୨୪ ମିଟର ପଛକୁ ଦୌଡ଼ି ଧରିଲେ ଏମିତି ଅସମ୍ଭବ କ୍ୟାଚ୍‌, ସ୍ତବ୍ଧ ହୋଇଗଲା…

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ପ୍ରତିଟି ମ୍ୟାଚରେ ଚମତ୍କାର କ୍ୟାଚ୍‌ ଦେଖିବାକୁ ମିଳୁଛି। କିନ୍ତୁ ସେମିଫାଇନାଲ ଭଳି ହାଇ-ଭୋଲଟେଜ ମ୍ୟାଚ୍‌ରେ ଅକ୍ଷର ପଟେଲ ଯେଉଁ କ୍ୟାଚ ଧରିଛନ୍ତି,…

ଓ୍ବାଙ୍ଖଡେରେ ଉଡ଼ିଲା ଭାରତର ବିଜୟ ପତାକା: ଫାଇନାଲରେ ନ୍ୟୁଜିଲାଣ୍ଡ ସହ ହେବ ମହାଲଢ଼େଇ

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ ୨୦୨୬ରେ ଭାରତ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହ ଭାରତ…

IND vs ENG: ଇଂଲଣ୍ଡ ଉପରେ ଲାଗିଲା ୭୪ ରନ୍‌ର ‘ପେନାଲ୍ଟି’! ସେମିଫାଇନାଲରେ ଗୋଟିଏ ଭୁଲ ପାଇଁ ହାତରୁ ମ୍ୟାଚ୍‌ ଗଲା 

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ପ୍ରଦର୍ଶନ ଦେଖିବାକୁ ମିଳିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ପ୍ରଥମେ…

ଆସାମରେ ସୁଖୋଇ-୩୦ ଯୁଦ୍ଧବିମାନ ନିଖୋଜ; ରାଡାରରୁ ସମ୍ପର୍କ ବିଚ୍ଛିନ୍ନ, କ୍ରାଶ୍‌ ହୋଇଥିବା ସନ୍ଦେହରେ…

ଗୁଆହାଟୀ,୫।୩: ଆସାମରେ ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ MKI (Su-୩୦ MKI) ଯୁଦ୍ଧ ବିମାନ ରାଡାରରୁ ନିଖୋଜ ହୋଇଯାଇଛି। ବିମାନଟି ସହ ବାୟୁସେନାର ସମ୍ପର୍କ ବିଚ୍ଛିନ୍ନ ହୋଇଥିବା…

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସି ଭି ଆସନ୍ଦ ବୋଷଙ୍କ ଇସ୍ତଫା, ମମତା କହିଲେ…

କୋଲକାତା,୫।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ହଲଚଲ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ସି ଭି ଆନନ୍ଦ ବୋଷ ଗୁରୁବାର ନିଜ…

ବଡ଼ ଉପଲବ୍ଧି: କୋହଲିଙ୍କ ସମକକ୍ଷ ହେଲେ ସଞ୍ଜୁ ସାମସନ

ମୁମ୍ବାଇ,୫।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ସଞ୍ଜୁ ସାମସନ ୪୨ ବଲରେ ୮୯ ରନ୍‌ କରିଥିଲେ। ଟି୨୦ ବିଶ୍ୱକପ୍‌ ନକ୍‌ଆଉଟ୍‌ ମ୍ୟାଚ୍‌ରେ ସଞ୍ଜୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri