କାଳିଆ ଯୋଜନା: ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩.୪୧ ଲକ୍ଷ : ୨୦ ହଜାର ସରକାରୀ ଚାକିରିଆ ପାଇଛନ୍ତି ଟଙ୍କା

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟର ପ୍ରାୟ ୧୨,୦୦୦ ବଡଚାଷୀ, ୯୦୦୦ ନାବାଳିକା/ନାବାଳକ ଏବଂ ପ୍ରାୟ ୨୦,୦୦୦ ସରକାରୀ ଚାକିରିଆ ଚାଷୀ ଭାବେ କାଳିଆ ସୁବିଧା ପାଇଛନ୍ତି। ଅନୁରୂପଭାବେ ଗୋଟିଏ ଗୋଟିଏ ମନୋନୀତ ପରିବାରର ୩ ଲକ୍ଷ ହିତାଧିକାରୀ ଏକାଧିକ ବ୍ୟକ୍ତି ଦର୍ଶାଇ କାଳିଆ ସହାୟତା ନେଇ ସାରିଛନ୍ତି। ଏହିପରି ଭାବେ ରାଜ୍ୟର ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ସହାୟତା ପାଇଛନ୍ତି। ତୃଣମୂଳସ୍ତରରେ ଯୋଗ୍ୟ ହିତାଧିକାରୀ ଯାଞ୍ଚ ହେବା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି। ତନ୍ମଧ୍ୟରୁ ୧୨,୦୦୦ ବଡଚାଷୀଙ୍କଠାରୁ କିପରି ସହାୟତା ରାଶି ଫେରସ୍ତ ଆସି ପାରିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି।
କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଯେଉଁ ୯୦୦୦ ନାବାଳିକା/ନାବାଳକ ସହାୟତା ରାଶି ପାଇଛନ୍ତି, ସେହି ପରିବାରଙ୍କୁ ମିଳିବାକୁ ଥିବା ପରବର୍ତ୍ତୀ କିସ୍ତି ଉକ୍ତ ରାଶିରେ ବ୍ୟବସ୍ଥିତ(ଆଡଜଷ୍ଟ) କରାଯିବ । ଅନୁରୂପଭାବେ ୨୦,୦୦୦ ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ ଭୋଗୀଙ୍କ ପାଖକୁ ଯାଇଥିବା ସହାୟତା ରାଶି ଫେରସ୍ତ କରିବା ପାଇଁ ପ୍ରବର୍ତ୍ତାଯିବ। ଯଦି ଏଥିରେ ଆଶାନୁରୂପ ସଫଳତା ନ ମିଳେ, ତେବେ ସେମାନେ ପାଉଥିବା ବେତନ ଅଥବା ପେନ୍‌ସନ୍‌ରୁ ଏହି ରାଶି ଭରଣା କରାଯିବ। ସେହିଭଳି ଗୋଟିଏ ଗୋଟିଏ ମନୋନୀତ ପରିବାରର ଏକାଧିକ ବ୍ୟକ୍ତି ଦର୍ଶାଇ ସହାୟତା ପାଇଥିବା ୩ ଲକ୍ଷ ହିତାଧିକାରୀଙ୍କ ଠାରୁ ମଧ୍ୟ ଟଙ୍କା ଫେରସ୍ତ ଅଣାଯିବ । ସେହିମାନଙ୍କ କ୍ଷେତ୍ରରେ ପରିବାରର ଜଣଙ୍କୁ ସହାୟତା ପାଇଁ ଯୋଗ୍ୟ ବିବେଚିତ କରି, ଅନ୍ୟମାନେ ପାଇଥିବା ରାଶି ପରବର୍ତ୍ତୀ କିସ୍ତିରେ ବ୍ୟବସ୍ଥିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ୧୨,୦୦୦ ବଡଚାଷୀଙ୍କ ଠାରୁ କିଭଳି ସହାୟତା ରାଶି ଫେରସ୍ତ ଅଣାଯାଇ ପାରିବ, ସେଥିଲାଗି ସରକାରୀସ୍ତରେ ବିଚାରବିମର୍ଶ କରାଯାଉଛି। ଏକ ଆନୁମାନିକ ହିସାବରୁ ଜଣାପଡିଛି ଯେ, ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରାୟ ୧୭୦.୫ କୋଟି ଟଙ୍କାର ଅର୍ଥ କାଳିଆ ଯୋଜନାରେ ଦିଆଯାଇଛି। ହେଲେ ବିଭାଗ ପକ୍ଷରୁ ୩.୨୯ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କଠାରୁ କିପରି ଅର୍ଥ ଫେରସ୍ତ ଅଣାଯିବ, ତାହାର ରୂପରେଖ ପ୍ରସ୍ତୁତ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ସେପ୍ଟେମ୍ବର ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀ ଖରିଫ ୨୦୧୯ ପାଇଁ କାଳିଆ ଯୋଜନା ସହାୟତା ପାଇବେ। ଯେଉଁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବଞ୍ଚିତ ହୋଇଥିବା ମନେ କରୁଛନ୍ତି, ସେମାନେ ଉପଯୁକ୍ତ ଦସ୍ତାବିଜ ସହ http://kalia.co.in ମାଧ୍ୟମରେ ଆବେଦନ କରିପାରିବେ। ଅଦ୍ୟାବଧି ୪୦ ଲକ୍ଷ ୨୧ ହଜାର ୧୧୩ ଦରଖାସ୍ତର ତଥ୍ୟ ଯାଞ୍ଚ ସରିଛି। ସେଥିରୁ କେତେଜଣ ବାଦ୍‌ ପଡିବେ, ତାହାର ମଧ୍ୟ ତୃଣମୂଳସ୍ତରରେ ତର୍ଜମା ହୋଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ପି-ପାସ୍‌ , ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍‌ଏଫ୍‌ଏସ୍‌ଏସ୍‌), ସାମାଜିକ ଆର୍ଥିକ ଜାତିଭିତ୍ତିକ ଜନଗଣନା (ଏସ୍‌ଇସିସି) ଏବଂ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା (ଏଚ୍‌ଆରଏମ୍‌ଏସ୍‌ରେ) ଥିବା ପରିସଂଖ୍ୟାନକୁ ତର୍ଜମା କରାଯାଇଛି। ଏବେସୁଦ୍ଧା ପ୍ରାୟ ୧୦ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇସାରିଲାଣି। ଯୋଗ୍ୟ ବିବେଚିତ ଏହି କ୍ଷୁଦ୍ର ଓ ନାମମାତ୍ର ଅଥବା ଭୂମିହୀନ କୃଷି ପରିବାରଙ୍କୁ ଚଳିତ ମାସରେ ସହାୟତା ରାଶି ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀ ବିଭିନ୍ନ ବର୍ଗରେ ସହାୟତା ପାଇଥିଲେ। ୨୦୧୮ ଡିସେମ୍ବରରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଚଳିତ ଅଗଷ୍ଟ ୬ରୁ ୩୧ ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର…

ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ମାଡିବସିଲା କୋକସରା ପୋଲିସ, ତାପରେ….

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରୁ ଦୁଇଜଣ ଯୁବକଙ୍କୁ କୋକସରା ପୋଲିସ ଗିରଫ କରିଛି । ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri