କାର୍‌ ଚଳାଇ ଭୁଲରେ ପହଞ୍ଚିଲେ ଆମେରିକା: ଶିଶୁ ସମେତ ପରିବାରର ସମସ୍ତ ସଦସ୍ୟ ଗିରଫ

ନ୍ୟୁୟର୍କ: ପରିବାର ସହ କୁଆଡେ ବୁଲିଯାଉଥିବା ବେଳେ ଅନ୍ୟମାନଙ୍କ ସହ କଥାବର୍ତ୍ତା ହୋଇ ଅନ୍ୟମନସ୍କ ହୋଇଯାଇଥାଉ। ବେଳେବେଳେ ଏଭଳି ହୋଇଥାଏ ଯେ, ଅନ୍ୟମନସ୍କତା ଯୋଗୁ ଭୁଲ ରାସ୍ତାରେ ପଳାଇଥାଉ। ଏଥିପାଇଁ କେତେବେଳେ ଜରିମାନା ଦେବାକୁ ପଡ଼ିଥାଏ ତ କେତେବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିଦେଶରେ। ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ବ୍ରିଟିଶର ଦୁଇ ପରିବାର ଡେଭିଡ ଓ ଏଲିନ କେନର୍ସ ୩ମାସର ଶିଶୁ ଏବଂ ପରିବାରର କିଛି ସଦସ୍ୟଙ୍କ ସହ କାନାଡା ଛୁଟି ମନାଇବାକୁ ଯାଇଥିଲେ। କାର୍‌ରେ ଯାଉଥିବା ସମୟରେ ଭୁଲରେ ସେମାନେ ଆମେରିକା ସୀମା ଭିତରକୁ ପଶିଯାଇଥିଲେ। ଫଳରେ ସୀମାରେ ମୁତୟନ ଥିବା ସୁରକ୍ଷାକର୍ମୀ ଡେଭିଡ ଓ ଏଲିନଙ୍କ ସହ ଶିଶୁ ଆଉ ପରିବାର ସବୁ ସଦସ୍ୟଙ୍କୁ ଗିରଫ କରିଥିଲେ। ବେଆଇନ ପ୍ରବେଶ କରିଥିବା ଅଭିଯୋଗରେ ସେମାନଙ୍କୁ ସେଠାରେ ଗିରଫ କରାଯାଇଥିଲା ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପଟେ ଏହି ଅଭିଯୋଗକୁ ଏଲିନ ଖଣ୍ଡନ କରିବା ସହ ଜୀବଜନ୍ତୁଙ୍କଠାରୁ ବର୍ତ୍ତିବା ପାଇଁ ସେ ଏଭଳି ଭୁଲ ରାସ୍ତାରେ ପଳାଇ ଆସିଥିଲେ। ତେବେ ଗିରଫଦାରି ପରେ ସେମାନଙ୍କୁ ଇମିଗ୍ରେଶନ ଡିଟେସନ୍‌ ସେଣ୍ଟରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ପଶୁଭଳି ବ୍ୟବହାର କରାଯାଇଥିଲା। ଏପରି କି ୩ମାସର ଶିଶୁକୁ ମଧ୍ୟ ସେମାନେ ଛାଡି ନ ଥିଲେ ବୋଲି ଏଲିନ ଅଭିଯୋଗ କରିଛନ୍ତି। ତେବେ ବ୍ରିଟିଶ ଦୂତାବାସଙ୍କ ହସ୍ତକ୍ଷେପ ପରେ ସେମାନଙ୍କ ନିର୍ଯାତନା କମ୍‌ ହୋଇଥିଲା ବୋଲି ଏଲିନ କହିଛନ୍ତି। ତେବେ ଗିରଫଦାରି ପରେ ସେମାନଙ୍କୁ ପୁଣି କାନାଡାକୁ ଫେରାଇ ଦିଆଯିବାକୁ ଉଦ୍ୟମ କରାଯାଇଥିଲା। ହେଲେ କାନାଡା ସରକାର ସେମାନଙ୍କୁ ଫେରାଇ ନେବାକୁ ମନା କରିଦେଇଥିଲେ ବୋଲି ଆମେରିକା ଉକ୍ତ ଅଧିକାରୀ କହିଛନ୍ତି। ତେବେ ଉକ୍ତ ଦୁଇ ଦମ୍ପତି ଖୁବ୍‌ଶୀଘ୍ର ନିଜ ଗନ୍ତବ୍ୟସ୍ଥଳ ବ୍ରିଟେନକୁ ଫେରିବେ ବୋଲି ଆଶାବାଦୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri