କାର୍ଯ୍ୟାନୁଷ୍ଠାନକୁ ନେଇ ବଢୁଛି ଆକ୍ରୋଶ

କେନ୍ଦ୍ରାପଡ଼ା ଅଫିସ, ୭ା୧୧:କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଜୁଣ ଅଞ୍ଚଳରେ ଥିବା ଦ ରୟାଲ ଗାଇଡ୍‌ କୋଚିଂ ସେଣ୍ଟରର ଅନ୍ତେବାସୀ ଛାତ୍ର ଦେବୀ ପ୍ରସାଦ ଦାସଙ୍କ ଗତ ୨ ତାରିଖ ରାତି ସାଢେ ୧୧ରେ ବିଦ୍ୟୁତ୍‌ ତାର ଲାଗି ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବାପା କୁଞ୍ଜବିହାରୀଙ୍କ ଅଭିଯୋଗ କ୍ରମେ ନଂ.୪୨୩/୨୨ରେ ଥାନାରେ ମାମଲା ରୁଜୁ ହୋଇ ପରିଚାଳକ ଚିତ୍ତରଞ୍ଜନ ରଥଙ୍କୁ ଗିରଫ କରାଯାଇଥିଲା। ତେବେ କୋହଳ ଦଫା ପରିଚାଳକ ରଥଙ୍କୁ ଜାମିନ ପାଇବାରେ ସହଜ ହୋଇଥିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହ ଘରୋଇ ଶିକ୍ଷାନୁଷ୍ଠାନରେ ସେବା ବଦଳରେ ଶୋଷଣ ଚାଲିଥିବା ବେଳେ ପ୍ରଶାସକ ଏହାର ଯାଞ୍ଚ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଚିତ୍ତରଞ୍ଜନ ସାହୁ, ପ୍ରଶାନ୍ତ କୁମାର ନାୟକ, ସାମାଜିକ କର୍ମୀ ଅମରବର ବିଶ୍ୱାଳ, ଗୌତମ କୁମାର ବେହେରା ପ୍ରମୁଖ କହିଛନ୍ତି ଯେ, ପୂର୍ବରୁ ଶିକ୍ଷାଦାନକୁ ମହାପୁଣ୍ୟ ଭାବେ ବିବେଚନା କରାଯାଉଥିଲା। ଦେଶ ସ୍ବାଧୀନ ପରେ ଶିକ୍ଷାର ଗୁରୁତ୍ୱ ଅନୁଭବ ହେଲା। ଏଥିପାଇଁ ଶିକ୍ଷାକୁ ମୌଳିକ ସେବା ଓ ଅଧିକାର ନେଇ ଆଇନ ପ୍ରସ୍ତୁତ ହେଲା। ଏବେ ରାଜ୍ୟ ଓ କେନ୍ଦ୍ର ସରକାର ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ଏହାର ସୁବିଧା ଘରୋଇ ଶିକ୍ଷାନୁଷ୍ଠାନ ନେଉଛନ୍ତି। ବିଜ୍ଞାପନର ପ୍ରଚାର ପ୍ରସାର ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ଶୋଷଣ କରାଯାଉଛି। ସରକାରୀ ଶିକ୍ଷାନୁଷ୍ଠାନ ଏଥିପାଇଁ ପର୍ଯ୍ୟାପ୍ତ ହେଉ ନ ଥିବାରୁ କେତେଜଣ ବ୍ୟକ୍ତି ଏହାକୁ ଏକ ବ୍ୟବସାୟରେ ପରିଣତ କରିଛନ୍ତି। ତେବେ ଏହି ଶିକ୍ଷାନୁଷ୍ଠାନଗୁଡିକ ସରକାରୀ ଯାଞ୍ଚ ବ୍ୟବସ୍ଥାରେ ରହିବା ପାଇଁ ଆଇନ ଅଛି। ତେବେ ଆବାସିକ କୋଚିଂ ସେଣ୍ଟର, ଘରୋଇ କମ୍ପ୍ୟୁଟର କେନ୍ଦ୍ର ଆଦି ଛତୁ ଫୁଟିବା ପରି ଚାରିଆଡ଼େ ଖେଳିଯାଇଛି। ଏନ୍‌ଓସି ନ ଥିବା ସ୍କୁଲର ଶିକ୍ଷାର୍ଥୀ ପରବର୍ତ୍ତୀ ସମୟରେ ବୃତ୍ତି ପରୀକ୍ଷାରେ ଭାଗ ନେଇପାରୁନାହାନ୍ତି। ସେହିପରି ଛାତ୍ରାବାସ ସମ୍ପର୍କରେ ଥିବା ଗାଇଡ୍‌ଲାଇନ ଉଲ୍ଲଂଘନ ସତ୍ତ୍ୱେ ଅନ୍ତେବାସୀ ରହୁଥିଲେ ମଧ୍ୟ ପ୍ରଶାସନିକ ଯାଞ୍ଚ ବ୍ୟବସ୍ଥା ନାହିଁ। ମଧୁରକୁଳ ଗ୍ରାମର କୁଞ୍ଜବିହାରୀଙ୍କ ଏକମାତ୍ର ପୁତ୍ର ଦେବୀପ୍ରସାଦ। ତାଙ୍କ ମୃତ୍ୟୁ ପରିବାର ପାଇଁ ଅସହ୍ୟ। ଏହି ଘଟଣାରେ ଛାତ୍ରାବାସର ସ୍ଥିତି, ପରିଚାଳନା ବ୍ୟବସ୍ଥା, ବିଦ୍ୟୁତ୍‌ ବିଭାଗ ଓ ମାର୍ଶାଘାଇ ଥାନାରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଏବେ ପ୍ରଶ୍ନବାଚୀ ସୃ୍‌ଷ୍ଟି କରିଛି। ଛାତ୍ରାବାସର ସୀମିତ ସ୍ଥାନରେ ଅଧିକ ଛାତ୍ର ରହୁଥିବା ନଜରକୁ ଆସିଛି। ବାଲକୋନିର ମାତ୍ର ୨ ଫୁଟ ମଧ୍ୟରେ ୧୧ କେଭି ବିଦ୍ୟୁତ୍‌ ତାର ଯାଇଥିବା ବେଳେ ଏଥିଯୋଗୁ ଶିକ୍ଷାର୍ଥୀଙ୍କ ଜୀବନ ବିପନ୍ନ ହେବା ସ୍ବାଭାବିକ କଥା। ଏ କ୍ଷେତ୍ରରେ ପୋଲିସ କୋହଳ ଦଫା ଲଗାଇ ପରିଚାଳକଙ୍କୁ ଜାମିନ ପାଇଁ ସୁବିଧା କରାଇଛି। ବିଦ୍ୟୁତ୍‌ ବିଭାଗ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଅଣଦେଖା କରାଯାଇଛି। ଏ ନେଇ ହାଇକୋର୍ଟରେ ରିଟ୍‌ ହେବ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଦେବୀପ୍ରସାଦଙ୍କ ଅକାଳ ମୃତ୍ୟୁ ମର୍ମାହତ କରିଛି। ଜିଲା ପ୍ରଶାସନ ଏହାକୁ ଉଦାହରଣ ଭାବେ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ତପତ୍ର ହୋଇଛି। ବେସରକାରୀ ଶିକ୍ଷାନୁଷ୍ଠାନ ଓ ବିପଦପୂର୍ଣ୍ଣ ବିଦ୍ୟୁତ୍‌ ବ୍ୟବସ୍ଥାର ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri