କାର୍ଯ୍ୟକାରୀ ହେଲାନି ଓଡ଼ିଆରେ ନାମଫଳକ: ବର୍ଷେ ପୂର୍ବରୁ ହୋଇଥିଲା ଗାଇଡ୍‌ଲାଇନ

ନୟାଗଡ଼ ଅଫିସ,୬ା୧୦: ସରକାରୀ, ବେସରକାରୀ ଅନୁଷ୍ଠାନ ହେଉ କି ବ୍ୟବସାୟିକ ପ୍ରତିଷ୍ଠାନ ସମସ୍ତେ ଓଡ଼ିଆରେ ନାମଫଳକ ଲେଖିବାକୁ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିଲା। ନୟାଗଡ଼ ଜିଲାରେ ମଧ୍ୟ ଏ ପ୍ରକାର ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ଇତିମଧ୍ୟରେ ବର୍ଷେ ବିତିବାକୁ ବସିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ସହରର ବିଭିନ୍ନ ଦୋକାନ ଓ ପ୍ରତିଷ୍ଠାନରେ ଓଡ଼ିଆ ବଦଳରେ ଇଂଲିଶରେ ନାମଫଳକ ଲେଖାହୋଇଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯେ, ୫ ନଭେମ୍ବର ୨୦୧୮ରେ ନୟାଗଡ଼ ଏନ୍‌ଏସି (ବର୍ତ୍ତମାନ ପୌର ପରିଷଦ) ପକ୍ଷରୁ ସମସ୍ତ ଦୋକାନ ଓ ପ୍ରତିଷ୍ଠାନଗୁଡ଼ିକ ୧୧ ତାରିଖ ଭିତରେ ସେମାନଙ୍କ ଦୋକାନର ନାମଫଳକ ଓଡ଼ିଆରେ ଲେଖିବାକୁ କୁହାଯାଇଥିଲା। ଧାର୍ଯ୍ୟ ସମୟ ଭିତରେ ଯଦି ଲେଖାଯାଇ ନ ଥାଏ ତେବେ ସମ୍ପୃକ୍ତ ପ୍ରତିଷ୍ଠାନର ମାଲିକଙ୍କଠାରୁ ୨୦୦୦ ଟଙ୍କା ଜରିମାନା ଆଦାୟ କରାଯିବା ସହିତ ପ୍ରତିଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ଥିଲା। କିନ୍ତୁ ବର୍ଷେ ପରେ ମଧ୍ୟ ସହରର ଅଧିକାଂଶ ଦୋକାନ ଓ ପ୍ରତିଷ୍ଠାନରେ ଏହି ନୀତିନିୟମକୁ ପାଳନ କରାଯାଇ ନ ଥିବା ଦେଖିବାକୁ ମିଳିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଖଣ୍ଡପଡ଼ା ରୋଡ଼ସ୍ଥିତ ସେସୁର ୩୩/୧୧ କେଭି ସବ୍‌ଷ୍ଟେଶନରେ ନାମଫଳକ ଇଂଲିଶରେ ଲେଖାହୋଇଥିବା ଦେଖାଯାଇଛି। ଧର୍ମକୁ ଆଖିଠାର ଭଳି କେତେକ ଦୋକାନ ଓ ପ୍ରତିଷ୍ଠାନ ଛୋଟ ଛୋଟ ଅକ୍ଷରରେ ଓଡ଼ିଆରେ ପ୍ରତିଷ୍ଠାନର ନାମଫଳକ କରିଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀମାନେ ଦୋକାନ ଓ ପ୍ରତିଷ୍ଠାନର ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଏଭଳି ଘଟଣା ଦେଖାଦେଉଥିବା ସାଧାରଣରେ ଅଭିଯୋଗ ହେଉଥିଲା। ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ୍‌ ୯ ତାରିଖରେ ତତ୍କାଳୀନ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଏନ୍‌ଏସି କାର୍ଯ୍ୟାଳୟଠାରେ ହୋଇଥିବା ବୈଠକରେ ସହରରେ ଥିବା ସମସ୍ତ ପ୍ରତିଷ୍ଠାନ ଓ ଦୋକାନଗୁଡ଼ିକର ନାମଫଳକ ଓଡ଼ିଆରେ ଲେଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ୭ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯୋଗଦେଇଥିବା ବ୍ୟାଙ୍କର ଅଧିକାରୀ, କର୍ମଚାରୀଙ୍କ ସମେତ ବିଭିନ୍ନ ଦୋକାନ, ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ କୁହାଯାଇଥିଲା। ବୈଠକରେ ନାମଫଳକ ଅନ୍ୟ ଯେ କୌଣସି ଭାଷାରେ ଲେଖା ହେଉ କି ନ ହେଉ କିନ୍ତୁ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। ପରେ ଏ ନେଇ ଏନ୍‌ଏସି ପକ୍ଷରୁ ଦୋକାନ ଓ ପ୍ରତିଷ୍ଠାନଗୁଡ଼ିକୁ ଚିଠି କରାଯାଇଥିଲା। ଇତିମଧ୍ୟରେ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସବୁଠି ଇଂଲିଶ ଭାଷାର ମୋହ ଜଳଜଳ ଦେଖାଯାଉଛି। ଏ ସମ୍ପର୍କରେ ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରୁ ସେ କୌଣସି ମତ ଦେଇ ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରୁ କଟିଲା ଟିକେଟ୍, ଏବେ ମନ୍ତ୍ରୀ ପଦ ବି ଯିବ! କିଏ ସେହି ୨ ହେଭିୱେଟ୍ ନେତା ?

ନୂଆଦିଲ୍ଲୀ,୫।୬: ରାଜ୍ୟ ସଭା ଟିକେଟ ବଣ୍ଟନକୁ ନେଇ ମୋଦି କ୍ୟାବିନେଟରେ ଅଦଳବଦଳ ହେବାର ଗୁଞ୍ଜରଣ ଆରମ୍ଭ ହୋଇଛି। ପ୍ରକୃତରେ, ମୋଦି ସରକାରଙ୍କ ଦୁଇ ଜଣ ମନ୍ତ୍ରୀ ରାଜ୍ୟ ସଭା…

୬ରୁ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ୩ ନମ୍ବର ଭରସା ଯୋଗ୍ୟ ବ୍ୟାଟର କିଏ, ଜାଣନ୍ତୁ…

ମୁଲାନପୁର,୫ା୬ ଆସନ୍ତା ୬ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହା ଡବ୍ଲ୍ୟୁଟିସି ସାଇକେଲର ଅଂଶବିଶେଷ ନୁହେଁ। କିନ୍ତୁ ଭାରତୀୟ ଦଳର…

ଏମିତି ଭାବେ ମୁଖ୍ୟମନ୍ତ୍ରୀ ଯୋଗି ଆଦିତନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣଇଲେ ମୋଦି

ନୂଆଦିଲ୍ଲୀ,୫।୬: ଶୁକ୍ରବାର (ଜୁନ ୫) ଦିନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନ୍ମଦିନ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ…

ବଦଳାଇବାକୁ ପଡିବ ଆମ ଅଭ୍ୟାସ: ଏହି କାରଣରୁ ବିଶ୍ୱ ପରିବେଶ ଦିବସ ନିରାଡମ୍ବର ଭାବେ ପାଳନ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ। ଏହି ଅବସରରେ ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହିଭଳି ଗଞ୍ଜାମ ଜିଲାସ୍ତରୀୟ…

ଚିହ୍ନ ବଦଳିଲା, ହେଲେ ଗାଡ଼ି ନମ୍ବର ବଦଳିଲା ନାହିଁ

ଧର୍ମଶାଳା,୫ା୬(ଶିବ ପ୍ରସାଦ ମହାନ୍ତି): ରାଜନୀତିରେ ରାଜନେତାମାନେ ନିଜର ଦବଦବା ଦେଖାଇ ଥାଆନ୍ତି। ରାଜ ଉଆସ ପରି ଘର ସାଙ୍ଗକୁ ନାମୀଦାମୀ ଅନେକ ଗାଡ଼ି ମଧ୍ୟ ବ୍ୟବହାର କରିଥାନ୍ତି…

ଆନ୍ନାମଲାଇ ଦଳ ଛାଡ଼ିବା ପରେ ବିଗିଡ଼ିଲା ଭାଜପାର ପ୍ଲାନ, ହାଇକମାଣ୍ଡ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୬: ତାମିଲନାଡୁରେ ଭାରତୀୟ ଜନତା ପାର୍ଟି (ଭାଜପା) ଭିତରେ ଅଶାନ୍ତି ରହିଛି। ରାଜ୍ୟର ଦଳର ପ୍ରମୁଖ ଚେହେରା ଏବଂ ଫାୟାରବ୍ରାଣ୍ଡ ନେତା, ପୂର୍ବତନ ରାଜ୍ୟ ସଭାପତି ଆନ୍ନମଲାଇ,…

ମୋଦି ସରକାର ଏକ ମାଷ୍ଟରପ୍ଲାନ: ୨୦୨୯ ନିର୍ବାଚନ ପୂର୍ବରୁ ବଦଳିଯିବ…

ନୂଆଦିଲ୍ଲୀ,୫।୬: ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ, ଭାରତୀୟ ରାଜନୀତିର ସମଗ୍ର ମାନଚିତ୍ର ଏବଂ ଲୋକସଭା ଆସନର ଗଣିତକୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର…

ମୋଦିଙ୍କୁ ନେଇ ଏମିତି କହିଲେ ଆନ୍ନାମଲାଇ, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: ତାମିଲନାଡୁ ଭାଜପାର ପୂର୍ବତନ ରାଜ୍ୟ ସଭାପତି କେ. ଆନ୍ନାମଲାଇ ଶୁକ୍ରବାର (ଜୁନ ୫) ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଘୋଷଣା କରିବା ସହିତ ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri