କାମରେ ଲାଗୁନି ଭାରୀଯାନ ପାର୍କିଂ କଟକଣା

ପାରାଦୀପ,୨୪ା୨(ସ୍ବ.ପ୍ର.): ପାରାଦୀପ ଶିଳ୍ପ ସହରର ଅଠରବାଙ୍କୀ ଗୋଲେଇଛକରୁ ଦୋଛକି ପର୍ଯ୍ୟନ୍ତ ରାସ୍ତା ସବୁଠାରୁ ବ୍ୟସ୍ତବହୁଳ। ଏହି ୪.୫ କିମି ରାସ୍ତାରେ ଅଧିକାଂଶ ସମୟ ଭିଡ଼ ହୋଇଥାଏ। ଏଥିଯୋଗୁ ପ୍ରଦୂଷଣ ବଢ଼ିବା ସହିତ ଦୁର୍ଘଟଣା ମଧ୍ୟ ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଭାରୀଯାନ ପାର୍କିଂ ଉପରେ କଟକଣା ଲାଗୁ କରାଯାଇଛି। ଜିଲାପାଳ ଚଳିତ ବର୍ଷ ଫେବୃୟାରୀ ୧୧ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଏହି ପାକର୍ିଂ କଟକଣା ଜାରି କରିଛନ୍ତି। ମାତ୍ର ଉକ୍ତ ରାସ୍ତାରେ କଟକଣାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ। ୩ ଥାକିଆ ଏହି ରାସ୍ତାର ଦୁଇ ପାର୍ଶ୍ୱରେ ସବୁବେଳେ ଶତାଧିକ ଭାରୀଯାନ ରହୁଛି। ୫ନଂ(କ) ଜାତୀୟ ରାଜପଥକୁ ଲାଗି ବିଭିନ୍ନ ବେପାର ଚାଲିଛି। ଯଥା: ବାଉଁଶ, ସ୍କାବ୍‌, ଉଠାଦୋକାନ, ଶୁଖୁଆବସ୍ତା, ବାଲି, ଗୋଡ଼ି, ଇଟା, ସିମେଣ୍ଟ, ଲୁହାରଡ୍‌ ଅଦି ଗଚ୍ଛିତ ରଖାଯାଉଛି। ଏପରି କି ରାଜପଥକୁ ଲାଗି ସ୍ଥାୟୀ/ଅସ୍ଥାୟୀ ଘର ନିର୍ମାଣ ଚାଲିଛି। ୨୦୧୩ ମସିହାରେ ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସମସ୍ତ ହୋଟେଲ, ଘର ଆଦି ଉଚ୍ଛେଦ କରାଯାଇଥିଲା। ଭୂତମୁଣ୍ଡାଇଠାରୁ ଦୋଛକି ଉଦୟବିହାର ପର୍ଯ୍ୟନ୍ତ ସ୍ଥାୟୀ ଘରକୁ ଭଙ୍ଗାଯାଇଥିଲା। ସେତେବେଳେ କାହିଁକି କେଜାଣି ପିପିଏଲ୍‌ ଛକରୁ ଲାଗି ଥିବା ବଡ଼ ହୋଟେଲ, ତେଲଟାଙ୍କି, କପଡ଼ା ଶୋ’ରୁମ୍‌, ଗୋଦାମଘରକୁ ଛାଡ଼ି ଦିଆଯାଇଥିଲା। ସେତେବେଳେ ଏହି ପ୍ରସଙ୍ଗରେ ତତ୍କାଳୀନ ତହସିଲଦାରଙ୍କୁ ପଚାରିବାରେ ଉତ୍ତର ମିଳିଥିଲା ପରେ ଭଙ୍ଗାଯିବ। ୨୦୧୭ରେ ଯେତିକି ଘର ରାଜପଥ ପାର୍ଶ୍ୱରୁ ଭଙ୍ଗାଯାଇଥିଲା ଏବେ ସେହି ସ୍ଥାନରେ ପୂର୍ବଠାରୁ ଅଧିକ ଘର, ଦୋକାନ ନିର୍ମାଣ ହୋଇସାରିଛି। ଯେଉଁଥି ପାଇଁ ରାସ୍ତା ସଙ୍କୁଚିତ ହେବାରେ ଲାଗିଛି।
ଅପରପକ୍ଷେ ଦିନକୁ ଦିନ ଭାରୀଯାନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବନ୍ଦର ଭିତରକୁ ପ୍ରବେଶ ପୂର୍ବରୁ ଟ୍ରକ୍‌ଗୁଡ଼ିକ ଅଠରବାଙ୍କୀଠାରୁ କେନ୍ଦ୍ରାପଡ଼ା ଜିଲାର ଦୁହୁରିଆ ପର୍ଯ୍ୟନ୍ତ ଗୋଟିଏ ଲାଇନ୍‌ରେ ରହିଥାନ୍ତି। ବନ୍ଦରରୁ ବାହାରୁଥିବା ଗାଡ଼ି ଯିବା ପୂର୍ବରୁ ଚାଲାଣ ଦେବା, ସଂଘରେ ତେଲ କୁପନ ନେବା, ମରାମତି ପାଇଁ ଅପେକ୍ଷା କରିବାକୁ ପଡ଼େ। ଟ୍ରକ୍‌ ସଂଘ ଗୁଡ଼ିକ ରାଜପଥ କଡ଼ରେ ଥିବାରୁ ପ୍ରସ୍ଥାନ ରସ୍ତାରେ ମଧ୍ୟ ଗାଡ଼ିଗୁଡ଼ିକ ପାର୍କିଂ କରି ରହିଥାଏ। ପାରାଦୀପ ବନ୍ଦର ପକ୍ଷରୁ ହେବାକୁ ଥିବା ସ୍ବତନ୍ତ୍ର ଟର୍ମିନାଲ ପ୍ରକଳ୍ପ ଲୋକଙ୍କ ବିରୋଧ ଯୋଗୁ ଅଟକି ରହିଛି। ଯେଉଁଥିପାଇଁ ବନ୍ଦର ଏବଂ ଶିଳ୍ପକୁ ଦୈନିକ ୧୦ରୁ ୧୨ ହଜାର ଭାରୀଯାନ ଅଠରବାଙ୍କୀ-ଦୋଛକି ରାସ୍ତାରେ କୌଣସି ନା କୌଣସି କାରଣରୁ ଅଟକି ରହୁଛନ୍ତି। ତେଣୁ ସେହି ସ୍ଥାନରେ ପ୍ରଶାସନ କେବଳ କାଗଜକଲମରେ କଟକଣା ଲାଗୁ କରୁଛନ୍ତି ବୋଲି ଅଠରବାଙ୍କୀ ବାସିନ୍ଦା ଦେବବ୍ରତ ସାହୁ ଅଭିଯୋଗ କରିଛନ୍ତି। ପାର୍କିଂ ଓ ଦୁର୍ଘଟଣା ପ୍ରସଙ୍ଗରେ ଏକାଧିକ ଥର ଜିଲା ପ୍ରଶାସନକୁ ଚିଠି ଲେଖିଲାଣି ସ୍ବେଚ୍ଛାସେବୀ ସଙ୍ଗଠନ ଆଦର୍ଶ ପ୍ରୟାସ। ହେଲେ ଏହାର କୌଣସି ପ୍ରତିକାର ହେଉନାହିଁ। ଏହିପରି ଇଫ୍‌କୋ କର୍ତ୍ତୃପକ୍ଷ ମଧ୍ୟ ତାଙ୍କ କାରଖାନା ଓ ଏସାର ଷ୍ଟିଲ୍‌ ସଂଯୋଗସ୍ଥଳରେ ଏକ ଗୋଲେଇ ଟ୍ରାଫିକ୍‌ ପୋଷ୍ଟ ପାଇଁ ୪ ବର୍ଷ ହେଲା ଚିଠି ଲେଖୁଥିଲେ ହେଁ ତାଙ୍କୁ ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରୁ କ୍ଲିୟରାନ୍ସ ମିଳୁନାହିଁ। ପାର୍କିଂ କଟକଣା କାମରେ ନ ଲାଗିବା ପ୍ରସଙ୍ଗରେ କୁଜଙ୍ଗ ତହସିଲଦାର ପ୍ରଭାସ ବେଉରାଙ୍କୁ ପଚାରିବରେ ସେ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶମତେ ଆମ୍ଭେ ଖୁବ୍‌ଶୀଘ୍ର ରାସ୍ତା ପାର୍ଶ୍ୱ ଯାଞ୍ଚ କରିବୁ। ଏହି ସମୟରେ ଯଦି କେହି ଜବରଦଖଲ କରିଥାନ୍ତି କିମ୍ବା ଗାଡ଼ି ପାର୍କିଂ କରିଥାନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ଦେଖିବାକୁ ଅପେକ୍ଷା କେବେ କାର୍ଯ୍ୟାନୁଷ୍ଠାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri