କାମରେ ଆସୁନି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ

ମନମୁଣ୍ଡା, ୧୧।୭ (ଡି.ଏନ.ଏ): କଣ୍ଟାମାଳ ବ୍ଲକ ଘିକୁଣ୍ଡି ପଞ୍ଚାୟତ ହାତୀପାଲିଠାରେ ଥିବା ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ଏବେ କାମରେ ଲାଗୁନି । ଫଳରେ ଲୋକମାନେ ପାନୀୟ ଜଳ ପାଇଁ ଅସୁବିଧା ଭୋଗୁଛନ୍ତି ।
ସୂଚନା ଅନୁସାରେ, ୨୦୧୮ ମସିହାରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ୩ଲକ୍ଷ ୩୦ ହଜାର ୯୫ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ସ୍ଥାପନ ହୋଇଥିଲା । ପ୍ରକଳ୍ପର କ୍ଷମତା ୯୦୦ ଡବ୍ଲ୍ୟୁପି ଥିବା ବେଳେ ୧ ଏଚପି ମୋଟର ସାହାଯ୍ୟରେ ଦୈନିକ ୮ହଜାରରୁ ୧୦ ହଜାର ଲିଟର ପାନୀୟ ଜଳ ଲୋକମାନଙ୍କୁ ଦେବା ପାଇଁ ଫଳକରେ ଲେଖାଯାଇଛି । ଉକ୍ତ ପ୍ରକଳ୍ପ ପାଇଁ ନୂତନ ଗଭୀର ନଳକୂପ ଖନନ କରାଯାଇ ତହିଁରୁ ଜଳ ଉତ୍ତୋଳନ କରି ଟ୍ୟାପ ମାଧ୍ୟମରେ ଲୋକମାନଙ୍କୁ ଜଳ ଯୋଗାଣ କରାଯିବା କଥା । କିନ୍ତୁ ତାହା କରା ନ ଯାଇ ଉକ୍ତ ପ୍ରକଳ୍ପ ନିକଟରେ ଥିବା ଏକ ପୁରୁଣା ନଳକୂଅରୁ ଜଳ ଉତ୍ତୋଳନ ପାଇଁ ପାଇପ ଲାଗିଥିବା ବେଳେ ଟ୍ୟାପ ଯୋଗେ ପାଣି ନେବାର କୌଣସି ବ୍ୟବସ୍ଥା ନାହିଁ । ବରଂ ଗ୍ରାମବାସୀ ନଳକୂଅ ହ୍ୟାଣ୍ଡେଲ ମାରି ପାଣି ନେଉଥିବା ଦେଖିବାକୁ ମିଳିଛି । ଫଳରେ ଜନସାଧାରଣ ପିଇବା ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଅନ୍ୟପକ୍ଷରେ ଉକ୍ତ ପ୍ରକଳ୍ପ ପାଇଁ ନୂଆ ନଳକୂପ ଖନନ ନିୟମ ଥିବା କୁହାଯାଉଥିବା ବେଳେ ପୁରୁଣା ନଳକୂପକୁ ବ୍ୟବହାରରେ ଲଗାଇ ନୂଆ ନଳକୂଅର ବିଲ ହଡପ କରାଯାଇଥାଇପାରେ ବୋଲି ମନମୁଣ୍ଡା ମଣ୍ଡଳ ଭାଜପା ସଭାପତି ନିରଞ୍ଜନ କର୍ଣ୍ଣ କହିଛନ୍ତି । ଟ୍ୟାପ ଯୋଗେ ଜଳ ଯୋଗାଣ କରାଯାଉ ନ ଥିବାରୁ ପ୍ରକଳ୍ପର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରୁ ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖଟଖଟିଆ ପଞ୍ଚାୟତର ଷାଣ୍ଢପାଲିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏ ସମ୍ପର୍କରେ କଣ୍ଟାମାଳ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଜେଇ ପ୍ରଦୀପ ଜେନାଙ୍କୁ ଫୋନ କରାଯାଇଥିଲା । ମାତ୍ର ସେ ଜିଲାପାଳଙ୍କ ସହ ମିଟିଂରେ ଥିବା କହି ଫୋନ କାଟି ଦେବାରୁ ତାଙ୍କ ମତାମତ ନିଆଯାଇପାରିନାହିଁ ।
–ମହିଳାମାନେ ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri