କାମରେ ଆସୁନି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୧୯ ଲକ୍ଷ ମାଟିରେ ମିଶିଲା

ମନମୁଣ୍ଡା, ୧୩।୬ (ଡି.ଏନ.ଏ.) – ବୌଦ୍ଧ ଜିଲା କଙ୍କାଳି ପାହାଡ ତଥା ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ରତାଖଣ୍ଡି, କଲରାଝୁଲି, ହାତୀପାଲି ଅଞ୍ଚଳରେ ଜଳସେଚନ ସୁବିଧା ନାହିଁ । ଏହି ଅଞ୍ଚଳ ବାରମ୍ବାର ମରୁଡିର ସମ୍ମୁଖୀନ ହେଉଥିବାରୁ ଉକ୍ତ ପାହାଡର ଉତ୍ତର ଦିଗ କଲରାଟୁଲି ମୌଜାରେ ଜଳସମ୍ପଦ ବିଭାଗ ତରଫରୁ ୨୦୧୪-୧୫ରେ ୧୯ ଲକ୍ଷ ୯୫୧ ଟଙ୍କା ବ୍ୟୟ ଅଟକଳରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରାଯାଇଥିଲା। ବିଭାଗ ତରଫରୁ ଉକ୍ତ ସ୍ଥାନରେ ମରାମତି, ମୃତ୍ତିକା ଖନନ ଓ ପୁନରୁଦ୍ଧାର କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ଏହା ପାଖରେ ଥିବା ପ୍ରାୟ ୫୦ ଏକର ଜମିକୁ ଋତୁ ସମୟରେ ଜଳସେଚନର ବ୍ୟବସ୍ଥା କରାଯିବା। କିନ୍ତୁ ତାହା ସଫଳ ହୋଇପାରି ନାହିଁ। ଚାଷୀ ଲଳିତ କହଁର, ରାମ ବାଘ, ଘନଶ୍ୟାମ ମଲିକଙ୍କ ପ୍ରାୟ ୫ ଏକର ଜମିକୁ ଦରକାର ବେଳେ ଜଳସେଚନ ହୋଇପାରୁଥିବା ବେଳେ ଅନ୍ୟମାନେ ସେଥିରୁ ବଞ୍ଚତ୍ତ ହୋଇ ଆସୁଛନ୍ତି। ପ୍ରକଳ୍ପ ଯେତେ ଗଭୀର ଖନନ ହେବା କଥା ହୋଇ ନ ଥିବା ଜାଣିବାକୁ ମିଳିଛି। ବର୍ଷା ପାଣି ଦ୍ୱାରା କେବଳ ସେଠାରେ ଜଳ ଗଚ୍ଛିତ ହେଉଛି। ପାହାଡର ପାଦଦେଶରେ ପ୍ରକଳ୍ପ ରହିଛି। ପାହାଡର ବର୍ଷା ପାଣିକୁ ପ୍ରକଳ୍ପ ମଧ୍ୟକୁ ଆଣିବାର ସୁବିଧା ଥିଲେ ମଧ୍ୟ ତାହା କରାଯାଇ ନ ଥିବାରୁ ପାଣି ସବୁ ତେଲନଦୀକୁ ଅଯଥା ବୋହି ଯାଉଛି। ପାହାଡର ଦକ୍ଷିଣ ପାର୍ଶ୍ୱକୁ ଉକ୍ତ ପ୍ରକଳ୍ପ କରାଯାଇଥିଲେ ତହିଁରେ ପ୍ରଚୁର ଜଳ ଗଚ୍ଛିତ ରହିପାରିଥାନ୍ତା ଓ ୫୦ ଏକର ଜମିକୁ ସହଜରେ ଜଳସେଚନ ହୋଇ ପାରିଥାନ୍ତା ବୋଲି ସ୍ଥାନୀୟ ଚାଷୀ ନିରଞ୍ଜନ କର୍ଣ୍ଣ କହିଛନ୍ତି । କିନ୍ତୁ ଜଳ ସମ୍ପଦ ବିଭାଗ ଜଳସେଚନ ବ୍ୟବସ୍ଥା ନାଁରେ ପ୍ରକଳ୍ପ କରି ଅଯଥା ୧୯ ଲକ୍ଷ ଟଙ୍କା ବରବାଦ କଲେ ଯାହା କାମକୁ ଆସୁନାହିଁ ବୋଲି ସ୍ଥାନୀୟ ଚାଷୀ ମହଲ ପ୍ରକାଶ କରିଛନ୍ତି। ଏତେଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଉକ୍ତ ପ୍ରକଳ୍ପ ବର୍ଷା ଦିନ ବ୍ୟତୀତ ଅନ୍ୟ ସମୟରେ ଶୁଷ୍କ ରହୁଛି। ଏହାର ପାଣି ଚାଷ ଛଡା ଅନ୍ୟ କାମରେ ଲାଗି ପାରୁନାହିଁ। ଖରାରେ ଜଙ୍ଗଲର ଜୀବଜନ୍ତୁ ପିଇବା ପାଇଁ ପାଣି ବୁନ୍ଦାଏ ପାଉନାହାନ୍ତି। ଉକ୍ତ ପ୍ରକଳ୍ପରେ ଆହୁରି ମାଟି କାମ କଲେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି। ଏ ନେଇ ଆସିଷ୍ଟାଣ୍ଟ ଇଂ. ଦୁର୍ଯ୍ୟୋଧନ ବେହେରାଙ୍କୁ ପଚାରିବାରୁ ଚାଷୀମାନେ ଲିଖିତ ଅଭିଯୋଗ କଲେ ଆମେ ବିଭାଗକୁ ଜଣାଇ ଆବଶ୍ୟକ ପଦକ୍ଷେପ ନେବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

କାର୍‌ ରେସିଂର କରୁଣ ପରିଣତି: ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଇ ବାଇକ୍‌, ସ୍କୁଟି ଉପରକୁ ମାଡ଼ିଗଲା କାର୍‌

ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା…

ଦୁଃଖଦ ଖବର: ଆମବସ୍‌ ଧକ୍କାରେ ଯୁବକ ମୃତ

ସମ୍ବଲପୁର,୨୬ା୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ତଳି ଛକରେ ଆମବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ପ୍ରେସ୍‌କ୍ଲବ କର୍ମଚାରୀ ଅନୁଗୋଳ ଜିଲା ଜରପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri