କାମ କରି ଅର୍ଥ ପାଇନାହାନ୍ତି ପୂର୍ବତନ ସରପଞ୍ଚ: ନ୍ୟାୟ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି,ଅଗଷ୍ଟ ୧୫ରେ ସିଂହଦ୍ୱାର ଆଗରେ ଆତ୍ମାହୁତି ଧମକ

ପୁରୀ ଅଫିସ, ୪ା୮: ଭିଏଲ୍‌ଡବ୍ଲ୍ୟୁଙ୍କ ନାମରେ ଓ୍ବାର୍କ ଅର୍ଡର। କାମ କଲେ ସରପଞ୍ଚ। ୧୫ଲକ୍ଷ ଟଙ୍କା ଅନୁଦାନ ମିଳିବା ପରେ ତାକୁ ହଡ଼ପ କରିନେଲେ ଭିଏଲ୍‌ଡବ୍ଲ୍ୟୁ। ଟଙ୍କା ମାଗିବାରୁ ମିଳିଲା ହତ୍ୟା ଧମକ। ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅଧୀନ ରାହଡମଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରକାଶ କୁମାର ଗୋଛାୟତ। ଏ ନେଇ ସେ ପୋଲିସ, ବିଡିଓ, ଜିଲାପାଳଙ୍କୁ ଜଣାଇ ନିରାଶ ହେବା ପରେ ଭାଙ୍ଗିପଡ଼ିଛନ୍ତି। ଏବେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇଛନ୍ତି। ନ୍ୟାୟ ନ ମିଳିଲେ ଅଗଷ୍ଟ ୧୫ରେ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ପ୍ରକାଶ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସରପଞ୍ଚ ରହିଥିଲେ। ୨୦୧୫-୧୬ରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲାଗି ଜିଲା ପ୍ରଶାସନ ପକ୍ଷରୁ ପ୍ରାୟ ୧୫ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ଏଥିରେ ପୋଖରୀ ନିର୍ମାଣ ଲାଗି ସାଢେ ୪ଲକ୍ଷ, ଗାଧୁଆ ତୁଠ ଲାଗି ୧.୫ଲକ୍ଷ, ୫୦ଟି ଟ୍ୟୁବଓ୍ବେଲ ନିର୍ମାଣ ବାବଦରେ ୭ଲକ୍ଷ ଏବଂ ଡଷ୍ଟବିନ୍‌ ଲାଗି ୩ଲକ୍ଷ ଟଙ୍କା ରହିଥିଲା। ଗ୍ରାମସଭା ନିଷ୍ପତ୍ତି କ୍ରମେ ତତ୍କାଳୀନ ଭିଏଲ୍‌ଡବ୍ଲ୍ୟୁଙ୍କ ନାମରେ ୱାର୍କଅର୍ଡର ରହିଥିଲା। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଥିଲା। ଏଣୁ ପ୍ରକାଶ କେତେଜଣ ଗ୍ରାମବାସୀଙ୍କ ସହାୟତାରେ କାମ ସମ୍ପୂର୍ଣ୍ଣ କରିଥିଲେ। ସମ୍ପୃକ୍ତ ଭିଏଲ୍‌ଡବ୍ଲ୍ୟୁଙ୍କ ନାମରେ ସମସ୍ତ ଚେକ୍‌ ଆସିଥିଲା। ସେ ଏହି ଅର୍ଥ ଦେବା ପରିବର୍ତ୍ତେ ନିଜ ଆକାଉଣ୍ଟରେ ଜମା କରିଦେଇଥିଲେ। ଏନେଇ ପ୍ରକାଶ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତତ୍କାଳୀନ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ସମ୍ପୃକ୍ତ ଭିଏଲ୍‌ଡବ୍ଲ୍ୟୁଙ୍କୁ ତୁରନ୍ତ ଟଙ୍କା ଫେରସ୍ତ ଲାଗି ନିର୍ଦ୍ଦେଶ ଦେବା ସହ ଆର୍ଥତ୍କ ହେରଫେର ଅଭିଯୋଗରେ ନିଲମ୍ବିତ କରିଥିଲେ। ପରବର୍ତ୍ତୀ ସମୟରେ ସମ୍ପୃୃକ୍ତ ଭିଏଲ୍‌ଡବ୍ଲ୍ୟୁ କୃଷ୍ଣପ୍ରସାଦ ବ୍ଲକରେ ଯୋଗଦାନ କରିଥିଲେ। ଟଙ୍କା ଫେରସ୍ତ ଲାଗି ୨୦୧୯ ଜୁଲାଇ ୩୧ରେ ପ୍ରକାଶଙ୍କୁ ମଙ୍ଗଳାଘାଟ ନିକଟକୁ ଡାକିଥିଲେ। ତେବେ ପ୍ରକାଶ ଯାଇ ନ ଥିଲେ। ପରେ ଏକ ଅଜଣା ନମ୍ବରକୁ କଲ୍‌ ଆସିଥିଲା। ଟଙ୍କା ମାଗିଲେ, ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯିବ ବୋଲି ଧମକ ମିଳିଥିଲା। ଏ ସଂକ୍ରାନ୍ତରେ ପ୍ରକାଶ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କୌଣସି ପଦକ୍ଷେପ ନ ନେବାରୁ ସେ ଶୁକ୍ରବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରକାଶ କହିଛନ୍ତି, ଧାର ଉଧାର ଆଣି କାମ କରିଥିଲି। ମାତ୍ର ଟଙ୍କା ନ ପାଇବାରୁ ମାନସିକ ସ୍ତରରେ ଭାଙ୍ଗିପଡ଼ିଛି। ବିଡିଓ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଜିଲାପାଳଙ୍କୁ ଜଣାଇ ନିରାଶ ହେବା ପରେ ନ୍ୟାୟ ପାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସରକାର ପଦକ୍ଷେପ ନ ନେଲେ ୧୫ତାରିଖରେ ସିଂହଦ୍ୱାର ଆଗରେ ଆତ୍ମାହୂତି ଧମକ ଦେଇଛନ୍ତି। ଅନ୍ୟପକ୍ଷରେ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ଏଭଳି ଏକ ଅଭିଯୋଗ ଆସିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗ ଅନୁସାରେ ଜିଲାପାଳଙ୍କ ସହିତ ଆଲୋଚନା କରାଯିବ। ଏନେଇ ସମ୍ପୃକ୍ତ ଭିଏଲ୍‌ଡବ୍ଲ୍ୟୁଙ୍କୁ ଯୋଗା ଯୋଗଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri