କାଠଫାଳିଆରେ ପିଟି ଶାଶୁଙ୍କୁ ହତ୍ୟା

କଟକ ଅଫିସ,୧୭ା୨: କଟକ ସହରର ଓଏମ୍‌ପି ଛକ ନିକଟସ୍ଥ ଗୋର୍ଖା କଲୋନୀରେ ରବିବାର ସକାଳେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ଜ୍ୱାଇଁ ତାଙ୍କ ଶାଶୁଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ବୃଦ୍ଧା ହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ସାଲଗି ହେମ୍ବ୍ରମ(୬୫)। ଖବରପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପରେ ଉକ୍ତ କାଠଫାଳିଆକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡମେଡିକାଲକୁ ପଠାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟା ଘଟଣା ବୋଲି ପୋଲିସ କହିଛି।
ପୋଲିସ ସୂଚନା ଅନୁଯାୟୀ, ସାଲଗି ଗୋର୍ଖା କଲୋନୀରେ ଝିଅ ସୀତା ସୋରେନ ଓ ଜ୍ୱାଇଁ ସଞ୍ଜୟ ସୋରେନ(୪୦) ସହିତ ରହୁଥିଲେ। ଝିଅଜ୍ୱାଇଁଙ୍କ ସହ ରହୁଥିଲେ ବି ସାଲଗି କେବେ ସେମାନଙ୍କ ପାଇଁ ବୋଝ ହୋଇ ନ ଥିଲେ। ନିଜେ ଦିନମଜୁରିଆ ଭାବେ କାମ କରୁଥିଲେ। ସଞ୍ଜୟ ଅଟୋ ଚଳାଇ ଯାହାକିଛି ରୋଜଗାର କରୁଥିଲେ ତାହାକୁ ନିଶାଦ୍ରବ୍ୟରେ ଖର୍ଚ୍ଚ କରିଦେଉଥିଲେ। ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ସଞ୍ଜୟ ଘରକୁ ଫେରନ୍ତି। ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ସଞ୍ଜୟଙ୍କୁ ସୀତା ବାରମ୍ବାର ବୁଝାଉଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିଲେ। ଏଥିପାଇଁ ସବୁଦିନ ଘରେ ଉଭୟଙ୍କ ମଧ୍ୟରେ ଝଗଡା ହୁଏ। ଏପରି କି ସଞ୍ଜୟ ଅଧିକାଂଶ ସମୟରେ ସୀତାଙ୍କୁ ମାଡ଼ ମାରିଥାନ୍ତି। ସାଲଗି ଏହି ସବୁ ଘଟଣା ଦେଖି ମଧ୍ୟ ଚୁପ ରହୁଥିଲେ। ରବିବାର ସକାଳେ ସଞ୍ଜୟ ସୀତାଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ମାତ୍ର ସୀତା ଟଙ୍କା ଦେବା ପାଇଁ ମନା କରିଦେଇଥିଲେ। ପାଖରେ ଥାଇ ଶାଶୁ ସାଲଗି ସବୁ ଦେଖୁଥିଲେ। ଟଙ୍କା ନ ଦେବାରୁ ସୀତାଙ୍କୁ ସଞ୍ଜୟ ପିଟିବାକୁ ଲାଗିଲେ। ପରେ ସାଲଗିଙ୍କୁ ମଧ୍ୟ ଟଙ୍କା ମାଗିଥିଲେ। ହେଲେ ଟଙ୍କା ନ ଦେବାରୁ ସଞ୍ଜୟ ଏକ କାଠଫାଳିଆରେ ସାଲଗିଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ସେ ଅଚେତ ହୋଇ ତଳେ ପଡିଯିବାରୁ ସଞ୍ଜୟ ତାଙ୍କ ମୁଣ୍ଡକୁ ବାରମ୍ବାର ପିଟିଥିଲେ। ଫଳରେ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ସାଲଗିଙ୍କ ମୃତ୍ୟୁ ଘଟିଥିଲା। ଏହା ଦେଖି ସୀତା କାନ୍ଦିକାନ୍ଦି ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ସଞ୍ଜୟ ସେଠାରୁ ଖସି ପଳାଇଥିଲେ। ଖବରପାଇ ଜିଆରପି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏ ସମ୍ପର୍କରେ ସୀତା ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଏହି ଘଟଣାରେ ପୋଲିସ ସଞ୍ଜୟଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri